ପଲଟିଲା ବାଜି, ପୁଟିନଙ୍କ ଚାଲାଖି ଯୋଗୁଁ ଏବେ ଆମେରିକା ବିରୋଧରେ ଠିଆ ହେଉଛନ୍ତି ବଡ ବଡ ନାଟୋ ଦେଶ, ଜାଣନ୍ତୁ କଣ ରହିଛି ପୁରା ମାମଲା…

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ବୋଲି ସାରା ଦୁନିଆକୁ ଜଣା । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହା ବ୍ଯତୀତ ଆଉ ଏକ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇସାରିଛି । ଏହି ଯୁଦ୍ଧ ଆଉ କାହା ମଧ୍ୟରେ ନୁହେଁ ବରଂ ଆମେରିକା ଓ ନାଟୋ ଦେଶ ମଧ୍ୟରେ ଆରମ୍ଭ ହୋଇଛି । ନିକଟରେ କିଛି ଦେଶ ଏପରି ବୟାନ ଦେଇଛନ୍ତି ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଅଧିକାଂଶ ନାଟୋ ଦେଶ ଆମେରିକା ଉପରେ ଖୁସି ନାହାନ୍ତି । ତେବେ ଆପଣ ଭାବୁଥିବେ ଅଚାନକ ବାଜି କେମତି ପଲଟିଗଲା ?

ଆମେରିକା ପ୍ରଥମରୁ ହିଁ ଚାହୁଁଥିଲା କି ଋଷ ଉପରୁ ୟୁରୋପୀୟ ଦେଶମାନଙ୍କ ନିର୍ଭରତା ଶେଷ ହୋଇଯାଉ ଓ ଋଷର ଅର୍ଥ ବ୍ୟବସ୍ଥା ବରବାଦ ହୋଇଯାଉ । ଏଥିପାଇଁ ଆମେରିକା ୟୁକ୍ରେନକୁ ନାଟୋରେ ସାମିଲ କରିବାର ସ୍ଵପ୍ନ ଦେଖାଇ ମୋହରା ବନେଇଲା । ୟୁକ୍ରେନ ଆମେରିକାର ଏହି ଚାଲ୍ ରେ ଫସିଗଲା ଆଉ ଏବେ ସେଥିପାଇଁ ପଶ୍ଚାତାପ କରୁଛି । ଆମେରିକା ଲଗେଇ ଥିବା ଏହି ନିଆଁରେ ଅନେକ ୟୁରୋପୀୟ ଦେଶ ମଧ୍ୟ ଜଳୁଛନ୍ତି । ପୋଲାଣ୍ଡ ହେଉଛି ଏହାର ସବୁଠୁ ବଡ ଉଦାହରଣ ।

ଋଷର ପଡୋଶୀ ପୋଲାଣ୍ଡ ଏକ ନାଟୋ ଦେଶ ଅଟେ । ସେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଫାଇଟର ଜେଟ୍ ପଠାଇବ ବୋଲି କହିଥିଲା । କିନ୍ତୁ ପୋଲାଣ୍ଡର ରାଷ୍ଟ୍ର ମୁଖ୍ୟ ଏହାକୁ ଏକ ମିଛ ନ୍ଯୁଜ ବୋଲି କହିଥିଲେ । କିନ୍ତୁ ପରେ ଆମେରିକା ଚାପ ପକାଇବା ହେତୁ ନିଜର ୨୮ଟି ମି୨୯ ଫାଇଟର ଜେଟ୍ କୁ ଜର୍ମାନୀରୁ ଆମେରିକୀୟ ବାୟୁସେନାକୁ ଟ୍ରାନ୍ସଫର କରିବ ବୋଲି ରାଜି ହୋଇଥିଲା । କିନ୍ତୁ ପୋଲାଣ୍ଡ ସିଧାସଳଖ ଋଷ ବିରୋଧରେ କୌଣସି ପଦକ୍ଷେପ ନେବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛି ।

ପୋଲାଣ୍ଡର ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ନିଜ ଆଡୁ କୌଣସି ପଦକ୍ଷେପ ଉଠାଇବୁ ନାହିଁ, ଆମେ ଏହି ଯୁଦ୍ଧରେ ସାମିଲ ନୋହୁଁ । ପୋଲାଣ୍ଡ ତରଫରୁ ଆସିଥିବା ଏହି ବୟାନ ଆମେରିକା ପାଇଁ କୌଣସି ଝଟକା ଠାରୁ କିଛି କମ୍ ନୁହେଁ । ପୁଟିନଙ୍କ ଧମକ ପରେ ପୋଲାଣ୍ଡ ସିଧାସଳଖ ଏହି ଯୁଦ୍ଧରେ ସାମିଲ ହେବାକୁ ମନା କରିଥିଲା । ତେବେ ନାଟୋର ଅନ୍ୟ ଦୁଇ ବଡ ଦେଶ ଆମେରିକାର ଚିନ୍ତାକୁ ଆହୁରି ବଢେଇ ଦେଇଛି ।

ଜର୍ମାନୀ ଓ ଫ୍ରାନ୍ସ ଋଷର ନିନ୍ଦା ତ କଲେ କିନ୍ତୁ ଏହାସହ ଋଷ ବିରୋଧରେ ଭାରତର ଚୁପିକୁ ମଧ୍ୟ ସମର୍ଥନ କଲେ । କିନ୍ତୁ ଆମେରିକାକୁ ଏହା ମଧ୍ୟ ପସନ୍ଦ ହେଲା ନାହିଁ । ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ତାଙ୍କ ବୟାନରେ କହିଛନ୍ତି କି ଋଷ ଏକ ମହାନ ଶକ୍ତି ଅଟେ । ଏହାସହ ଋଷିଆର ଲୋକଙ୍କ ପ୍ରତି ଆମର କୌଣସି ଶତ୍ରୁତା ନାହିଁ ବୋଲି ସେ କହିଥିଲେ ।

କିନ୍ତୁ ପୁଟିନଙ୍କ ବିରୋଧ କରୁଛନ୍ତି ବୋଲି ନିଜ ବୟାନର ସଫେଇ ଦେଇ ବୋରିସ ଜନସନଙ୍କୁ କହିବାକୁ ପଡିଥିଲେ ଆମେରିକା ତାଙ୍କ ଈଶାରା ବୁଝି ସାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।