ଅର୍ଶ (Piles), ମଳକଣ୍ଟକ, ଭଗନ୍ଦର ମୂଳରୁ ହେବ ଶେଷ, କରନ୍ତୁ ଏହି ଦେଶୀ ଉପାୟ (Health Tips)

ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟ ର ଅନିୟମିତତା କାରଣରୁ ଲୋକଙ୍କର ଅର୍ଶ, ମଳକଣ୍ଟକ ବା ଭଗନ୍ଦର ଭଳି ସମସ୍ଯା ଭୋଗ କରୁଛନ୍ତି । ଏହାକୁ ଇଂରାଜୀରେ ପାଇଲ୍ସ ବୋଲି କୁହାଯାଏ । ଅର୍ଶ ହେଲେ ରକ୍ତ ମଧ୍ୟ ପଡିଥାଏ । ଏଥିପାଇଁ  କିଛି ଲୋକ ମାନେ ଅନେକ ପ୍ରକାରର ମେଡିସନ ସେବନ କରିଥାନ୍ତି । କବଚ ବା ଏସିଡିଟି ଭଳି ସମସ୍ଯା ଥିଲେ ଅର୍ଶ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ୨ଟି ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଅର୍ଶ ଭଳି ସମସ୍ଯା ଦୂର ହୋଇପାରିବ ।

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଲାଜକୁଳୀ ଗଛ ଯାହା ଆପଣଙ୍କ ଆଖପାଖରୁ ସହଜରେ ମିଳିଯିବ । ଏହାର ଆୟୁର୍ବେଦିକରେ ବିଶେଷ ମହତ୍ଵ ରହିଛି । ଏହା ଆମ ଶରୀରର ଅନେକ ପ୍ରକାରର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଲାଜକୁଳୀ ଗଛ ଚିହ୍ନିବା ବହୁତ ସହଜ ହୋଇଥାଏ କାରଣ ଏହାକୁ ଛୁଇଁ ଦେଲେ ଏହା ଝାଉଁଳିଯାଏ । ଭଲ ଭାବେ ଲାଜକୁଳୀ ପତ୍ରକୁ ଧୋଇ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି  କଞ୍ଚା କ୍ଷୀର ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଏକ କପ କ୍ଷୀରର ଆବଶ୍ୟକ ରହିଛି । କ୍ଷୀରରେ ଲାଜକୁଳୀ ପତ୍ର ଅଳ୍ପ ମାତ୍ରାରେ ପକାନ୍ତୁ । ଏହି ରେମେଡିର ସେବନ ଆପଣ ଖାଲି ପେଟରେ କରନ୍ତୁ । ଯଦି ଆପଣଙ୍କର ଅର୍ଶ ଆରମ୍ଭ ହୋଇଛି ତେବେ ଏହାର ସେବନ ୩ ଦିନ କରନ୍ତୁ । ଯଦି ଆପଣଙ୍କର ଅର୍ଶ ବହୁ ଦିନରେ ଅଟେ ତେବେ ଏହାକୁ ୧୫ ଦିନ ସେବନ କରନ୍ତୁ ।

ଯଦି ଆପଣଙ୍କର ଅର୍ଶରୁ ଅଧିକ ରକ୍ତ ପଡୁଛି ତେବେ ଏଥିପାଇଁ ଆଉ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ଆବଶ୍ୟକ ରହିଛି ଗେଣ୍ଡୁ ପତ୍ର । ଏହା ପରେ ୧୦ଟି ଗୋଲମରିଚର ଆବଶ୍ୟକ ରହିଛି । ଏହି ୨ଟି ସାମଗ୍ରୀକୁ ଭଲ ଭାବେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅଧ ଚାମଚ ପେଷ୍ଟ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ପଡିବ । ଏକ ଗ୍ଳାସ ପାଣିରେ ଏହି ପେଷ୍ଟ ମିଶ୍ରଣ କରନ୍ତୁ । ଏହାକୁ କିଛି ଦିନ ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହେବା ସହ ରକ୍ତ ପଡିବା ବନ୍ଦ ହୋଇଯିବ ।

ଏହାକୁ ଖାଲି ପେଟରେ ଦିନକୁ ଦୁଇ ଥର ସେବନ କରି ପାରିବେ । ଆଜି ଆମେ ଆପଣ ମାନଙ୍କୁ ଦୁଇ ପ୍ରକାରର ହୋମ ରେମେଡି ତିଆରି କରିବା ବିଷୟରେ କହିଲୁ ଯାହାର ବ୍ୟବହାର କରି ଅର୍ଶ ଭଳି ସମସ୍ଯା ଦୂର କରିବା ସହ ଅର୍ଶ ରେ ରକ୍ତ ପଡୁଥିଲେ ମଧ୍ୟ ତାହା ବନ୍ଦ ହୋଇଯିବ । ତେବେ ଆପଣ ମାନେ ଏହାକୁ ମାତ୍ର ଥରେ ବ୍ୟବହାର କରି ଦେଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।