ଏସିଡିଟି ସମସ୍ଯା ଥିଲେ କଣ ଖାଇବେ ଓ କଣ ନାହିଁ ? ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶିଷ୍ଟ ପେଟରୋଗ ବିଶେଷଜ୍ଞ Dr. Shakti Prasad Choudhury

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ଯାରେ ପରିଣତ ହୋଇଗଲାଣି । ମୋଟାପଣ, ତେଲମସଲା ଖାଦ୍ଯ, ଚା’, କଫି, ଚକୋଲେଟ, ପେନକିଲର କାରଣରୁ ମଧ୍ୟ ଏସିଡିଟି ସମସ୍ଯା ହେଉଛି । ତେବେ ଏସିଦିତି ଥିଲେ କେଉଁ ଭଳି ଖାଦ୍ଯ ଖାଇବେ ଓ କେଉଁ ଭଳି ଖାଦ୍ଯ ଖାଇବେ ନାହିଁ, ଆସନ୍ତୁ ଏନେଇ ଜାଣିବା ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କ ଠାରୁ ।

ଏସିଡିଟି ହେଲେ ଆମ ପେଟର ଗ୍ଯାସ ଉପରକୁ ଉଠି ଯାଇ ଆମ ଖାଦ୍ୟନଳୀରେ ଜମା ହୋଇ ରହିଯାଏ । ଯାହାଫଳରେ ଆମ ଛାତିରେ ଜ୍ଵଳନ ହୋଇଥାଏ, ଖାଦ୍ଯ ଢୋକିବାରେ କଷ୍ଟ ହେବା, କଫ ହେବା, କିଛି କେସଏ ଆଜମାକୁ ଅଧିକ ବଢାଇ ଦେବା, ଗଳାରେ କିଛି ଜମି ରହିବା ଭଳି ଲାଗିବା ଆଦି ଭଳି ଅନୁଭବ ହୋଇଥାଏ । ତେଣୁ ଏହି ସମସ୍ଯାକୁ ଦୃଏଇବା ପାଇଁ ଆପଣଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି । ଏସିଡିଟି ସମସ୍ଯା ଥିଲେ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ସମସ୍ତ ପ୍ରକାର ଜଙ୍କ ଫୁଡ୍ ବା ତେଲଜାତୀୟ ଷ୍ଟ୍ରିଟ ଫୁଡ୍, ବଟର, ଚିଜ୍, ସମସ୍ତ ପ୍ରକାର ରେଡ ମିଟ୍ ଆଦି ଆପଣଙ୍କ ଗ୍ଯାସ ସମସ୍ୟାକୁ ବଢାଇ ଦେଇଥାଏ । ସେହିଭଳି କଫି ମଧ୍ୟ ଏସିଡିଟି ସୃଷ୍ଟି କରିବା ସହ ଏହା ଆମ ଖାଦ୍ୟନଳୀକୁ ମଧ୍ୟ ମାଡିଆସେ । ଏହା ବ୍ଯତୀତ ଚକୋଲେଟ ମଧ୍ୟ ଆପଣଙ୍କ ପେଟରେ ଗ୍ଯାସ କରାଇଥାଏ ।

ସେହିପରି ଆଲକୋହଲ ମଧ୍ୟ ଆପଣଙ୍କ ଏସିଡିଟି ସମସ୍ଯାକୁ ବଢାଇ ଦେଇଥାଏ । କିଛି ଫଳ ମଧ୍ୟ ଆମ ଏସିଡିଟି ସମସ୍ଯାକୁ ବଢାଇଥାଏ । ଯେମିତିକି ସପୁରି, ଲେମ୍ବୁ, କମଳା, ମୌସାମ୍ବି ଆଦି ଫଳ ଖାଇବା ଦ୍ଵାରା ଏସିଡିଟି ସମସ୍ଯା ବଢିଥାଏ । ଏସିଡିଟି ଥିଲେ ଏହି ସମସ୍ତ ସାଇଟ୍ରସ ଜାତୀୟ ଫଳ ମଧ୍ୟ ଖାଇବା ବାରଣ କରିବା ଉଚିତ । ସେହିଭଳି କିଛି ଖାଦ୍ଯ ଅଛନ୍ତି ଯେଉଁମାନେ ଆମ ପେଟରେ ଏସିଡ ସୃଷ୍ଟି ହେବାକୁ କମାଇ ଦିଅନ୍ତି ।

ସେଥିମଧ୍ୟରୁ ଗୋଟିଏ ହେଉଛି ଅଦା । ଏହାକୁ ଆପଣ ଚାହା ବନାଇ ପିଇ ପାରିବେ କିମ୍ବା ସେମିତି ଚକୋଲେଟ ଭଳି ଖାଇପାରିବେ । ଏସିଡିଟି ଦୂର କରିବା ପାଇଁ ପ୍ରୋବାୟୋଟିକ ମଧ୍ୟ ଖୁବ ଲାଭଦାୟକ ଅଟେ । ଏହାର ଏକ ଭଲ ଉତ୍ସ ହେଉଛି ଦହି । ତେଣୁ ଆପଣ ଦହି ଖାଇପାରିବେ । ଦହି ଆପଣଙ୍କ ପେଟକୁ ଥଣ୍ଡା ରଖିବା ସହ ଆପଣଙ୍କ ଏସିଡ ସମସ୍ଯା ମଧ୍ୟ ଭଲ କରେ ।

ସେହିଭଳି ସମସ୍ତ ପ୍ରକାରର ସବୁଜ ପନିପରିବା, ସେଓ, ତରଭୁଜ ଓ ପିୟର୍ସ ଆଦି ଫଳ ମଧ୍ୟ ଏସିଡିଟି ଥିଲେ ଆପଣ ଖାଇପାରିବେ । ଓଟ୍ସ ମଧ୍ୟ ଆପଣଙ୍କ ଏସିଡିଟି ସୃଷ୍ଟି ହେବାକୁ କମାଇ ଦିଏ । ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହିସବୁ ଡାଏଟ ଅନୁସରଣ କରି ଆପଣ ନିଜ ଏସିଡିଟି ସମସ୍ଯାକୁ ଭଲ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।