ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃ-ତ୍ୟୁ-କୁ ୧୧ ଦିନ ବିତିଗଲା । କିନ୍ତୁ ଏବେବି ଭୁଲି ହେଉନି ସେଦିନର ସେହି ଲୋ-ମ ଟା-ଙ୍କୁ-ରା ଦୃଶ୍ୟ । ଆଜି ତାଙ୍କ ଏ-କା-ଦ-ଶା-ହ ଅବସରରେ ଭୁବନେଶ୍ବରର ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅରିନ୍ଦମଙ୍କ ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ମନୋଜ ମିଶ୍ର ମଧ୍ୟ ନିଜ ଅରିନ୍ଦମଙ୍କ ଉଦ୍ଦେଶ୍ୟରେ କିଛି କହିଥିଲେ । ତେବେ ସେ କହିଥିବା କଥା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । 
ସେ କହିଛନ୍ତି କି ରିପୋର୍ଟିଂ ସମୟରେ ଅରିନ୍ଦମଙ୍କ ମୃ-ତ୍ୟୁ ହେବା ଘ-ଟ-ଣା-କୁ ସେ ସହଜରେ ଗ୍ରହଣ କରିପାରି ନଥିଲେ । ତାଙ୍କ ମୃ-ତ୍ୟୁ-କୁ ଆଖିରେ ଦେଖି ମଧ୍ୟ ଅ-ସ-ହା-ୟ ହୋଇପଡିବା ତାଙ୍କୁ ଖୁବ କଷ୍ଟ ଦେଇଛି । ଅରିନ୍ଦମଙ୍କ ମୃ-ତ୍ୟୁ-କୁ ଗ୍ରହଣ କରି ନପାରି ସେ ନିଜ କୋହକୁ ପ୍ରକାଶ କରିଥିଲେ । ଯାହାକୁ ନେଇ ବହୁ ପ୍ରକାର ତ-ର୍କ ବି-ତ-ର୍କ ହୋଇଥିଲା । ମି-ଡି-ଆ ତାଙ୍କ କଥାକୁ ଯେଉଁ ପ୍ରକାର ଦର୍ଶାଇଲା ସତେ ଯେମିତି ସେ ଜଣେ ଭି-ଲି-ଆ-ନ ଏବଂ ଅରିନ୍ଦମଙ୍କ ସମ୍ବନ୍ଧରେ ସେ କୌଣସି କ-ଟୁ ଟି-ପ୍ପ-ଣୀ ଦେଉଛନ୍ତି ।

ଏହି କଥାଟି ସାମ୍ବାଦିକ ମନୋଜ ମିଶ୍ରଙ୍କୁ ଖୁବ ଦୁଃଖ ଦେଇଛି ବୋଲି ସେ କହିଛନ୍ତି । ଅରିନ୍ଦମ ତାଙ୍କ ସାନ ଭାଇ ଭଳି । ପରିବାରରେ ଜଣଙ୍କ ମୃ-ତ୍ୟୁ ହେଲେ ଯେମିତି ଅନୁଭବ ହୋଇଥାଏ, ତାଙ୍କୁ ସେହିପରି କଷ୍ଟ ହୋଇଛି । ତେବେ ଅରିନ୍ଦମ ଯେଉଁ ବାର୍ତ୍ତା ଦେଇଗଲେ ତାକୁ ସବୁ ସାମ୍ବାଦିକ ଭାଇମାନେ ପାଳନ କରିବେ ବୋଲି ସେ ଆଶା କରୁଛନ୍ତି । ଏହି ଘ-ଟ-ଣା-ରେ ତାଙ୍କୁ ଗୋଟିଏ କଥା ପ୍ରଭାବିତ କରିଛି କି, ଜୀବନରେ ଏମିତି କୌଣସି ନ୍ୟୁଜ ଷ୍ଟୋରି ନାହିଁ ଯାହା ଆମ ଜୀବନ ଠାରୁ ବଡ ଅଟେ ।
ଆମେ ଜୀବନରେ ବଡ କାମ କରିବାକୁ ଚେଷ୍ଟା କରିବା ଓ ଦୁଃସାହସିକତା ଦେଖାଇବା କିନ୍ତୁ ଏଭଳି କାମ କରିବା ନାହିଁ ଯାହା ଆମ ଜୀବନ ନେଇଯିବ । ସେଥିପାଇଁ ସେ ଅରିନ୍ଦମଙ୍କ ଉପରେ ଅଭିମାନ କରିଛନ୍ତି, କାରଣ ସେ ତାଙ୍କ ସାନ ଭାଇ ଭଳି । ସମସ୍ତଙ୍କ ଜୀବନ ଅତି ମୂଲ୍ଯବାନ ଅଟେ । ତେଣୁ ଏହାର ଗୁରୁତ୍ଵ ରଖିବା । ଅରିନ୍ଦମ ବଞ୍ଚିଥିଲେ ଆହୁରି ବଡ ବଡ ଷ୍ଟୋରି କରିଥାନ୍ତେ । ତେଣୁ ଅରିନ୍ଦମଙ୍କ ଜୀବନ ଠାରୁ ନ୍ୟୁଜଟି କେବେ ହେଲେ ବଡ ନଥିଲା ବୋଲି ତାଙ୍କ ମତ ।
ଏହାସହ କାର୍ଯ୍ୟକ୍ଷେତ୍ରରେ ପ୍ରତ୍ଯେକ ସାମ୍ବାଦିକଙ୍କ ଜୀବନ କିପରି ରକ୍ଷା ପାଇବା ସେହି ଦିଗରେ କାମ କରିବା ପାଇଁ ସେ ସାମ୍ବାଦିକ ଭାଇମାନଙ୍କୁ ଉଦବୋଧନ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।