ଶ୍ଵଶୁରଘର ସାମନାରେ ଧାରଣା ଜାରି ରଖିଛି ବୋହୂ, ଡିମ୍ପଲଙ୍କୁ ସ୍ଵାମୀଙ୍କ ସହ ରହିବାକୁ ଅନୁମତି ମିଳିବ ତ ? ଆଜି SDJM କୋର୍ଟରେ ହେବ ଶୁଣାଣି

ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ଵଶୁର ଘର ସାମନାରେ ବୋହୂ ତପସ୍ଵିନୀ ଦାସ ଓରଫ ଡିମ୍ପଲଙ୍କ ଧାରଣା ଏବେ ମଧ୍ୟ ଜାରି ରହିଛି । ଅନ୍ୟପଟେ ଆଜି ଏସଡ଼ିଜେଏମ କୋ-ର୍ଟ-ରେ ଏହି ମା-ମ-ଲା-ର ଶୁଣାଣି ହେବାର ଅଛି । ସ୍ଵାମୀଙ୍କ ଘରେ ରହିବାକୁ ନେଇ କୋ-ର୍ଟ-କୁ ଯାଇଥିଲେ ଛତ୍ରପୁର ଅଞ୍ଚଳର ଡିମ୍ପଲ ଦାସ । ସେ ଏବେ ବି ଶାଶୁଘର ସାମନାରେ ଅହୋରାତ୍ର ଧାରଣାରେ ବସିଛନ୍ତି । ନିଜକୁ ବୋହୂ ବୋଲି ଦାବି କରି ଗତ ୫ ଦିନ ହେବ ଶାଶୁଘର ଆଗରେ ସେ ବସିଛନ୍ତି ଓ ସ୍ଵାମୀ ତାଙ୍କୁ ଘରକୁ ଫେରାଇ ନିଅନ୍ତୁ ବୋଲି ସେ ଜିଦ୍ ଧରିଛନ୍ତି ।

ଏପରିକି ଶାଶୁଘର ଆଗରେ ଗତ ଗୁରୁବାର ଦିନ ସେ ମାଣ ମଧ୍ୟ ବସାଇଥିଲେ । ଡିମ୍ପଲ ଡାକ୍ତର ସୁମିତ କୁମାର ସାହୁଙ୍କୁ ଗତ ବର୍ଷ ସେପ୍ଟେମ୍ବର ମାସରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ଓ ଏହାପରେ ସୁମିତଙ୍କ ଘରେ ରହି ଆସୁଥିଲେ । କିନ୍ତୁ ଶ୍ଵଶୁରଘର ଲୋକେ ବୈଦିକ ରୀତିରେ ବିବାହ କରିବେ ବୋଲି କହି ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ ହେଲେ ଦୁଇ ଦୁଇଥର ବିବାହ ତାରିଖ ଦେଇ ତାଙ୍କୁ ଠକି ଦେଇଛନ୍ତି ।

ଏହାପରେ ଡିମ୍ପଲ ଶ୍ଵଶୁର ଘରେ ସ୍ଵାମୀଙ୍କ ସହ ରହିବେ ବୋଲି ଜିଦ୍ ଧରିଛନ୍ତି । ଏନେଇ ସେ କୋ-ର୍ଟ-ରେ ମଧ୍ୟ ଆବେଦନ କରିଛନ୍ତି କି ସେ ନିଜ ସ୍ଵାମୀଙ୍କ ସହ ରହିବାକୁ ଚାହୁଁଛନ୍ତି । ସେପଟେ ସୁମିତ ଓ ତାଙ୍କ ଘରଲୋକଙ୍କ ନାଁରେ ଡିମ୍ପଲ ୪୯୮ କେ-ସ୍ ଦେଇଥିବା ବେଳେ ସୁମିତ ମଧ୍ୟ ଡିମ୍ପଲଙ୍କ ସହ ଛା-ଡ-ପ-ତ୍ର ପାଇଁ ଆବେଦନ କରିଛନ୍ତି ।

ସୁମିତ ଡିମ୍ପଲଙ୍କ ଠାରୁ ଛାଡପତ୍ର ଚାହୁଁଥିବା ବେଳେ ଡିମ୍ପଲ କିନ୍ତୁ ସ୍ଵାମୀଙ୍କ ସହ ରହିବେ ବୋଲି ଜିଦ୍ ଧରିଛନ୍ତି । ଏହା ଛଡା ସୁମିତ ଏବଂ ତାଙ୍କ ବାପା ମିଶି ଡିମ୍ପଲଙ୍କ ଗ-ର୍ଭ-ପା-ତ କରାଇଥିବା ମଧ୍ୟ ଡିମ୍ପଲ ଅ-ଭି-ଯୋ-ଗ ଆଣିଛନ୍ତି । ଏହି ମା-ମ-ଲା ଦିନକୁ ଦିନ ଗଡି ଚାଲିଥିବା ବେଳେ ଆଜି ଏସଡ଼ିଜେଏମ କୋର୍ଟରେ ଡିମ୍ପଲଙ୍କ ଆବେଦନର ଶୁଣାଣି ହେବାକୁ ଯାଉଛି ।

କିନ୍ତୁ ବର୍ତ୍ତମାନ ଯାଏଁ ମଧ୍ୟ ଡିମ୍ପଲ ସୁମିତଙ୍କ ଘର ଆଗରୁ ଉଠିବାକୁ ଚାହୁଁ ନାହାନ୍ତି । ଏକା ଜିଦ୍ ଧରିଛନ୍ତି ସେ ସ୍ବାମୀଙ୍କ ସହ ରହିବେ । ତେବେ କୋ-ର୍ଟ ଆଜି ଏନେଇ କଣ ରାୟ ଦେଉଛନ୍ତି ତାହା ଜାଣିବାକୁ ସମସ୍ତେ ଚାହିଁ ବସିଛନ୍ତି । ଦେଖାଯାଉ ଡିମ୍ପଲଙ୍କୁ ସ୍ଵାମୀଙ୍କ ସହ ରହିବାକୁ ଅନୁମତି ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।