ଆହୁରି କମିବ ପେଟ୍ରୋଲ ଓ ଡିଜେଲ ଦର ? ତେଲ ଦର ବୃଦ୍ଧି ନେଇ ଏବେ କେନ୍ଦ୍ର ଏବଂ ରାଜ୍ୟ ହୋଇଛନ୍ତି ମୁହାଁମୁହିଁ

ଦୀର୍ଘ ଦିନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ରହିଥିବା ବେଳେ ନିକଟରେ ଦଶହରା ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଦର ସାମାନ୍ଯ ହ୍ରାସ କରିଥିଲେ । ତେଲ ଦର ଘୁ ଘୁ ହୋଇ ବଢି ଲିଟର ପିଛା ୧୧୦ ଟଙ୍କା ପାର୍ କରି ସାରିଥିଲା । ଏମିତି ବେଳେ ଜଣ ସାଧାରଣଙ୍କୁ ଖୁବ ଅସୁବିଧାର ସମୁଖୀନ ହେବାକୁ ପଡୁଥିଲା ଓ ସାରା ଦେଶରେ ଜଣ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଏବେ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି ।

କେନ୍ଦ୍ର ଅଧିକ ଟିକସ ନେଇ ଖାଉଟିଙ୍କୁ ଶୋଷୁଛି । ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ କହୁଛନ୍ତି ରାଜ୍ୟ ମାନେ ଭାଟ୍ କମାନ୍ତୁ । ଆଉ ବିରୋଧୀ ମାନେ କହୁଛନ୍ତି କି କେନ୍ଦ୍ର ଅଧିକ ଟିକସ କମାଉ । ତେବେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ଶସ୍ତା ହେବ ଯଦି କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇବେ । ଏନେଇ କେନ୍ଦ୍ର ବିଚାର କରୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି । କେନ୍ଦ୍ର ଯେଉଁ ହାରରେ ଟିକସ ବଢାଇଛି ସେହି ହାରରେ କମାଇବା କଥା । କିନ୍ତୁ କମାଇବା ବେଳେ ହାତ ଜାକି ଦେଉଛି ।

କେନ୍ଦ୍ର ତରଫରୁ ଯେଉଁ ଟିକସ କମ୍ କରାଯାଇଛି ତାହା କିଛି ନୁହେଁ ବୋଲି କହିଛନ୍ତି ବିରୋଧୀ । ସେହିପରି ରାଜ୍ୟ ଗୁଡିକ ମଧ୍ୟ ଭାଟ୍ କମାନ୍ତୁ ବୋଲି ଅପିଲ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆଉ ଏନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଛକା ପଞ୍ଝା । ସେପଟେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବାକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେବେ ଜିଏସଟି ମନ୍ତ୍ରୀ ପରିଷଦ ହିଁ ଏହା ଉପରେ ନିଷ୍ପତ୍ତି ନେବ ।

ଏଥି ସହ ସେ ଅପିଲ କରିଛନ୍ତି କି ଲୋକମାନେ ନିଜ ରାଜ୍ୟର ସରକାରଙ୍କୁ ଟିକସ କମାଇବାକୁ କୁହନ୍ତୁ ବୋଲି । ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ସହ ଉପନିର୍ବାଚନ ଫଳାଫଳ ଚାପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା କମାଇଥିଲେ । ଏହାସହ କିଛି ରାଜ୍ୟ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଉପରେ ଟିକସ କମାଇଛନ୍ତି । ତେବେ କେନ୍ଦ୍ର ଅଧିକ ଟିକସ କମାଉ ବୋଲି ରାଜ୍ୟ ଦାବି କରିଛନ୍ତି ।

କାରଣ ରାଜ୍ୟ ଅପେକ୍ଷା କେନ୍ଦ୍ର ପାଖରେ ଟିକସ କମାଇବା ପରିସର ଅଧିକ ରହିଛି । ଏମିତି କି କେନ୍ଦ୍ର ଯଦି ଅଧିକ ଟିକସ କମାଉଛି ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ମଧ୍ୟ ପଡିବ । ଆଉ ଏଥିପାଇଁ ରାଜ୍ୟ ବି କ୍ଷତି ସହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।