ଅଭିନେତା ସାତ୍ତ୍ଵିକ ମିଶ୍ରକୁ ନେଇ ଆସିଲା ବଡ଼ ଖବର, କିଛିଦିନ ପୂର୍ବରୁ କ୍ୟାନ୍ସର ଭଳି ରୋଗରେ ପୀଡିତ ହୋଇଥିଲେ ଆଉ ଏବେ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ସେହି ମଣିଷ କୁ ଯାହାଙ୍କ ଅଭିନୟ କେବେ ତାଙ୍କୁ ରଗାଇ ଦେଉଥିଲା ତ ଆଉ କେବେ ତାଙ୍କ ମିଠା ମିଠା କଥାରେ ଆପଣ ମାନେ ସମସ୍ତେ ହସୁଥିଲେ । କେତେବେଳେ ସେ ନାୟକ ଭୂମିକରେ ତ ଆଉ କେବେ ଖଳନାୟକ ଭୂମିକା ରେ ତ ଆଉ କେବେ ହାସ୍ୟ ଅଭିନେତା ଭୂମିକା ରେ ଅଭିନୟ କରୁଥିଲେ ଅଭିନେତା ସାତ୍ତ୍ୱିକ ମିଶ୍ର । ଏବେ ତାଙ୍କୁ ନେଇ ଆସିଛି ଏକ ବା ଖବର ।

ଯେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିଲା ସେହି ସମୟରେ ସାତ୍ତ୍ୱିକ ମିଶ୍ର ଙ୍କର ମଧ୍ୟ ସ୍ୱାସ୍ଥ୍ୟ ଖରାପ ଥିବାର ଖବର ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଆଉ ସେବେ ଠାରୁ ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ ଥିଲେ । ଆଉ ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଥିଲା କି ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ମତ ଦେଇ ସୁସ୍ଥ ହୋଇଛନ୍ତି ।

କିନ୍ତୁ ଏବେ ସାତ୍ଵିକ ମିଶ୍ର ଙ୍କୁ କାହିଁକି କ୍ୟାନ୍ସର ହୋଇଥିଲା ଅତାହାକୁ ନେଇ ମୁହଁ ଖୋଲିଛନ୍ତି ସେ । ଏଇ ନିକଟ ଅତୀତ ରେ “ରଜା ଝିଅ ସଙ୍ଗେ ହୋଇଗଲା ଭାବ” ସିନେମାରେ ଖଳନାୟକ ଏବଂ “ମୁଁ ଏକା ତୁମର” ଫିଲ୍ମ ରେ ହାସ୍ୟ ଅଭିନେତା ଭାବେ ନଜର ଆସିଥିଲେ ସାତ୍ଵିକ ମିଶ୍ର । ସାତ୍ଵିକ ନିଜର କ୍ୟାନ୍ସର ହେବାର କାରଣ କହିଛନ୍ତି ଯେ “କେହି ବି ସିଗାରେଟ କି ଗୁଟଖା ଖାଆନ୍ତୁ ନାହିଁ ।

କାରଣ ମୁଁ ଗୋଟେ ବର୍ଷ ହେବ ଯେଉଁ କଷ୍ଟ ପାଇଛି । ତାହା କେବେଳ ମୁଁ ହିଁ ଜାଣିଛି । ଅଙ୍ଗେ ଅଙ୍ଗେ ନିଭାଇଛି ମୁଁ ମୋର କଷ୍ଟ କୁ । ଆଉ କାହା କଷ୍ଟ ମୁଁ ଦେଖି ପାରିବି ନାହିଁ । ଭାଇ ଭଉଣୀ ମାନେ ମୁଁ ଆଶା କରୁଛି ଆପଣ ମାନେ ମୋ କଥା ରଖିବେ । ମୋର ଅବସ୍ଥା ଦେଖି ଆପଣ ମାନେ ଅନୁଭବ କରୁଥିବେ ମୁଁ କେତେ କଷ୍ଟ ପାଇଛି” । ହଁ ଦର୍ଶକ ବନ୍ଧୁ ଏମିତି କିଛି କଥା କହିଛନ୍ତି ଓଡିଆ ଅଭିନେତା ସାତ୍ତ୍ଵିକ ମିଶ୍ର ।

କାରଣ କ୍ୟାନ୍ସର କାରଣରୁ ତାଙ୍କର ମୁହଁ ବଙ୍କା ମଧ୍ୟ ହୋଇ ଯାଇଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ସେ ବହୁତ ଜଲ୍ଦି ସୁସ୍ଥ ହୋଇ ଯାଆନ୍ତୁ ଓ ପୁଣି ଠାରେ ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ଏହା ଆମର କାମନା । ତେବେ ସାତ୍ଵିକ ମିଶ୍ରଙ୍କର କ୍ୟାନ୍ସର ହେବା କାରଣ ରୁ ତାଙ୍କ ମୁହଁ କେମିତି ବଙ୍କା ହୋଇ ଯାଇଛି ତାହା ର କଷ୍ଟ ସେ ଅନୁଭବ କରିଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ସିଗାରେଟ କି ଗୁଟଖା ନ ଖାଇବା ପାଇଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।