ଆମେରିକା ଚୁପଚାପ ଭାରତକୁ ଦେଲା ଏହି ଲଢାକୁ ଡ୍ରୋନ, ପାକ ଚିନରେ ଏହି ଡ୍ରୋନକୁ ନେଇ ଆତଙ୍କ, ଯାଅନ୍ତୁ ଏହାର ବିଶେଷ୍ଵତ

ଦୁନିଆର ଯେ କୌଣସି ଲଢ଼ୁଆ ବିମାନ ଲଗାତାର କେବଳ ୧୦ ରୁ ୧୨ ଘଣ୍ଟା ଉଡି ପାରେ ଓ ଏହାର କେବଳ ଏକ ଘଣ୍ଟା ଉଡ଼ିବାର ଖର୍ଚ୍ଚ ହେଉଛି ୧୦ ରୁ ୧୫ ଲକ୍ଷ । କିନ୍ତୁ ଏହା ତୁଳନାରେ ଆମେରିକାର ଲଢ଼ୁଆ ଡ୍ରୋନ୍ ତଥା ଯାହାକୁ ବିଶ୍ଵର ସବୁଠୁ ଶକ୍ତିଶାଳୀ ଲଢ଼ୁଆ ଡ୍ରୋନ୍ ବୋଲି କୁହାଯାଏ, ତାହାର ଘଣ୍ଟା ପ୍ରତି ଖର୍ଚ୍ଚ ମାତ୍ର ୩ ଲକ୍ଷ ଅଟେ । ଏହାକୁ ଥରେ ଉଡାଇଲେ ଏହା ଲଗାତାର ୨୪ ରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରେ ।

ଏହା ସହିତ ସୀମାର ତଦାରଖ ରଖି ତଥ୍ୟ ମଧ୍ୟ ପହୁଞ୍ଚାଏ ଓ ସନ୍ଦେହଜନକ ଗତିବିଧି ନଜର ଆସିଲେ ସାଙ୍ଗେ ସାଙ୍ଗେ ଆକ୍ରମଣ ମଧ୍ୟ କରିପାରେ । କାରଣ ସେଥିରେ ମିସାଇଲ୍ ମଧ୍ୟ ଲାଗିଥାଏ । ଏହାକୁ ଚଲାଇବା ପାଇଁ ପାଇଲଟ୍ ମଧ୍ୟ ଆବଶ୍ୟକ ହୁଏ ନାହିଁ । ଏହାକୁ ତଳୁ ରିମୋଟ ଦ୍ବାରା ଚଲା ହୋଇଥାଏ । ତେବେ ଆପଣ ଜାଣି ଖୁସି ହେବେ ଭାରତକୁ ଏହି ଲଢ଼ୁଆ ଡ୍ରୋନ୍ ଆସି ଯାଇଛି ।

ତେବେ ଖୁସିର କଥା ହେଉଛି ୨୧ ନଭେମ୍ବରରୁ ଭାରତ ଏହି ଡ୍ରୋନ୍ କୁ କାର୍ଯ୍ୟକ୍ଷମ କରାଇ ସାରିଛି । ଭାରତ ଓ ଆମେରିକା ଏହି କାରବାର ଏତେ ଗୁପ୍ତ ଭାବରେ କରିଛନ୍ତି କି ଏହା କାର୍ଯ୍ୟକାରୀ ହେବା ପରେ ଯାଇ ଖବର ବାହାରକୁ ଆସିଛି । ନଚେତ୍ ରାଫେଲ ପରି ଏହା ଆସିବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇଥାନ୍ତା ।

ଆମ ପଡ଼ୋଶୀ ପାକିସ୍ତାନ ଓ ଚୀନ ଏହା ବିରୁଦ୍ଧରେ ଠିଆ ହେବା କାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଥାନ୍ତେ । କିନ୍ତୁ ଭାରତ କାହାକୁ ମଧ୍ୟ ଏହିସବୁ ସୁଯୋଗ ନ ଦେଇ ନିଜ କାର୍ଯ୍ୟ କରିଛି । ଚୀନ କୁ ଏହା ସବୁଠୁ ବଡ଼ ପ୍ରହାର ଅଟେ । କାରଣ ଚୀନ ଗୁପ୍ତ ଭାବରେ ଯେଉଁ ସବୁ ଷଡ଼ଯନ୍ତ୍ର କରି ଏଲ. ଏ. ସି ରେ ଲୁଚି ରୁହେ ଏହି ସବୁ କାର୍ଯ୍ୟରେ ଏହି ଡ୍ରୋନ୍ ଲଗାମ ଲଗାଇ ଦେବ । ଏହା ଚୀନ ର ଗତିବିଧି ସମ୍ବନ୍ଧରେ ତଥ୍ୟ ଦେବା ସହ ସିଧା ଆକ୍ରମଣ ମଧ୍ୟ କରିବ ।

ତେବେ ଭାରତ ଦୁଇଟି ଲଢ଼ୁଆ ଡ୍ରୋନ୍ ଆମେରିକା ଠାରୁ ଏକ ବର୍ଷ ଯାଏ ଲିଜ୍ ରେ ଆଣିଛି । କାରଣ ଏହା ଭାରତୀୟ ଅବସ୍ଥାରେ ଠିକ୍ ସେ କାର୍ଯ୍ୟ କରି ପାରିବ କି ନାହିଁ ଏହାକୁ ନେଇ ଭାରତ ଟିକେ ଦ୍ବିଧାରେ ଥିଲା । ଏହା ପରେ ତାର କାର୍ଯ୍ୟକ୍ଷମତା ଦେଖି ଭାରତ ଏହାକୁ କ୍ରୟ କରି ପାରିବ ବା ଫେରାଇ ଦେଇ ପାରିବ ।

ଏହା ସହ ଜଡିତ କୌଣସି ତଥ୍ୟ ଭାରତ, ଆମେରିକା ସହ ବାଣ୍ଟିବ ନାହିଁ ବୋଲି ମଧ୍ୟ ଚୁକ୍ତି କରିଛି ଓ ଆମେରିକା ମଧ୍ୟ ରାଜି ହୋଇଛି । କିନ୍ତୁ ବର୍ତ୍ତମାନ ଏହା ଭାରତକୁ ମିସାଇଲ୍ ସହ ମିଳିନି । ଯଦି ଭାରତ ଏହାକୁ କ୍ରୟ କରେ ତେବେ ଏହା ମିସାଇଲ୍ ସହ ମିଳିବ । ମିସାଇଲ୍ ନ ଥିଲେ ମଧ୍ୟ ଏଥିରେ ଅଲଟ୍ରା ଆଡଭାନ୍ସ କ୍ୟାମେରା ଓ ହାଇ ସେନ୍ସର୍ ଲାଗି ଥିବାରୁ ଏହା ତଦାରଖ କାର୍ଯ୍ୟ ନିମନ୍ତେ ଓ ପଡୋଶୀ ଦେଶ ଉପରେ ନଜର ରଖିବା ପାଇଁ ଖୁବ୍ ଭଲ ଅଟେ ।

ଆମେରିକା ସମୟ ସମୟରେ ଏହାକୁ ଅଫଗ୍ରେଡ୍ ମଧ୍ୟ କରି ଥାଏ । ଆପଣ ଶୁଣିଥିବେ ନିକଟରେ ଇରାକ ର ଜଣେ ବଡ଼ କମାଣ୍ଡର ସୁଲେମାନି ଙ୍କୁ ମଧ୍ୟ ଏହି ଡ୍ରୋନ୍ ମାରିଥିଲା । ତେବେ ଭାରତ ଏହାକୁ ଲିଜ୍ ରେ ଆଣି ବହୁତ ଭଲ କାମ କରିଛି । ଯଦି ଏହା ଭାରତୀୟ ଅବସ୍ଥାରେ ଠିକ୍ ରେ କାର୍ଯ୍ୟ କରେ ତେବେ ଭବିଷ୍ୟତରେ ଭାରତ ଏହି ଲଢ଼ୁଆ ଡ୍ରୋନ୍ କୁ କିଣି ପାରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।