ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ଓ ହାତଗୋଡ ବିନ୍ଧା କେବଳ ଗୋଟିଏ ରାତିରେ ଭଲ ହୋଇଯିବ, ଥରେ କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର (Home Remedy for Joint Pain)

ଆଣ୍ଠୁଗଣ୍ଠି ବିନ୍ଧା ସମସ୍ଯା ଯୋଗୁଁ ଅନେକ ଲୋକଙ୍କୁ ଭୀଷଣ କଷ୍ଟ ସହିବାକୁ ପଡେ ଓ ଏହା ତାଙ୍କର ଦୈନନ୍ଦିନ ଜୀବନଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ପ୍ରାପ୍ତ ବୟସ୍କଙ୍କ ଠାରେ ଏହି ସମସ୍ଯା ଦେଖା ଯାଉଥିବା ବେଳେ ଆଜିକାଲି ଅନେକ ଯୁବାପିଲାଙ୍କ ଠାରେ ମଧ୍ୟ ଏହି ସମସ୍ଯା ଦେଖିବାକୁ ମିଳୁଛି । ଅନିୟମିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ହିଁ ଏହାର କାରଣ । ତେବେ ଆପଣଙ୍କ ଆଣ୍ଠୁଗଣ୍ଠି ଓ ଅଣ୍ଟା ବିନ୍ଧା ଆଦି ଦୂର କରିବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପାୟ ।

ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ସାମଗ୍ରୀର ଆବଶ୍ୟକ ହେବ, ତାହା ହେଉଛି ପିଜୁଳି ପତ୍ର । ପିଜୁଳି ଗଛ ଆମ ଦେଶରେ ପ୍ରାୟ ପ୍ରତ୍ଯେକଙ୍କ ବାଡି ବଗିଚାରେ ମିଳିଯାଏ । ପିଜୁଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ଲାଗିଥାଏ ସେତିକି ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଅଟେ । ପିଜୁଳି ଗଛର ଫଳ ଠାରୁ ନେଇ ପତ୍ର ଓ କାଣ୍ଡ ପର୍ଯ୍ୟନ୍ତ ସବୁକିଛି ଅତ୍ୟନ୍ତ ଉପଯୋଗୀ ଅଟେ ।

ଆୟୁର୍ବେଦରେ ପିଜୁଳି ପତ୍ରର ବେଶ ମହତ୍ଵ ରହିଛି । ତେଣୁ ଆପଣ ଏକ ମୁଠା ବା ଏକ ଗିନା ଭର୍ତ୍ତି କିଛି ପିଜୁଳି ପତ୍ର ତୋଳି ଆଣନ୍ତୁ । ଏବେ ଏହି ପତ୍ର ସବୁକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହା ଶିଳପୁଆ କିମ୍ବା ଗ୍ରାଇଣ୍ଡିଂ ଜାର୍ ରେ ରଖି ଭଲ ଭାବେ ବତୀ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହାପରେ ଚୁଲାରେ ମଧ୍ୟମ ଆଞ୍ଚରେ ଏକ କଡେଇ ବସାନ୍ତୁ ଓ ସେଥିରେ ପ୍ରସ୍ତୁତ କରିଥିବା ପିଜୁଳି ପତ୍ର ପେଷ୍ଟକୁ ପକାଇ ଭାଜନ୍ତୁ । ମାତ୍ର ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଅଳ୍ପ ଗରମ ହେବା ଯାଏଁ ଏହି ପେଷ୍ଟକୁ ଆପଣ ଭାଜନ୍ତୁ । ଏହାପରେ ପେଷ୍ଟକୁ ଏକ ପାତ୍ରରେ କାଢି ଦିଅନ୍ତୁ । ଆପଣ ଯେତେବେଳେ ବି ଏହି ପେଷ୍ଟକୁ ପ୍ରୟୋଗ କରିବେ ସବୁବେଳେ ହାଲୁକା ଗରମ ଥିବା ଅବସ୍ଥାରେ ହିଁ ପ୍ରୟୋଗ କରନ୍ତୁ ।

ଆପଣଙ୍କ ବିନ୍ଧା ହେଉଥିବା ସ୍ଥାନରେ ଆପଣ ଏହି ପେଷ୍ଟକୁ ହାଲୁକା ଗରମ ଥିବା ଅବସ୍ଥାରେ ଲଗାନ୍ତୁ । ଏହି ଉପଚାରକୁ ରାତି ସମୟରେ କରନ୍ତୁ ଅଧିକ ଲାଭଦାୟୀ ହେବ । ଏହାକୁ ବିନ୍ଧା ହେଉଥିବା ସ୍ଥାନରେ ବଳ ଭାବେ ଲେପ ଲଗାଇବା ପରେ ଏକ କପଡା ସାହାଯ୍ୟରେ ଏହାକୁ ହାଲୁକା ଭାବେ ବାନ୍ଧି ଦିଅନ୍ତୁ ।

ଯେପରି ଏହା ବିଛଣାରେ ଲାଗିବ ନାହିଁ ଓ ରାତିସାରା ଆପଣଙ୍କ ଶରୀରରେ ଲାଗି ରହିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ । ଏହି ଉପାୟରେ ଆପଣ ଆଣ୍ଠୁଗଣ୍ଠି ବିନ୍ଧାର ଉପଚାର କରି ଦେଖନ୍ତୁ ଆପଣଙ୍କ ଆଣ୍ଠୁଗଣ୍ଠି, ଅଣ୍ଟା ବିନ୍ଧା ଏକାଥରେ ଭଲ ହୋଇଯିବ । ଏହା ବହୁ ପରୀକ୍ଷିତ ଏବଂ ବହୁ ପୁରାତନ ଘରୋଇ ଉପଚାର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।