ଘରେ ଯଦି କିଛି ସମସ୍ଯା ଦେଖା ଦେଉଥାଏ ତେବେ ତା’ର କିଛି ବାସ୍ତୁ ଉପଚାର କରିବା ଦ୍ଵାରା ତାହା ସମାଧାନ କରାଯାଇପାରେ । ଏହିପରି କିଛି ଉପଚାର ବିଷୟରେ ଆସନ୍ତୁ ଜାଣିବା । ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ଏବଂ କୁବେରଙ୍କ ଫଟୋ ଲଗାଇବା ବହୁତ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଘରର ପୂର୍ବ ଏବଂ ଦକ୍ଷିଣ ଦିଗରେ ପ୍ରକୃତିଟ ଚିତ୍ର ଥିବା ଫଟୋ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଓ ଧନଲାଭ ହୋଇଥାଏ ।
ଘରର ପୂର୍ବ ଏବଂ ଉତ୍ତର ଦିଗରେ ହସୁଥିବା ପିଲାଙ୍କ ଫଟୋ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ । ନଦୀ କିମ୍ବା ଝରଣାର ଫଟୋ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଦ୍ଵାରା ମଙ୍ଗଳକାରୀ ହେବା ସହ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଘରର କବାଟ ଖୋଲିବା ଓ ବନ୍ଧ କରିବା ସମୟରେ ଯେପରି କର୍କଶ ଶବ୍ଦ ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ ଏହା ଅମଙ୍ଗଳକାରୀ ହୋଇଥାଏ ।
ରୋଷେଇ ଘରେ ଗ୍ଯାସଚୁଲା ଅଗ୍ନିକୋଣରେ ରଖିବା ଶୁଭ ହୋଇଥାଏ ଏବଂ କାନ୍ଥ ଠାରୁ କିଛି ବ୍ଯବଧାନ ଛାଡି ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଶୋଇବା ଘରେ ଡ୍ରେସିଂ ଟେବୁଲ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ ଏବଂ ଶୋଇବା ସମୟରେ ଆଇନାକୁ କପଡାରେ ଘୋଡାଇ ଦେବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଘରର ଉତ୍ତର ପୂର୍ବ ଦିଗରେ ଔଷଧ ରଖିବା ଉଚିତ ଏବଂ ରୋଷେଇ ଘରେ କେବେବି ଔଷଧ ରଖିବା ଉଚିତ ନୁହେଁ ।
ଏହା ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ଗୋଡାହାତ ଶୋଇବା ଦ୍ଵାରା ଭଲ ନିଦ ହୋଇଥାଏ ଏବଂ ଥକାପଣ ଦୂର ହୁଏ । କୌଣସି ଲୋକକୁ କେବେବି ଲୁଣ ସିଧାହାତରେ ଦେବା ଉଚିତ ନୁହେଁ। ଏହାଦ୍ବାରା ତାଙ୍କ ସହାୟତ କଳିଝଗଡା ହେବାର ସମ୍ଭାବନା ରହିଥାଏ । ଘରପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛିବା ଦ୍ଵାରା ଅଶୁଭତ୍ଵ ଦୂର ହୋଇ ମଙ୍ଗଳକାରୀ ହୋଇଥାଏ ।
ଘର ସଫା କରିବା ପରେ ପାଣିରେ ହଳଦୀ ମିଶାଇ ତାକୁ ପାନପାତ୍ର ସାହାଯ୍ୟରେ ଛିଞ୍ଚିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ । ଧାର୍ମିକ ପୁସ୍ତକ ଘରର ଅନ୍ୟ କୌଣସି ଦିଗରେ ନରଖି ପଶ୍ଚିମ ଦିଗରେ ରଖିବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ ।
ଠାକୁର ଘରେ ଠାକୁରଙ୍କ ଫଟୋ କେବେବି ସାମ୍ନାସାମ୍ନି ରଖିବା ଉଚିତ ନୁହେଁ ଏହାଦ୍ବାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ଏବଂ ଅମଙ୍ଗଳକାରୀ ହୋଇଥାଏ । ଘରେ ବ୍ୟବହାର ହେଉଥିବା ଝାଡୁକୁ କବାଟ ପାଖରେ ରଖିବା ଅନୁଚିତ ଏବଂ ଝାଡୁରେ କେବେବି ଗୋଡ ବାଜିବା ଉଚିତ ନୁହେଁ । ଏହାଦ୍ବାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ଯଦି ଘରର କୌଣସି ସଦସ୍ୟ ଚିଡଚିଡା ହେଉଥାନ୍ତି ତେବେ ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଦ୍ଵାରା ତାଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିବା ସହ ଭଲ ନିଦ ହୋଇଥାଏ ।
ଅଗଧୁଆ ରୋଷେଇ ଘରେ ପ୍ରବେଶ କରିବା ଉଚିତ ନୁହେଁ କିମ୍ବା ରୋଷେଇ କରିବା ଅନୁଚିତ ଏହାଦ୍ବାରା ପରିବାର ଲୋକମାନେ ଅଳସୁଆ ଏବଂ ଚିଡଚିଡା ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।