ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ହେଉଛନ୍ତି ଅନୁଭବ ମହାନ୍ତି । ଯିଏ କି ନିଜର ଫିଲ୍ମ କ୍ୟାରିୟରକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଅନୁଭବ ନିଜର ପାରିବାରିକ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତିଙ୍କ ର ଅନେକ ଫ୍ୟାନ୍ସ ଅଛନ୍ତି । ସେ ଓଡିଆ ଜଗତରେ ଅନେକ ସାରା ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସୁପର ଷ୍ଟାର ଅନୁଭବ ଙ୍କ ସହ ଫିଲ୍ମ କରିବାକୁ ଇଚ୍ଛା କରିଛନ୍ତି ଏଇ ଏବେ ଏବେ ଓଡିଆ ଜଗତରେ ପାଦ ଦେଇଛନ୍ତି ।

ସେହି ଅଭିନେତ୍ରୀ ଜଣକ ଗଣମାଧ୍ୟମ ରେ ନିଜର ଅଭିନୟ ଓ ଅନୁଭବ ମହାନ୍ତି ଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।
ଅଭିନେତ୍ରୀ ଜଣକ କହିଛନ୍ତି ଯେ “ମୁଁ ଯେତେ ଓଡିଆ ଫିଲ୍ମ ଦେଖି ଆସିଛି ଅନୁଭବ ମହାନ୍ତି ମୋର ପ୍ରିୟ ଅଭିନେତା ଅଟନ୍ତି । ଯେବେ ମୋ ପାଖକୁ ଫିଲ୍ମର ଅଫର ଆସିଥିଲା ସେତେବେଳେ ମୋ ପରିବାର ଲୋକେ କେହି ବିଶ୍ଵାସ କରି ନ ଥିଲେ । ମୋତେ କହିଲେ ତୁ ଏ ସବୁ କଥା କହନି ତୁ ମଜାକ କରୁଛୁ ।

ମୁଁ ଯେବେ ଅଡିସନ ଦେବାକୁ ଯାଇଥିଲି ଘରେ କହି ନ ଥିଲି । ଯେବେ ମୋତେ ଫିଲ୍ମର ଅଫର ଆସିଥିଲା ମୁଁ ଘରେ କହିବା ପରେ ସେ ବହୁତ ଖୁସି ହୋଇଥିଲେ । ମୁଁ ଏ ସବୁ ଲାଇନରେ ନ ଥିଲି । ମଡେଲିଙ୍ଗ ଲାଇନରେ ବହୁତ ଫରକ ଅଛି । ମୁଁ ଦେଖି ଦେଖି ସବୁ ଶିଖିଛି । ଆଇନା ଆଗରେ ଠିଆ ହୋଇ ମୁଁ ପ୍ରାଟିଶ କରିଥିଲି ।
ମୁଁ ଆଗାମୀ ଫିଲ୍ମର ଅଫର ପାଇଲେ ମୋର ଇଚ୍ଛା ଅଛି ଅନୁଭବ ମହାନ୍ତିଙ୍କ ସହ ଅଭିନୟ କରିବାକୁ । ମୁଁ ଯେବେ ଠାରୁ ଓଡିଆ ଫିଲ୍ମ ଦେଖି ଆସୁଛି ମୋର ଗୋଟେ ଇଚ୍ଛା ଅଛି ଅନୁଭବ ମହାନ୍ତିଙ୍କ ସହ ଫିଲ୍ମ କରିବାକୁ । ମୋତେ “ବାଳୁଙ୍ଗା ଟୋକା’ ଫିଲ୍ମ ବହୁତ ଭଲ ଲାଗେ ।
ଯଦି କେବେ ଚାନ୍ସ ମିଳିବ ଅନୁଭବଙ୍କ ସହ ନିଶ୍ଚୟ ଫିଲ କରିବି । ଯେତେ ଖୁସି ଅଛି ତା ଠାରୁ ବେସୀ ନରଭସ ଅଛି ମୋର ଫିଲ୍ମ ରିଲିଜ ଏବା ନେଇ । ଦର୍ଶକ ମାନେ ମୋତେ କେମିତି ଗ୍ରହଣ କରିବେ । ମୁଁ ମୋର 100% ଦେଇଛି । ଲୋକ ମାନଙ୍କର ଭଲ ପାଇବା ସେତିକି ଦରକାର” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।