ଐଶ୍ବର୍ୟା ଓ ମନୀଷା କୋଇରାଲା ଙ୍କ ପ୍ରଥମ BF ଥିଲେ ଏହି ଲୋକ, ଦୁଇଜଣଙ୍କୁ ଏକା ଥରେ ପଟେଇଲେ, ପରେ ଐଶ ଙ୍କୁ ଏମିତି ଛାଡିଦେଲେ..

ନଭେମ୍ବର ୧ ଦୁନିଆ ର ସବୁଠାରୁ ସୁନ୍ଦର ମହିଳା ଐଶ୍ୱର୍ୟା ଙ୍କର ଜନ୍ମ ଦିନ ଅଟେ । 45 ବର୍ଷର ହେଇଯାଇଥିବା ଐଶ୍ୱର୍ୟା ରାୟ ଙ୍କର ନାମ ସଲମାନ ଖାନ ଏବଂ ବିବେକ ଓବେରାୟ ଠାରୁ ମଧ୍ୟ ପ୍ରଥମେ ମଡେଲ ରାଜୀବ ମୂଲଚଂଦାନୀ ସହ ଜଡିତ ଥିଲା । ଦୁଇଜଣ ନିଜ ର ସମ୍ପର୍କ ବିଷୟରେ କେବେ ବି ଖୋଲି କହି ନାହାନ୍ତି । କିନ୍ତୁ କୁହାଯାଏକି ରାଜୀବ ଐଶ୍ୱର୍ୟା ଙ୍କର ପ୍ରଥମ ବୟଫ୍ରେଣ୍ଡ ଥିଲେ । ରାଜୀବଙ୍କ କାରଣରୁ ଐଶ୍ୱର୍ୟା ଙ୍କର ଅନ୍ୟ ଏକ ଅଭିନେତ୍ରୀ ସହ ଝଗଡା ମଧ୍ୟ ହୋଇ ଥିଲା ।

ଆମେ କଥା କହୁଛୁ ମନୀଷା କୋଇରାଲା ଙ୍କର, ସେ ୯୦ ଦଶକ ରେ ବହୁତ ପପୁଲର ଥିଲେ । ସେହି ସମୟରେ ରାଜୀବ ଙ୍କର ସମ୍ପର୍କ ମନୀଷା ଙ୍କ ସହିତ ମଧ୍ୟ ଗଢି ଉଠିଥିଲା । ଏହି କାରଣରୁ ମନୀଷା ଏବଂ ଐଶ୍ୱର୍ୟାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । କିନ୍ତୁ , ନିଜେ ଐଶ୍ୱର୍ୟା ଏକ ଇନ୍ଟରଭିୟୁ ରେ କିଛି ନୂଆ କାହାଣୀ କହିଥିଲେ । ଐଶ୍ୱର୍ୟା ଙ୍କ କହିବା ଅନୁସାରେ ମନୀଷା ଜବରଦସ୍ତି ନିଜ ନାଁ ରାଜୀବ ସହ ଯୋଡି ଥିଲେ ଏବଂ ଏହି ଘଟଣା ପରେ ସେ ପାଗଳ ପରି କାନ୍ଦୁ ଥିଲେ ।

କଣ ମନୀଷା ପାଇଁ ରାଜୀବ ଦେଇଥିଲେ ଐଶ୍ୱର୍ୟା ଙ୍କୁ ଧୋକା?

ଡିସେମ୍ବର ୧୯୯୯ ରେ ଐଶ୍ୱର୍ୟା ଏକ ମଗାଜିନ ରେ ଦେଇଥିବା ଇନ୍ଟରଭିୟୁ ରେ କହିଥିଲେ କି ” ୧୯୯୪ ର ଏକ ମାଗାଜିନ ରେ ଆସିଲା କି ରାଜୀବ ମନୀଷା ପାଇଁ ମୋତେ ଛାଡିଦେଲେ । ମୁଁ ରାଜୀବ କୁ ଫୋନ କରିଲି ଏବଂ ପଚାରିଲି ଏହି ଘଟଣା କଣ ଅଟେ ? ସେ ମୋର ଭଲ ସାଙ୍ଗ ଥିଲେ । ଏହା ଠାରୁ କିଛି ନୁହେଁ । ମୁଁ ତାଙ୍କୁ କହିଲି ଯେ ମୋତେ ତାଙ୍କର (ରାଜୀବ ଏବଂ ମନୀଷା ) ଲଭ ଷ୍ଟୋରି ମଧ୍ୟରେ ପଡିବା ର ନାହିଁ । ୨ ମାସ ପରେ ଜଣାଗଲାକି ସେ ଦୁଇ ଜଣ ମଧ୍ୟ ସାଙ୍ଗରେ ନାହାନ୍ତି । ମନୀଷା ଅନ୍ୟ ଏକ ପୁଅ ସହ ଡେଟ କରିବାକୁ ଲାଗିଛନ୍ତି । ସେ ସବୁ ୨ ମାସରେ ଥରେ ନୂଆ ପୁଅମାନଙ୍କ ସହ ଡେଟ ରେ ଯାଆନ୍ତି ।”

ଐଶ୍ୱର୍ୟା ଇଂଟରବ୍ୟୁ ରେ ଆଗକୁ କହିଲେ କି , “୧୯୯୫ ରେ ସେ ମିସ ଓୟାର୍ଲ୍ଡ ହେବା ପରେ ସେ ଇଣ୍ଡିଆ ଫେରିଲେ । ୧ ଏପ୍ରିଲ କୁ ମୁଁ ମୁମ୍ବାଇ ପହଞ୍ଚିଲି ଓ ମତେ ରାଜୀବ ଙ୍କର ଫୋନ ଆସିଲା, ମୁଁ ତାଙ୍କ ଆଗରେ ମନୀଷା ଙ୍କର ପ୍ରଶଂସା କଲି। ମୋ କଥା ଶୁଣି ସେ ହସିବାକୁ ଲାଗିଲେ, ଓ କହିଲେ ମନୀଷା କହିଛନ୍ତି ତାଙ୍କୁ ରାଜୀବଙ୍କର କିଛି ହାତ ଲେଖା ଚିଠି ମିଳିଛି ଯାହାକୁ ସେ ମୋତେ ଲେଖିଥିଲେ। ମୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହା ଥିଲା ପ୍ରକୃତ ଘଟଣା।