ଏବେ ପର୍ଯ୍ୟନ୍ତ 3ଜଣଙ୍କୁ ଡେଟ କରିସାରିଲେଣି Ameesha Patel, ତଥାପି ରହିଯାଇଛନ୍ତି କୁଆଁରୀ- କେଜାଣି କେଉଁ ରାଜକୁମାରର କରିଛନ୍ତି ଅପେକ୍ଷା

ଅମିଷା ପଟେଲ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ସେ ଫିଲ୍ମ ଗଦରରୁ ଦର୍ଶକମାନଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବଲିଉଡରେ ଆଉ ଦେଖା ଯାଉ ନାହାନ୍ତି ଓ ଏହା ଛଡା ତାଙ୍କ ପାଖରେ ବର୍ତ୍ତମାନ କୌଣସି ଫିଲ୍ମ ବି ନାହିଁ । ଅମିଷା ନିଜ କ୍ୟାରିୟରର ଆରମ୍ଭରେ କିଛି ଫିଲ୍ମରେ ହିଁ କାମ କରି ବହୁତ ଫେମସ ହୋଇ ଯାଇ ଥିଲେ । କିନ୍ତୁ ଫିଲ୍ମ ଛଡା ବି କୌଣସି ନା କୌଣସି କାରଣ ପାଇଁ ସେ ଲାଇମ ଲାଇଟରେ ରାହୁଥିଲେ ।

ତାଙ୍କ ଜୀବନରେ ସବୁବେଳେ ସେ ବିବାଦ ମଧ୍ୟରେ ଘେରି ରହିଥାନ୍ତି । ଯେମିତିକି ତାଙ୍କ ମା ବାପାଙ୍କ ବିରୁଦ୍ଧରେ ସେ ଲିଗାଲ ନୋଟିସ ପଠାଇ ଥିଲେ ଓ ତାଙ୍କ ମା ବାପାଙ୍କ ବିରୁଦ୍ଧରେ ସେ ଆରୋପ ଲଗାଇ ଥିଲେ କି ସେମାନେ ତାର ସବୁ ସମ୍ପତ୍ତିକୁ ନେଇ ଯାଇଛନ୍ତି ।

ଏହା ଛଡା ସେ ତାଙ୍କର ଆଫେୟାର୍ସ କାରଣରୁ ବି ସବୁବେଳେ ଚର୍ଚ୍ଚିତ ରହୁଥିଲେ । ଏହିଭଳି କିଛି କାରଣ ଯୋଗୁ ତାଙ୍କର କ୍ୟାରିୟର ଡୁବି ଗଲା । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କର କିଛି ଆଫେୟାର୍ସ ବିଷୟରେ କହିବୁ । ଅମିଷା ପଟେଲ ବର୍ଷ ୨୦୦୦ରେ ରିଲିଜ ହୋଇଥିବା ବ୍ଲକ ବୁସ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ନିଜର କ୍ୟାରିୟର ଅରମ୍ଭ କରିଥିଲେ । ସେ ନିଜର ୧୮ ବର୍ଷର କ୍ୟାରିୟର ମଧ୍ୟରେ ୪୦ରୁ ବି ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ତଥାପି ବଲିଉଡରେ ସେ ଅଧିକ ଦିନ ପ୍ରଯ୍ୟନ୍ତ କାମ କରିପାରିଲେ ନାହିଁ ।

ଏହାର ଏକ ବଡ଼ କାରଣ ଅମିଷା ପଟେଲ ସବୁବେଳେ ଖରାପ ଲୋକଙ୍କ ସହ ସମ୍ପର୍କରେ ରହିବାକୁ ଲାଗିଥିଲେ । କ୍ୟାରିୟର ଆରମ୍ଭରୁ ହିଁ ଅମିଷା ପଟେଲଙ୍କ ଅଫେୟାର ନିର୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ଥିଲା । ଦୁଇଜଣଙ୍କ ଅଫେୟାର ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଯେତେବେଳେ ଏହା ବିଷୟରେ ଅମିଷାଙ୍କ ବାପା ମାଙ୍କୁ ଜଣାପଡିଲା ତେବେ ସେମାନେ ଏହାର ବିରୋଧ କରିଲେ । ଅମିଷାଙ୍କ ପରିବାର ଏହି ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ।

ଅମିଷା ପଟେଲ ମିଡିଆ ଆଗରେ ଏହା ସ୍ୱୀକାର କରିଥିଲେ କି ତାଙ୍କର ପରିବାର ତାଙ୍କର ଓ ବିକ୍ରମ ଭଟ୍ଟଙ୍କ ସମ୍ପର୍କକୁ ବିରୋଧ କରୁଛନ୍ତି । ତାଙ୍କର ପରିବାର ଲୋକମାନଙ୍କ ସବୁବେଳେ ଏହାକୁ ନେଇ ଝଗଡା ବି ହେଉଥିଲା । କିନ୍ତୁ ଏହି ସମ୍ପର୍କ ପାଇଁ ସେ ନିଜର ପରିବାର ବିରୋଧରେ ଯାଇ ସାରିଥିଲେ । ଏହା ଛଡା ଅମିଷା ନିଜ ବାପାଙ୍କ ବିରୁଦ୍ଧରେ ୧୨ କୋଟି ଟଙ୍କାର ହେରା ଫେରିର ଅଭିଯୋଗ ବି କରିଥିଲେ । ଏଥିପାଇଁ ସେ ତାଙ୍କ ବାପାଙ୍କ ପାଖକୁ ଲିଗାଲ ନୋଟିସ ବି ପଠାଇଥିଲେ ।

ଏହି ସବୁର ଖରାପ ପ୍ରଭାବ ତାଙ୍କର ରିଲେସନସିପ ଉପରେ ବି ପଡ଼ିବାକୁ ଲାଗିଲା । ଏହା ପରେ ଜାନୁୟାରୀ ୨୦୦୮ରେ ବିକ୍ରମ ଭଟ ଅମିଷାଙ୍କ ସହ ବ୍ରେକଅପ କରିନେଲେ । ଏହା ପରେ ଅମିଷାଙ୍କ ନାଁ ଲଣ୍ଡନର ଜଣେ ବଡ ବ୍ୟବସାୟୀ କନକ ପୁରୀଙ୍କ ସହ ବି ଯୋଡି ଥିଲା । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । ୨୦୦୮ରେ ଏକ ମିଡ଼ିଆରେ ଏହି ବିଷୟରେ ସେ  କହିଥିଲେ କି ସେ କନକଙ୍କୁ ଡେଟ କରୁଛନ୍ତି । କିନ୍ତୁ ୨୦୧୦ରେ ପୁଣି ମିଡ଼ିଆରେ ତାଙ୍କର ବ୍ରେକଅପର ଖବର ସାମ୍ନାକୁ ଆସିଲା ।

ଏହା ପରେ ତାଙ୍କର ନେସ ବାଡ଼ିଆଙ୍କ ସହ ଅଫେୟାରର ଖବର ସାମ୍ନାକୁ ଆସିଲା । ନେସ ବଡ଼ିଆ ଅମିଷାଙ୍କୁ ବିବାହ କରିବାକୁ ଚାହୁଁ ଥିଲେ କିନ୍ତୁ ଅମିଷା ନିଜ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦେବାପାଇଁ ଚାହୁଁଥିଲେ ଓ ଶେଷରେ ଏହି କାରଣରୁ ଏମାନଙ୍କର ବ୍ରେକaପ ହୋଇଗଲା । ଏହା ପରେ ୭ ବର୍ଷ ଏକୁଟିଆ ରହିବା ପରେ ବର୍ଷ ୨୦୧୭ରେ ଅମିଷା ଓ ରଣବୀରଙ୍କ ଅଫେୟାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏହା ଏକ ଅପପ୍ରଚାର ଥିଲା ବୋଲି ରଣବୀର କହିଥିଲେ । ଏହା ପରେ ରଣବୀର ଅମିଷାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହିପରି ଭାବରେ ଅମିଷାଙ୍କ ଜୀବନରେ ବହୁତ ଲୋକ ଆସିଥିଲେ କିନ୍ତୁ ଏହା ସତ୍ବେ ବି ସେ ଆଜି ପର୍ଯ୍ୟନ୍ତ ଏକୁଟିଆ ଅଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।