ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ: ଏହି ୫ ଟି ଲୋକଙ୍କୁ ଭୁଲରେ ବି ସାହାର୍ଯ୍ୟ କରନ୍ତୁ ନାହିଁ, ନଚେତ ଆସିପାରେ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ନୀତିକାର ଥିଲେ । ସେ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ବହୁତ କିଛି ଏମିତି କଥା କହି ଯାଇଛନ୍ତି ଯାହାକୁ ଯଦି ଆପଣ ନିଜ ଜୀବନରେ ପାଳନ କରିବେ ତେବେ ଆପଣଙ୍କ ଜୀବନ ସୁଖମୟ ହେବ । ଏବଂ ବ୍ୟକ୍ତି ନିଜ ଜୀବନରେ ସଫଳତା ମଧ୍ୟ ପାଇ ପାରିବ । ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଗୁଡିକରେ ଏମିତି ପାଞ୍ଚୋଟି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯେଉଁମାନଙ୍କୁ ଭୁଲରେ ବି ସାହାର୍ଯ୍ୟ କରିବା କଥା ନୁହେଁ, ଯଦି ଆପଣ ସାହାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇ ପାରିବ । ଚାଲନ୍ତୁ ସେହି ବିଷୟରେ ଜାଣିବା ।

ଆସନ୍ତୁ ଜାଣିବା କେଉଁ ୫ ଟି ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ଦରକାର ନାହିଁ

ନିଶା କରୁଥିବା ବ୍ୟକ୍ତି

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ନିଶା କରେ ତାହାକୁ ଭୁଲରେ ବି ସାହାର୍ଯ୍ୟ କରିବା ଉଚିତ ନୁହେଁ । ଯଦି ଆପଣ ଏହି ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ବି ତାଙ୍କ ସହିତ ରହିବାକୁ ପଡିବ ଏବଂ ସେହି ବ୍ୟକ୍ତି ଆପଣଙ୍କୁ ବି ନିଶା ଦ୍ରବ୍ୟ ଦେଇ ଅଭ୍ୟାସ କରାଇଦେବ । ସେଥିପାଇଁ ଆପଣ ଏହିଭଳି ବ୍ୟକ୍ତିଙ୍କର କେବେ ବି ସାହାର୍ଯ୍ୟ କରିବେ ନାହିଁ ।

ମୂର୍ଖ ବ୍ୟକ୍ତି

ଆପଣ ଯଦି ମୂର୍ଖ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରୁଛନ୍ତି ତେବେ ଆପଣ ନିଜେ ଫସି ପାରନ୍ତି । କାରଣ ମୂର୍ଖବ୍ୟକ୍ତିର ସାହାର୍ଯ୍ୟ କରିବା ସମୟରେ ଯଦି କିଛି ଅସୁବିଧା ହୁଏ ତେବେ ଆପଣଙ୍କୁ ହିଁ ସମସ୍ତେ ଦୋଷୀ ବୋଲି ମାନିବେ । ସେଥିପାଇଁ ମୂର୍ଖବ୍ୟକ୍ତିଙ୍କ ସାହାର୍ଯ୍ୟ କରିବା ଉଚିତ ନୁହେଁ ।

ଚୋରୀ ଏବଂ ଖରାପ କାମ କରୁଥିବା ବ୍ୟକ୍ତି

ଯଦି ଆପଣ ଚୋରୀ ଏବଂ ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରୁଛନ୍ତି ତେବେ ଆପଣ ନିଜେ ଅସୁବିଧାରେ ଆସି ପାରନ୍ତି । କାରଣ ଯେତେବେଳେ ସେହି ବ୍ୟକ୍ତିଙ୍କ ଉପରେ କିଛି ଅସୁବିଧା ଆସିଥାଏ ସେମାନେ ଆପଣଙ୍କ ନାମ ନେବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ, କାରଣ ଆପଣ ସେତେବେଳେ ତାଙ୍କର ସାହାର୍ଯ୍ୟ କରୁଥିବେ । ସେଥିପାଇଁ କେବେବି ଏମାନଙ୍କର ସାହାର୍ଯ୍ୟ କରିବା ଉଚିତ ନୁହେଁ ।

ଦୁଃଖୀ ରହୁଥିବା ବ୍ୟକ୍ତି

ଯେଉଁ ବ୍ୟକ୍ତି ସବୁବେଳେ ଦୁଃଖୀ ରହିଥାଏ ଏବଂ ନିଜର ସବୁ ସମସ୍ୟା ଗୁଡିକୁ ଲୋକମାନଙ୍କୁ ଶୁଣାଇ ଥାଏ ସେହି ବ୍ୟକ୍ତିଙ୍କର କେବେ ସହାୟତା କରିବା ଉଚିତ ନୁହେଁ । କାରଣ ତାଙ୍କ ଉପରେ କିଛି ସମସ୍ୟା ଆସିଲେ ସେମାନେ ତାହାକୁ ନିଜ ଆଡକୁ ନନେଇ ଆପଣଙ୍କ ଉପରେ ପକାଇ ଦିଅନ୍ତି । ସେଥିପାଇଁ ଏମାନଙ୍କର ସହାୟତା କରିବା କଥା ନୁହେଁ ।

ଦୁଷ୍ଟ ମହିଳା

ଯେଉଁ ମହିଳା ମାନଙ୍କର ସମାଜରେ ନା ଖରାପ ଅଛି ଏବଂ ବଦନାମ ଅଛନ୍ତି ସେହିଭଳି ମହିଳାମାନଙ୍କର କେବେ ବି ସାହାର୍ଯ୍ୟ କରିବା ଉଚିତ ନୁହେଁ । ଯଦି ଆପଣ ଏହି ମହିଳାମାନଙ୍କର ସାହାର୍ଯ୍ୟ କରୁଛନ୍ତି ସମାଜ ଆପଣଙ୍କୁ ଖରାପ ଆଖିରେ ଦେଖି ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଏମିତି ଅନେକ ନୀତିବାଣୀ ଆର୍ଟିକିଲ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।