ଅମିତ ଶାହାଙ୍କ ଗସ୍ତ ପରେ ଚଳଚଞ୍ଚଳ ଓଡିଶା ବିଜେପି,ଏମିତି ହୋଇପାରେ ସମୀର ମହାନ୍ତିଙ୍କ ସମ୍ଭାବ୍ୟ ଟିମ

ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ୟୁନିଟ ର ତତ୍ପରତା ଗୃହମନ୍ତ୍ରୀ ଅମିତ୍ ଶହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରେ ବଢ଼ିଯାଇଛି , ଜନତା ମଇଦାନରେ ବିଶାଳ ଜନସମାବେଶ ସଫଳ ଭାବେ ରୂପାୟନ କରିଥିବାରୁ ମେ ଫେୟାର କାର୍ଯ୍ୟକର୍ତ୍ତା ବୈଠକ ରେ ନୂତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ତାଙ୍କ ୱାର୍କିଂ ଗ୍ରୁପ୍ କୁ ଧନ୍ୟବାଦ ଦେବା ସହ ବିଗତ ନିର୍ବାଚନ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ଏହି ଅବସରରେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ସଂଗଠନ ବୁଥ ସ୍ତରରେ ଅଧିକ ମଜବୁତ୍ କରିବାକୁ ନୂଆ ରାଜ୍ୟ ଟିମ୍ କରି ତୁରନ୍ତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଇବାକୁ ପରାମର୍ଶ ଦେଇଥିଲେ ଆଗାମୀ ଏକବର୍ଷର ପୂର୍ଣ୍ଣାଙ୍ଗ କାର୍ଯୟକ୍ରମ ର ବ୍ଲୁପ୍ରିଣ୍ଟ ସମସ୍ତଙ୍କୁ ଅଗ୍ରାଧିକାର ଦେଇ ଘୋଷଣା କରିବାକୁ ମଧ୍ୟ କହିଥିଲେ । ଏହି ମର୍ମ ରେ ସେହି ଦିନ ରାତିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ( ସଂଗଠନ ) ବିଏଲ ସନ୍ତୋଷ ଓ ଓଡ଼ିଶା ପ୍ରଭାରୀ ଦ୍ଵୟ ଅରୁଣ ସିଂହ ଓ ସୌଦାନ ସିଂହଙ୍କ ଉପସ୍ଥିତି ରେ ବିଶଦ ଆଲୋଚନା ହୋଇଥିବା କୁହାଯାଉଛି ।

ଆମ ଖବର ମୁତାବକ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିଜର ନୂଆ ଟିମ୍ ଘୋଷଣା କରିବାର ସମ୍ଭାବନା ଅଛି , ଯେଁଉ ଥିରେ ଉପସଭାପତି ଭାବେ ରଞ୍ଜନ ପଟେଲ ପୃଥ୍ୱୀରାଜ ହରିଚନ୍ଦନ, ସୁରମା ପାଢ଼ୀ, ଜୟରାମ ପାଙ୍ଗି ଙ୍କ ନାମ ସର୍ବାଗେ ଚର୍ଚ୍ଚା ହେଉଥିବା ବେଳେ ସଙ୍ଗୀତ ସିଂଦେଓ, ଲେଖାଶ୍ରୀ ସାମନ୍ତସିଂହାର , ରୁଦ୍ର ପାଣି ଅଭିମନ୍ୟୁ ସେଠୀ ଙ୍କ ସହ ସୁଦୀପ୍ତ ରାୟ ଙ୍କ ନାମ ମଧ୍ୟ ଶୁଣାଯାଉଛି, ସେହିଭଳି ସାଧାରଣ ସମ୍ପାଦକ ପଦ ପାଇଁ କାଳନ୍ଦୀ ସାମଲ, ସାରଦା ଶତପଥୀ, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀ ଙ୍କ ଶୁଣାଯାଉଛି , ସମ୍ପାଦକ ଭାବେ ଠାକୁର ରଞ୍ଜିତ ଦାସ , ପ୍ରଭାତୀ ପରିଡ଼ା, ହରେକୃଷ୍ଣ ଖୁଣ୍ଟିଆ , କାହ୍ନୁ ଚରଣ ପତି, ବିଶ୍ଵ ମଲ୍ଲିକ , ଆମର ନାୟକ , ସୁକାନ୍ତ ବିଶ୍ଵାଳ ,ଉମାକାନ୍ତ ପଟ୍ଟନାୟକ, ଜୟନ୍ତ ପଢୀୟାରି , କାନାନବାଳା ପଟନାୟକ, ପିଙ୍କି ପ୍ରଧାନ ପ୍ରମୁଖ ଙ୍କ ଭିତରୁ ଜଣ ତାଲିକା ଭୂକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ହେଉଛି ।

ସେହିଭଳି ବିଭିନ୍ନ ମୋର୍ଚ୍ଚରେ ଏଥର ଅଗ୍ରାଧିକାର ଭିତ୍ତିରେ ପ୍ରଥମ ଦଫା ବୁଥ ସ୍ତରୀୟ ସଂଗଠନ ବିସ୍ତାର, କର୍ମୀ କର୍ମଶାଳା ଓ ଦ୍ଵିତୀୟ ଦଫାରେ ଲମ୍ବା ଆନ୍ଦୋଳନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନଜର ରଖିଛି ସଂଗଠନ, ସେହିପରି କ୍ରମରେ ସିକନ୍ଦର ଅଲ୍ଲୀ , ଦେବାଶିଷ ନାୟକ (ବାପି) , ପ୍ରବିର ଶଙ୍କର ଦାଶ ଓ ଇରାଶୀସ ଆଚାର୍ଯ୍ୟ ଙ୍କ ନାମ ଚର୍ଚ୍ଚା ରେ ଥିବା ବେଳେ କୃଷକ ମୋର୍ଚ୍ଚା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପରୋହିତ, ସୁରଥ ବିଶ୍ଵାଳ , ସିମାଞ୍ଚଳ ଖଟୋଇ, କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଙ୍କ ନାମ ଶୁଣାଯାଉଛି , ସେହିଭଳି ମହିଳା ମୋର୍ଚ୍ଚା ପାଇଁ ସ୍ମୂତିରେଖା ପଟ୍ଟନାୟକ , ବବିତା ମଲ୍ଲିକ, କୁସୁମ୍ ଟେଟେ ମଧ୍ୟରୁ ଘୋଷିତ ହେଇପାରେ ବୋଲି ଆଲୋଚନା ହେଉଛି ।