ଏମିତି ବି ଆସେ ମୃତ୍ୟୁ! ବରଯାତ୍ରୀ ନାଚ ହେଲା ଶେଷ ନାଚ, ରାସ୍ତା ଉପରେ ନାଚୁ ନାଚୁ ଟଳି ପଡିଲେ ଯୁବକ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିର ଜୀବନ କାଲିକୁ ନାହିଁ । ଏହା ସତ୍ୟ କାରଣ କ୍ଷଣକ ସମୟରେ ଖୁସି ପାଲଟି ଯାଉଛି ଦୁଃଖ । ସେହିଭଳି ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବା । ସାଙ୍ଗ ବାହାଘରରେ ବରଯାତ୍ରୀ ହୋଇ ଯାଇଥିଲେ ସାଙ୍ଗ । ହେଲେ ସେହି ବରଯାତ୍ରୀର ନାଚ ଆଉ ସେହି ସାଙ୍ଗର ବାହାଘର ତାଙ୍କ ପାଇଁ ହୋଇଗଲା ଶେଷ ବାହାଘର । କାରଣ ଖୁସିରେ ନାଚୁ ନାଚୁ ଟଳି ପଡିଲେ ଯୁବକ । ତେବେ ଆସନ୍ତୁ ଜାଣିବା ଏହି ଖବର ସହ ଜଡିତ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ସାଙ୍ଗ ବାହଘରରେ ବରଯାତ୍ରୀ ହୋଇ ଯାଇଥିଲେ ସାଙ୍ଗ । କିଏ ବା ଜାଣିଥିଲା ତାଙ୍କ ସାଙ୍ଗ ବାହାଘର ତାଙ୍କ ଜୀବନର ଶେଷ ବାହାଘର ହେବ ତାଙ୍କ ଜୀବନର ଶେଷ ନାଚ ହେବ । ବରଯାତ୍ରୀ ହୋଇ ଯାଇଥିବା ଯୁବକ ସାଙ୍ଗର ବାହାଘରକୁ ଖୁସିରେ ନାଚି ନାଚି ମଜା ନେଉଥିଲେ । ହେଲେ ତାଙ୍କର ସେହି ମଜା ହଠାତ ତାଙ୍କୁ ଭୂମି ଉପରେ ଶୁଆଇ ଦେଲା ।

ନାଚୁ ନାଚୁ ତାଙ୍କ ଜୀବନ ଚାଲିଗଲା । ତେବେ ସେହି ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ, ଟୋଲଙ୍ଗପଡା ଗାଁ ର କୁଳମଣି ସାହୁଙ୍କ ପୁଅ ଦୁଃଖ ବନ୍ଧୁ ସାହୁ । ଘରୁ ଖାଇ ପିଇ ହସ ଖୁସିରେ ବାହାରିଥିଲେ ସାଙ୍ଗ ବାହାଘରରେ ଯୋଗ ଦେବା ପାଇଁ । ସାଙ୍ଗ ବାହାଘର ପାଇଁ ତାଙ୍କ ମନ ବହୁତ ଖୁସି ଥିଲା । ବାହାଘର ବରଯାତ୍ରୀରେ ସବୁ ସାଙ୍ଗ ଆସିଥିଲେ ।

ଗୀତର ତଳେ ତାଳେ ସବୁ ସାଙ୍ଗଙ୍କ ପାଦ ବି ନାଚୁଥିଲା । ଦୁଃଖବନ୍ଧୁ ମଧ୍ୟ ଗୀତର ତାଳେ ତାଳେ ଝୁମୁଥିଲେ । ତାଙ୍କ ନାଚକୁ ମୋବାଇଲରେ ତାଙ୍କ ନାଚକୁ ରେକର୍ଡ କରାଯାଉଥିଲା ହେଲେ ସେହି ମୋବାଇଲରେ ତାଙ୍କ ଜୀବନର ଶେଷ ସମୟ କଏଦ ହୋଇ ରହିଗଲା । ନାଚୁ ନାଚୁ ଟଳି ପଡିଲେ ଯୁବକ ଜଣଙ୍କ ।

ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ଉଠାଇ ପାଣି ଛିଞ୍ଚିବା ପରେ ଘସିପୁର ଡାକ୍ତରଖାନାକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସାଙ୍ଗ ବାହାଘରର ଖୁସି ତାଙ୍କ ପାଇଁ ଅଧା ରହିଗଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।