ବିଜେଡ଼ି ସାଂସଦ Anubhav Mohanty ବର୍ଷାଙ୍କ ନାମରେ ଆଣିଲେ ସଙ୍ଗିନ ଅଭିଯୋଗ, ଆଉ ସେ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଝିରେ ପାଖାପାଖି ୧ ବର୍ଷ ହେବ ବିବାଦ ଲାଗି ରହିଛି । ଏହି ବିବାଦ ବର୍ତ୍ତମାନ କୋର୍ଟକୁ ଚାଲି ଯାଇଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ବର୍ତ୍ତମାନ କୋର୍ଟରେ ଛାଡପତ୍ର ନେଇ କେସ ଚାଲିଛି । ମଝିରେ ମଝିର ଏହି ମାମଲାକୁ ନେଇ ଅପଡେଟ ଆସିଥାଏ । ଏହି କ୍ରମରେ ଆଜି କୋର୍ଟରେ ଅନୁଭବ ମହାନ୍ତି ନଜର ଆସିଛନ୍ତି । ଅନୁଭବ ମହାନ୍ତି ଗଣମାଧ୍ୟମ ସହ ସାକ୍ଷାତ କରି ଆଜି କୋର୍ଟ ଆସିବାର କାରଣ କହିଲେ ।

ଅନୁଭବ ମହାନ୍ତି କହିଲେ କି ଆଜି ମୋର କୋର୍ଟରେ ସାକ୍ଷୀ ଥିଲା ଓ ସେଥିପାଇଁ ଆଜି ଆସିଥିଲି । ମୁଁ କିଛି ଦିନ ପୂର୍ବେ ହିଁ ଜାଣି ପାରିଲି କି ମ୍ୟାଡମ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପରିଚୟ ପତ୍ର ଓ ବହୁତ ଫର୍ଜି କାଗଜପତ୍ର କୋର୍ଟରେ ଦେଇଛନ୍ତି । କିନ୍ତୁ ତାହା ବହୁତ ଫରକ ଅଛି । ସେଥିରେ ବହୁତ ଫର୍ଜି ଡକ୍ୟୁମେଣ୍ଟ ଅଛି । ମୁଁ ଜଣେ ଦାୟିତ୍ଵବାନ ନାଗରିକ ଓ ରାଜ୍ୟସଭାର ସଦସ୍ୟ ଅଟେ ସେଥିପାଇଁ ମୁଁ କାହାର ବ୍ୟକ୍ତିଗତ ଜୀବନ ଭିତରକୁ ଅଧିକ ପଶି ପାରିବି ନାହିଁ ।

ମୁଁ ଯେତିକି ଜାଣିପାରିଲି ମୁଁ ସବୁ କୋର୍ଟରେ ଉପସ୍ଥାପିତ କରି ଦେଇଛି । ମୁଁ ଚିନ୍ତା କରୁଛି ମ୍ୟାଡମ ବର୍ଷା ପ୍ରିୟଦର୍ଶିନୀ କାହା ମାଧ୍ୟମରେ ନ ଆସି ନିଜେ କ୍ୟାମେରା ସାମ୍ନାକୁ ଆସି କୁହନ୍ତୁ କି ତାଙ୍କ ଉପରେ ଯେଉଁ ସବୁ ଅଭିଯୋଗ ଲାଗିଛି ଫର୍ଜି ଡକ୍ୟୁମେଣ୍ଟ ଓ ଫର୍ଜି ପରିଚୟ ପତ୍ର ବ୍ୟବହାର କରିବାର ।

ଗୋଟିଏ ମଣିଷ ଗୋଟିଏ ପରିଚୟରେ ବଞ୍ଚି ପାରିବ ଓ ଗୋଟିଏ ମଣିଷ ଅଧିକ ପରିଚୟ ପତ୍ରରେ ବଞ୍ଚି ପାରିବ ନାହିଁ । କିନ୍ତୁ ଯଦି କେହି ବିଭିନ୍ନ ଜାଗାରେ ବିଭିନ୍ନ ପରିଚୟ ପତ୍ରରେ ବଞ୍ଚୁଛନ୍ତି ତେବେ ଏହା ବହୁତ ଭୟଙ୍କର ହୋଇପାରେ । ଅନୁଭବ ମହାନ୍ତି ଆଗକୁ କହିଲେ କି ମୁଁ ମୋର ମନ୍ତବ୍ୟ ଦେଲି ଓ କୋର୍ଟ ଯାହା ନିଷ୍ପତି ନେବେ ।

ମୁଁ ଚାହୁଁଛି କି ଏହି ଭଳି ଫର୍ଜି କାମ କେହି ବି କରନ୍ତୁ ନାହିଁ । ମୁଁ ଅନୁରୋଧ କରୁଛି କି ବର୍ଷା ପ୍ରିୟଦର୍ଶିନୀ ଜଲ୍ଦି କ୍ୟାମେରା ସାମ୍ନାକୁ ଆସି ଏହି ମାମଲା ଉପରେ କୁହନ୍ତୁ । ଆପଣ ପତ୍ନୀ ହେବାର ପ୍ରମାଣ କାହା ମାଧ୍ୟମରେ ନ ଆଣି ନିଜେ ନେଇ ଆସନ୍ତୁ ।