ସକାଳେ ଖାଲି ପେଟରେ ଅଦା ଖାଇବା ଦ୍ଵାରା ଭଲ ହୋଇଥାଏ ଏହି 6 ଟି ରୋଗ

ଅଦା କେବଳ ଏକ ମସଲା ନୁହେଁ ପରନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ ନୁହେଁ । ଅଦାରେ ଆଇରନ, କ୍ୟାଲସିୟମ, ଆୟୋଡିନ, କ୍ୟାଲୋରି ଓ ଭିଟାମିନ ସହିତ ବହୁତ ପୋଷାକ ତତ୍ତ୍ଵ ଥାଏ ତା ସହିତ ଏଥିରେ ଶକ୍ତିଶାଳୀ ଆଣ୍ଟିଭାଇରାଲ ବି ଥାଏ ଯାହା ପାଚନ ତନ୍ତ୍ରକୁ ମଝବୁତ କରିଥାଏ ଓ ଆପଣଙ୍କ ପୁରା ଶରୀରକୁ ସୁସ୍ଥ ରଖିଥାଏ ।

ଅଦାକୁ ତାଜା ବା ଶୁଖାଇ ଦୁଇ ପ୍ରକାରରେ ପ୍ରୟୋଗ କରାଯାଇ ପାରେ । ଆଜି ଆମେ ଆପଣଙ୍କୁ କହିବୁ ଅଦା ଖାଇବା ଦ୍ଵାରା ହେଉଥିବା 6 ଟି ଚମତ୍କାରୀ ଲାଭ ବିଷୟରେ । ତେବେ ଚାଲନ୍ତୁ ଜାଣିବା ଅଦା ଖାଇବାର ଲାଭ କଣ କଣ ?

କାଶ ପାଇଁ ଲାଭକାରୀ

ଅଦା ସବୁବେଳେ କାଶ ପାଇଁ ବହୁତ ଭଲ ଔଷଧୀ ବୋଲି ଜଣା ଯାଇଥାଏ । କାଶ ହେଉଥିଲେ ଅଦାର ଏକ ଛୋଟ ଖଣ୍ଡକୁ ସମାନ ମାତ୍ରାରେ ମହୁ ସହିତ ଗରମ କରି ଦିନରେ ଦୁଇ ଥର ଖାଇଲେ ଆପଣଙ୍କର କାଶ ମୂଳରୁ ଭଲ ହୋଇ ଯାଇଥାଏ ।

ଭୋକ ବଢାଏ

ବହୁତ ଲୋକ ଏମିତି ଥାଆନ୍ତି ଯାହାକୁ ଭୋକ ଲାଗେ ନାହିଁ । ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ଓ ଆପଣଙ୍କୁ ଭୋକ କମ ଲାଗୁଥାଏ ତେବେ ଅଦାକୁ ଛୋଟ ଛୋଟ କରି କାଟି ଅଳ୍ପ ଲୁଣ ଲଗାଇ ଦିନରେ ଗୋଟିଏ ଥର ଖାଆନ୍ତୁ ଓ ଏମିତି ଆପଣ 8 ଦିନ ପର୍ଯ୍ୟନ୍ତ ନିୟମିତ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ପେଟ ସଫା ହେବ ଓ ଆପଣଙ୍କୁ ଅଧିକ ଭୋକ ଲାଗିବ ।

ପାଚନ ତନ୍ତ୍ର କୁ ଠିକ କରିଥାଏ

ପେଟର ସମସ୍ୟା ପାଇଁ ଅଦା ବହୁତ ଲାଭକାରୀ ହୋଇଥାଏ । ଏହା ପାଚନ କ୍ରିୟାକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ । ଅଦାକୁ ଆଜୱାଇନ, ଲୁଣ ଓ ଲେମ୍ବୁ ରସ ମିଶାଇ ଖାଇଲେ ପାଚନ କ୍ରିୟା ଠିକ ରହିଥାଏ । ଯଦି ଆପଣଙ୍କର ବାରମ୍ବାର ଗ୍ୟାସ ହେଉଛି ବା ଆମ୍ବିଳା ହାକୁଟି ଆସୁଛି ତେବେ ଆପଣ ଏଥିରେ ଅଦାର ସେବନ କରି ପାରନ୍ତି ।

ଗ୍ଲୋଇଙ୍ଗ ସ୍କିନ ପାଇଁ ଲାଭକରି

ଅଦା ଖାଇବା ଦ୍ଵାରା ସ୍କିନରେ ଗ୍ଲୋ ଆସିଥାଏ ଓ ସେ ଚମକଦାର ହୋଇଥାଏ । ଯଦି ଆପଣ ବି ନିଜ ତ୍ଵଚ୍ଚାକୁ ଚମକଦାର ବା ଗ୍ଲୋଇଙ୍ଗ କରିବାକୁ ଚାହୁଁଛନ୍ତି ତେବେ ସକାଳେ ଖାଲି ପେଟରେ ଏକ ଗ୍ଲାସ ହାଲ୍କା ଉଷୁମ ପାଣି ସହିତ ଅଦାର ଏକ ଛୋଟ ଖଣ୍ଡ ନିଶ୍ଚୟ ଖାଆନ୍ତୁ । ଆପଣ ଏହାକୁ ଚୋବାଇ ଚୋବାଇ ଖାଇ ଗରମ ପାଣି ପିଅନ୍ତୁ । ଏମିତି କରିବା ଦ୍ଵାରା କେବଳ ଆପଣଙ୍କ ତ୍ଵଚ୍ଚାରେ ଚମକ ଆସି ନଥାଏ ବରଂ ଆପଣ ବହୁତ ଦିନ ପର୍ଯ୍ୟନ୍ତ ଯବାନ ବି ରହିବେ କାରଣ ଏହା ଆଣ୍ଟି ଏଜିଙ୍ଗ ଭଳି ଆପଣଙ୍କ ଶରୀରରେ କାମ କରିଥାଏ ।

ଥଣ୍ଡା, ଜ୍ଵର ପାଇଁ ରାମବାଣ

ଥଣ୍ଡା, ଜ୍ଵରରେ ଅଦାର ସେବନ ଆପଣଙ୍କୁ ଆରାମ ପହଞ୍ଚାଇଥାଏ । ଥଣ୍ଡା ହେଲେ ଅଦାର ଚା’ ପିଇବା ଦ୍ଵାରା ଲାଭ ମିଳିଥାଏ ଏହା ବ୍ୟତୀତ ଅଦା ରସକୁ ମହୁରେ ମିଶାଇ ଗରମ କରି ପିଇବା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କୁ ଏହାର ଲାଭ ଦେଖିବାକୁ ମିଳିବ ।

ହାର୍ଟ ପାଇଁ ଲାଭକରି

ଅଦାର ପ୍ରୟୋଗ ଆମର କୋଲେଷ୍ଟ୍ରୋଲ କୁ କମ କରିବାରେ ବ୍ୟବହାର କରାଯାଏ । ଏଥିରୁ ବ୍ଲଡ ସରକୁଲେସନ ଠିକ ରହିଥାଏ ଓ ଏହାର ବ୍ୟବହାର କରିବା ଦ୍ଵାରା ରକ୍ତ ଜମାଟ ବାନ୍ଧେ ନାହିଁ ଯାହା କାରଣରୁ ଆମକୁ ହାର୍ଟଆଟାକ ଭଳି ସମସ୍ୟାର ସାମ୍ନା କରିବାକୁ ପଡେ ନାହିଁ ଓ ଆପଣ ସବୁବେଳେ ଏକ ସୁସ୍ଥ ଜୀବନ ବଞ୍ଚି ପାରିବେ ।

ଏହା ଥିଲା ଅଦାର ସେବନ କରିବାର ଲାଭ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ନିରୋଗୀ ରୁହନ୍ତୁ । ଏହି ଭଳି ଆହୁରି ଅନେକ ହେଲ୍ଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।