ଏ ହେଉଛି ସେହି ଅଙ୍ଗନବାଡି ରେ ଯେଉଁଠି ଦିଦି ଜୀବନ ହାରି ଦେଇଥିଲେ । ଯେଉଁ ଘଟଣା ସମସ୍ତଙ୍କ ମନରୁ ଲିଭି ନ ଥିବା ବେଳେ ଆଉ ଏବେ ଅଙ୍ଗନବାଡି ରୁ ଶୁଭୁଚି କେହି ଜଣେ କାନ୍ଦିବାର ଶବ୍ଦ । ସଞ୍ଜ ନଇଁ ଆସିଲେ କେହି ଜଣେ ବିକଳ ସ୍ଵରରେ କାନ୍ଦୁଛି । ଆଉ ଯେଉଁ କାନ୍ଦ ଶୁଣିବା ପରେ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି । ହଁ ଦର୍ଶକ ବନ୍ଧୁ ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁନସାନ ଏରିଆରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ଆସୁଛି ଅଜବ ଶବ୍ଦ ।

ଏ ସବୁ ଦେଖିକି ଲୋକେ କହୁଛନ୍ତି ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି ଦିଦି ଙ୍କର ଆତ୍ମା କାନ୍ଦୁଛି । ଯାହାକୁ ନେଇ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ସମସ୍ତେ ଭୟରେ ଅଛନ୍ତି । ଅଙ୍ଗନବାଡି କେନ୍ଦ୍ର ରୁ ଦିଦି ଙ୍କର ମୃତ ଦେହ ଉଧାର ହୋଇଥିଲା । ଗାଁ ଲୋକଙ୍କ କହିବା ଅନୁଯାୟୀ ଦିଦିଙ୍କର ଛୋଟ ଦୁଇ ଜଣ ପିଲା ଥିବା ବେଳେ ଗାଁ ରେ ସମସ୍ତଙ୍କ ସହ ତାଙ୍କର ନିବିଡ ସମ୍ପର୍କ ଥିଲା ।
ଏମିତିକି ଅଙ୍ଗନବାଡି କୁ ଆସୁଥିବା ପ୍ରତେକ ପିଲା ଙ୍କୁ ଦିଦି ନିଜ ପିଲା ଭାବି ଥାନ୍ତି । ସେଥିପାଇଁ ତାଙ୍କର ଆତ୍ମା ଏବେ ଏଣେତେଣେ ଘୁରି ବୁଲୁଛି ବୋଲି ଏବେ ଗାଁ ଲୋକେ କହୁଛନ୍ତି । ଦିଦି ଙ୍କ ଆତ୍ମା ଶାନ୍ତି ପାଇ ନାହିଁ ବୋଲି ଗାଁ ଲୋକେ କହୁଛନ୍ତି । ସେପଟେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଗାଁ ଲୋକେ । ରାତିରେ କାନ୍ଦ ଶବ୍ଦ ଏତେ ଜୋର ରେ ଆସୁଛି କି କେହି ବି ସୋଇପାରୁ ନାହାନ୍ତି ।

ଏକ ଅଜଣା ଅଭୟ ସୃଷ୍ଟି ହେଉଛି ରାତି ହେଲେ ଅଙ୍ଗନବାଡି କେନ୍ଦ୍ର ରୁ । ସଞ୍ଜ ହେଲେ ମାନେ ସମସ୍ତଙ୍କ ଘରୁ ତାଟି କବାଟ ପଡି ଯାଉଛି । ଗାଁ ହୋଇଯାଉଛି ସୁନସାନ । ଆଉ ସେହି ସମୟରେ ଅଙ୍ଗନବାଡି ରୁ ଘଟୁଛି ଅଜବ ଘଟଣା । ତେବେ ଏଭଳି ଛାତିଥରା ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ମହାରାଜପୁର ଏକ ନମ୍ବର ଅଙ୍ଗନବାଡି ରେ ।
ଯେଉଁ ଠାରେ ସେଠିକାର ଦିଦି ଜୀବନ ହାରି ଦେଲେ । ମହିଳା ମାନଙ୍କ କଥା ଅନୁଯାୟୀ ଦିଦିଙ୍କର ମୃତ ଦେହ ଉଧାର ହୋଇଛି ସତ ହେଲେ 5 ଦିନ ହେବ ରାତିରେ ଅଜବ ଅଜବ ଶବ୍ଦ ଆସୁଛି । ଯାହାକୁ ନେଇ ଅଭାବିଭାବକ ମାନେ ଭୟ କରୁଥିବା ବେଳେ ପିଲାଙ୍କୁ ସେଠାକୁ ଯିବା ପିଲା ମାନେ ଭୟଭୀତ ହୋଇ ପଡିଛନ୍ତି ।
ସନ୍ଧ୍ୟା ହେଲେ ଦିଦି ଙ୍କ ମୁହଁ ଦେଖା ଯାଉଛି ଆଉ ତାଙ୍କ କଥା ମନେ ବି ପଡୁଛି । ସେପଟେ ଅଙ୍ଗନବାଦୀ କେନ୍ଦ୍ର ପାଖରେ କୌଣସି ଆଲୋକ ନ ଥିବା ବେଳେ ଘଞ୍ଚ ଜଙ୍ଗଲ ଓ ବଡ ପଡିଆ ଥିବାରୁ ଭୟ ସୃଷ୍ଟି କରିବାର ମାଧ୍ୟମ ପାଲଟିଛି । ଏଭଳି ସ୍ଥିତିରେ ଛୋଟ ପିଲାଙ୍କୁ ନ ଛାଡିବାକୁ ଅଭିଭାବକ ମାନେ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।