ଆଜିର ବର୍ତ୍ତମାନ ସମୟରେ ଚୀନକୁ ଦୁନିଆର ସବୁଠାରୁ ବଡ ମହାଶକ୍ତି ବୋଲି ବିବେଚନା କରାଯାଉଛି । ସେ ନିଜର ଶକ୍ତି ଦେଖାଇବା ପାଇଁ କେବେ ପଛଘୁଞ୍ଚା ଦିଏ ନାହିଁ । କେବେ ଭାରତ ସହିତ ସୀମା ଉପରେ ସମସ୍ୟା ସୃଷ୍ଟି କରିଥାଏ ତ ଆଉ କେବେ ଦକ୍ଷିଣ ଚୀନ ସାଗରରେ ଆମେରିକାକୁ ଆଖି ଦେଖାଇ ଥାଏ । ସେ କେବେ ହେଲେ କାହାକୁ ଭୟ କରେ ନାହିଁ । କିନ୍ତୁ ଏମିତି ଏକ ଦେଶ ଅଛି ଯାହାକୁ ଚୀନ ବର୍ତ୍ତମାନ ମଧ୍ୟ ଡରୁଛି ।
ଆମେରିକାର ନେସନାଲ ସିକ୍ୟୁରିଟି ଏନାଲିଷ୍ଟ ଏବଂ ଲେଖକ ଗିଲବୋର୍ଟ ୱିଲ୍ଲହରମୋସା କହିଛନ୍ତି କି ୧୯୭୯ ମସିହାରେ ଚୀନ ସୀମା ବିବାଦକୁ ନେଇ ବିୟତନାମ କୁ ଶିକ୍ଷା ଦେବା ପାଇଁ ଯୁଦ୍ଧ ଆରମ୍ଭ କରିଥିଲା । ଚୀନକୁ ଲାଗୁଥିଲା କି ସେ ନିଜର ଶକ୍ତି ବଳରେ ବିୟତନାମ ଉପରେ କାବୁ କରି ନେବ ବୋଲି । କିନ୍ତୁ ଏହି ଯୁଦ୍ଧ ଚୀନ ପାଇଁ ଖରାପ ପ୍ରମାଣିତ ହେଲା ।
ଚୀନ ସେନା ମାନଙ୍କର ଅନେକ ତ୍ରୁଟି ସାମନାକୁ ଆସିଗଲା । ବିୟତନାମ ହଜାର ହଜାର ଚୀନ ସୈନିକ ମାନଙ୍କୁ ଏହି ଯୁଦ୍ଧରେ ମାରି ଦେଲା । ସେହି ଯୁଦ୍ଧରେ ପ୍ରାୟ ୨୬ ହଜାର ସୈନିକ ନିହତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ଚୀନ ସେହି ଯୁଦ୍ଧକୁ ଭୁଲି ପାରି ନାହିଁ । କାରଣ ଗୋଟିଏ ଛୋଟ ଦେଶ ଏତେ ବଡ ମହାଶକ୍ତି କୁ ଧୁଳି ଚଟାଇ ଦେଇଥିଲା ।
ଆମେରିକୀୟ ନେସନାଲ ସିକ୍ୟୁରିଟୀ କମେଣ୍ଟେଟର କହିଛନ୍ତି କି ଚୀନ ସୀମା ଉପରେ ଭାରତ ବିରୁଦ୍ଧରେ ଯେତେ ଖରାପ ଚିନ୍ତା କରୁଛି ଏବଂ ଯେତେ ସମସ୍ୟା ସୃଷ୍ଟି କରିଛି ତାହା ୧୯୭୯ ମସିହାରେ ଚୀନ ବିୟତନାମ ବିବାଦ ଠାରୁ ମଧ୍ୟ ଖରାପ ଶିକ୍ଷା ହେବ ।
କାରଣ ଭାରତର ସେନା ମାନେ ବିୟତନାମ ଭଳି ଅଟନ୍ତି । ଭାରତ ଚୀନ ଯୁଦ୍ଧରେ ଭାରତକୁ ବିୟତନାମ ର ସାହାଯ୍ୟ ମଧ୍ୟ ମିଳିପାରେ । ଆମେରିକା ଏବଂ ରୁଷ ସହିତ ଭାରତର ଭଲ ବନ୍ଧୁତା ଅଛି । ଏହି ସୀମା ଯୁଦ୍ଧରେ ବିୟତନାମ ଭାରତକୁ ସାହାଯ୍ୟ କରିବାକୁ ନେଇ ଚୀନ ବହୁତ ଭୟ ଭୀତ ହୋଇ ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।