ଆସନ୍ତା ଏପ୍ରିଲ ମାସ ପାଇଁ ଗାଇଡ ଲାଇନ ଜାରି କଲେ କେନ୍ଦ୍ର ସରକାର, ପଢନ୍ତୁ ମାନିବାକୁ ହେବ କେଉଁ ସବୁ ନିୟମ

କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି । ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହାମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ । ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହାମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି । ବର୍ତ୍ତମାନ ସମୟ ରେ ଏହି ନୂଆ ରୂପ ପାଇଁ ପ୍ରାୟତଃ ରାଜ୍ୟ ର ଅନେକ ସ୍ଥାନରେ ପୁଣିଥରେ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଗଲାଣି ।

କେନ୍ଦ୍ର ସରକାର ମଧ୍ୟ ଆସନ୍ତା ଏପ୍ରିଲ ମାସ ପାଇଁ କୋଭିଡ ସମ୍ଭନ୍ଧିତ କିଛି ଗାଇଡ଼ ଲାଇନ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଏବି ଵିଷୟ ରେ ଅଧିକ କିଛି ଜାଣିବା । ବନ୍ଧୁଗଣ କରୋନା ର ଚିନ୍ତା ଦୀର୍ଘ ଏକ ବର୍ଷ ହେବ ଲାଗି ରହିଥିଲା । ମନୁଷ୍ୟ ଏହି ସମୟ ରେ ସମ୍ପୂର୍ଣ୍ଣ ଭାବେ ଘରେ ବନ୍ଦ ହୋଇ ରହିଯାଇଥିଲା ।

ଏକ ବର୍ଷ ପରେ ଯାଇ ଲକଡାଉନ ଖୋଲା ଯାଇଥିଲା ଯାହା ଫଳରେ ସାଧାରଣ ଜନତା ଟିକେ ଆସ୍ୱସ୍ତି ପାଇଥିଲେ । କିନ୍ତୁ ବର୍ତ୍ତମାନ କରନା ର ନୂଆ ରୂପକୁ ନେଇ ସମସ୍ତେ ବହୁତ ଚିନ୍ତା ରେ ରହିଛନ୍ତି । ସେହିପରି କେନ୍ଦ୍ର ସରକାର ମଧ୍ୟ ଏପ୍ରିଲ ମାଆ ରୁ କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାର ଙ୍କ ଗାଇଡ଼ ଲାଇନ ରେ ମାସ୍କ ପିନ୍ଧିବା,ହାତ ଧୋଇବା ଓ ସାମାଜିକ ଦୂରତା କୁ ପାଳନ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି । କଣ୍ଟେନମେଣ୍ଟ ଜୋନ କୁ ସଠିକ ଭାବେ ଚିନ୍ହଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଟେଷ୍ଟିଙ୍ଗ ଟ୍ରାକିଂ ଓ ଚିକିତ୍ସା କୁ ଅଧିକ ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସରକାର କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଟୀକା କରଣ କୁ ମଧ୍ୟ ଠିକ ଭାବେ କରିବା ପାଇଁ କୁହାଯାଇଛି ।

କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ ଅନୁସା ରେ ସ୍ଥାନୀୟ ପ୍ରଶାସନ ଚାହିଁଲେ ନିଜେ ଏହି ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଯେଉଁ ମାନେ ଏହି ସବୁ ନିୟମ କୁ ପାଳନ କରୁ ନାହାନ୍ତି ତାଙ୍କ ଉପରେ କଡା ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସମୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବହୁତ ଭାବରେ ବୃଦ୍ଧି ପାଇବା ରେ ଲାଗିଛି ।

କିଛି ଦିନ ହେବ ଏହା ହ୍ରାସ ପାଇ ଆସୁଥିବା ବେଳେ ପୁଣି ଥରେ ଏହାର ଦ୍ଵିତୀୟ ଲହର ଦେଖିବାକୁ ମିଳୁଛି । ଏହିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କୁ ସଜାଗ ରହିବାକୁ କହିଛନ୍ତି ଓ କରନା ଗାଇଡ଼ ଲାଇନ କୁ ଠିକ ଭାବରେ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ