ଆମା ଆମା କହି ମା’ର ମୁହଁକୁ ପୁଅ ଗେଲ କରି ପକାଉଛି । ଦୀପିକାଙ୍କ ପୁଅ ମା’ର ଫଟୋକୁ ଆଉଁସି ଦେଇ ଚାରିଆଡେ ଗେଲ କରି ପକାଉଛି । ପିଲାଟି ହୁଏତ ଭାବୁଛି ଏମିତି ଆମା ଆମା ଡାକିଲେ ତା’ ମାଆ ଫଟୋ ଭିତରୁ ବାହାରି ଆସିବ ଆଉ ତାକୁ କୋଳେଇ ନେବ । କାଳେ ମା’ ବାହାରି ଆସିବ ସେଥିପାଇଁ ମା’ର ଫଟୋକୁ ହାତ ମାରି ବି ଦେଖୁଛି ପୁଅ । ମା’କୁ ଡାକିବା ପାଇଁ ପିଲାଟି ବହୁତ ଚେଷ୍ଟା କରୁଛି । କାଳେ ତା’ ଡାକ ଶୁଣି ମା’ ଫଟୋରୁ ବାହାରି ଆସିବ ।
ସେହି ଆଶାରେ ଦୀପିକାଙ୍କ ଫଟୋ ସହ ଛୁଆଟି ଏମିତି ଲାଗୁଛି । ହେଲେ ତା’ ମାଆ ଫଟୋରୁ ଆସିବନି ବୋଲି ପିଲାଟି ବା କେମିତି ଜାଣିବ ! ତା’ ମାଆ ଏବେ ତା’ ପାଖକୁ ଆସିବନି । କାରଣ ସେ ଜାଣିନି କି ତା’ ମା ତାକୁ ବାପାର ପରିଚୟ ଦେବା ପାଇଁ ବାପାର ଦୁଆରେ ବସିଛି । ୯୦ ଦିନ ହୋଇଗଲାଣି ତା’ ମାଆ ଖରା, ବର୍ଷା, ଶୀତ ସହି ତା’ ବାପାକୁ ଅପେକ୍ଷା କରିବସିଛି । ଲୋକଙ୍କ ଠାରୁ ଅନେକ ନିନ୍ଦା ଅପମାନ ଶୁଣି ମଧ୍ୟ ହାର୍ ନମାନି ସେମିତି ବାହାରେ ଅପେକ୍ଷା କରି ବସିଛି ତା’ ମାଆ ଦୀପିକା ।
ଦିନରେ ଲୋକଙ୍କ ଟାହିଟାପରା ଆଉ ରାତିରେ ଜୀବଜନ୍ତୁଙ୍କ ଭୟ । ତଥାପି ସେସବୁକୁ ଖାତିର ନକରି ନ୍ୟାୟ ପାଇଁ ଅନେଇ ବସିଛି ତା’ ମା । ହେଲେ ଏପଟେ ଛୁଆର ମା’ କଥା ବହୁତ ମନେପଡୁଛି । ଜମା ୧୯ ମାସର ଛୁଆ, କେମିତି ବା ମନେ ପଡିବନି ମାଆ କଥା ! ଆଉ ସେଥିପାଇଁ ମା’ର ଫଟୋକୁ ଏମିତି ଗେଲ କରି ପକାଉଛି ।
ଦୀପିକା ଧାରଣା ଦେବାର ୯୦ ଦିନ ପାର୍ ହୋଇଗଲାଣି । ପୁଅକୁ ବାପାର ପରିଚୟ ଦେବାକୁ ଦୀପିକା ଅହରହ ସଂଘର୍ଷ କରି ଚାଲିଛନ୍ତି । ଭେଶପା ଶୋ’ରୁମ୍ ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ଏବେ ସାରା ଓଡିଶାରେ ଚହଳ ପକାଇଛି । ଜଣେ ପ୍ରେମିକା ତଥା ମାଆ ଏ ସଂଘର୍ଷ କରିଚାଲିଛି । ମହିଳା କମିଶନରେ ତାରିଖ ପରେ ତାରିଖ ଗଡିଚାଲିଛି । ହେଲେ ଦେଖା ଦର୍ଶନ ଦେଉନି ଦିନେଶ । ତାଙ୍କ ପାଇଁ ଛୁଆ ବାପାର ପରିଚୟ ପାଇବା କଥା ତ ଛାଡ ମା’କୁ ବି ପାଖରେ ପାଇପାରୁନି ।
ଏହି ଛୁଆର ମୁହଁ ଦେଖିଲେ ଶକ୍ତରୁ ଶକ୍ତ ହୃଦୟ ବି ତରଳିଯିବ । ହେଲେ ଏସବୁ ଦେଖିବି ଚୁପ୍ ରହୁଛି ଦିନେଶ । ଦେଖିବାକୁ ବାକି ରହିଲା କେବେ ଫେରୁଛି ଦିନେଶ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।