Amlanର ଆଉ ଗୋଟେ କାନ୍ଧ ଚାଲିଗଲା, Mihir ଙ୍କୁ ଝୁରି ଝୁରି ନି-ଶାରେ ବୁଡି ରହୁଥିଲା Aklant, ଆଉ ଏବେ… ଦେଖନ୍ତୁ କଣ କହୁଛନ୍ତି Tutu Nayak

ନମସ୍କାର ବନ୍ଧୁଗଣ, ଜୀବନ ମରଣର ପ୍ରକ୍ରିୟାରେ ତ ସଂସାର ଚାଲିଛି ଏହା ସମସ୍ତଙ୍କୁ ଜଣା କିନ୍ତୁ ଅକାଳ ବିୟୋଗର ସତକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସେହିଭଳି ସ୍ଵର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତର ବିୟୋଗକୁ ମଧ୍ୟ ଓଡିଆ ଜଗତର କୌଣସି କଳାକାର ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଅକ୍ଲାନ୍ତଙ୍କର ବିୟୋଗରେ କଣ କହୁଛନ୍ତି ଆମ ଓଡିଆ ସିନେମା ଜଗତର ପ୍ରଯୋଜକ ଟୁଟୁ ନାୟକ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଯୋଜକଙ୍କ କହିବା ଅନୁଯାୟୀ ମିହିର ଦାସଙ୍କୁ ତାଙ୍କ ସାନ ପୁଅ ଅକ୍ଲାନ୍ତ ବହୁତ ଭଲ ପାଉଥିଲେ । ସବୁ ସମୟରେ ସବୁ ସ୍ଥାନରେ ମିହିରଙ୍କ ପାଖେ ପାଖେ ରହୁଥିଲେ ତାଙ୍କ ସାନ ପୁଅ ଅକ୍ଲାନ୍ତ । ତେଣୁ ତାଙ୍କ ବାପା ବିୟୋଗର କଷ୍ଟ ତାଙ୍କୁ ବହୁତ ହୋଇଥିଲା ଯାହାଫଳରେ ତାଙ୍କ ବାପାଙ୍କ ବିୟୋଗ ପରେ ସେ ଡ୍ରିପ୍ରେସନକୁ ଚାଲି ଯାଉଥିଲେ ଏବଂ ଶୁଣାଯାଉଥିଲା ନି-ଶା ମଧ୍ୟ କରୁଥିଲେ ସବୁ ସମୟରେ ନି-ଶାରେ ବୁଡି ରହୁଥିଲେ ତେଣୁ ତାଙ୍କ ଠାରେ ଲିଭର ସମସ୍ୟା ଦେଖା ଦେଇଥିଲା ।

କମ ବୟସରେ ଏଭଳି ନି-ଶାଗ୍ରସ୍ତ ରହିବା ହୁଏତ ଆଜି ତାଙ୍କ ଜୀବନ ନେଇଗଲା ବୋଲି ପ୍ରଯୋଜକ କହୁଛନ୍ତି । ସେ କହିଛନ୍ତି ଏହା ଓଡିଆ ସିନେ ଜଗତ ପାଇଁ ଏକ ଦୁଃଖଦ ଘଟଣା ଅଟେ । ଅକ୍ଲାନ୍ତଙ୍କ ବୟସ ମାତ୍ର 24 ବର୍ଷ ଥିଲା । ତାଙ୍କର ଦୁନିଆ ଦେଖିବା ସମୟରେ ହିଁ ଦୁନିଆ ଛାଡି ଯିବାର ସମୟ ଆସିଗଲା ବୋଲି ପ୍ରଯୋଜକ କହିଛନ୍ତି ଏବଂ ଖୁବ ଦୁଃଖ ପ୍ରକାଶ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଅମ୍ଳାନ ତାଙ୍କ କାମରେ ବ୍ୟସ୍ତ ରହିଲେ ନିଜକୁ ବ୍ୟସ୍ତ ରଖିଲେ ତେଣୁ ସେ ବାପାଙ୍କ ବିଯୋଗର କଷ୍ଟକୁ ଭୁଲିବାର ରାସ୍ତା ପାଇଲେ କିନ୍ତୁ ଅକ୍ଲାନ୍ତ ସବୁବେଳେ ଘରେ ରହୁଥିଲେ ତେଣୁ ତାଙ୍କୁ ବାପାଙ୍କ ବିୟୋଗର କଷ୍ଟ ମନରୁ ଲିଭିବାକୁ ଦେଉନଥିଲା । ତେବେ ପ୍ରଯୋଜକ କହିଛନ୍ତି ଅମ୍ଳାନଙ୍କ ଜାଗାରେ ଯଦି ଆମେ ରହି ଭାବିବା ତେବେ ସାତରେ ଏହା ବହୁତ ଦୁଃଖ ଦାୟକ ଘଟଣା ଅଟେ ।

କାରଣ ବାପା ମା ଙ୍କ ପରେ ଭାଇ ହୋଇଥାଏ ସାହ ଭରସା ଏବଂ ଆଉ ଏକ କାନ୍ଦ ଯାହା ସାହାଯ୍ୟରେ ଜୀବନ କଟିଯାଇଥାନ୍ତା ଅମ୍ଳାନର କିନ୍ତୁ ଭଗବାନ ହୁଏତ ଚାହିଁଲେନି । ତେଣୁ ଏହି ସମୟରେ ଅମ୍ଳାନକୁ ଭଗବାନ ହିଁ ସାହସ ଦେବେ । ଆମେ ତ କେବଳ ତାଙ୍କୁ ସାନ୍ତ୍ଵନା ହିଁ ଦେଇପାରିବାର କଥା ପ୍ରଯୋଜକ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।