ଆଉ ଦୂରେଇ ରହି ପାରିଲେନି Trupti, ଧାଇଁ ଆସିଲେ ହସ୍ପିଟାଲକୁ, Babushan ଙ୍କ ମୁଣ୍ଡ ଆଉଁସି କହି ପକାଇଲେ ମନକଥା, ଦେଖନ୍ତୁ video

ସ୍ଵାମୀଙ୍କ ଠାରୁ ଆଉ ଦୂରେଇ ରହିପାରିଲେ ନାହିଁ । ଶେଷରେ ହସ୍ପିଟାଲକୁ ଧାଇଁ ଆସିଲେ ପତ୍ନୀ ତୃପ୍ତି । ସ୍ଵାମୀ ବାବୁଶାନଙ୍କ ସବୁ ଭୁଲକୁ ଭୁଲି କ୍ଷମା କରିଦେଲେ । ପାଖରେ ବସି ବାବୁଙ୍କ ମୁଣ୍ଡ ଆଉଁସି କହିଲେ, ବ୍ୟସ୍ତ ହୁଅନ୍ତି, ମୁଁ ସବୁବେଳେ ତୁମ ପାଖରେ ଅଛି ଆଉ ରହିଥିବି । ତୁମେ ଶୀଘ୍ର ସୁସ୍ଥ ହୋଇଯାଅ ଆମେ ସାଙ୍ଗ ହୋଇ ଘରକୁ ଫେରିଯିବା । ଆଜିଠୁ ମୁଁ ତୁମର ସବୁ ଭୁଲକୁ ଭୁଲିଯିବି । ତୁମ ପୁଅ ଗୁଆନ ତୁମକୁ ଘରେ ଅପେକ୍ଷା କରିଛି ତୁମେ ଶୀଘ୍ର ସୁସ୍ଥ ହୋଇଯାଅ ।

ହସ୍ପିଟାଲରେ ବାବୁଶାନଙ୍କ ମୁଣ୍ଡ ପାଖରେ ବସି ଏମିତି କିଛି କହି ସାନ୍ତ୍ଵନା ଦେଇଥିବେ ତୃପ୍ତି । ଫିଲ୍ମ “ଦମନ” ର ପ୍ରମୋଶନ ପାଇଁ ଲଦାଖ ଯାଇଥିବା ବାବୁଶାନଙ୍କ ଶରୀରରେ ଅକ୍ସିଜେନ ସ୍ତର କମିଯିବା ହେତୁ ସେ ଅସୁସ୍ଥ ହୋଇ ପଡିଥିଲେ । ସେଠାରେ ତାଙ୍କର ପ୍ରଥମକିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରିଥିଲେ । କିନ୍ତୁ ଏଠାରେ ପୁଣି ଥରେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଗତ ୪-୫ଦିନ ହେବ ଚିକତ୍ସିତ ହେଉଛନ୍ତି ଓଲିଉଡ ସୁପରଷ୍ଟାର ବାବୁଶାନ ।

ତେବେ ପ୍ରାୟ ଦେଢ ମାସ ତଳେ ବାବୁଶାନ, ତୃପ୍ତି ଓ ପ୍ରକୃତିକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ସେବେଠାରୁ ଆଉ ବାବୁଶାନଙ୍କ ପାଖକୁ ଫେରି ନଥିଲେ ତୃପ୍ତି । ପୁଅ ଗୁଆନକୁ ଧରି ସେ ନିଜ ବାପଘରେ ରହୁଥିଲେ । କିନ୍ତୁ ଯେତେବେଳେ ବାବୁଶାନ ଅସୁସ୍ଥ ଅଛନ୍ତି ବୋଲି ସେ ଶୁଣିବାକୁ ପାଇଲେ ଆଉ ଥୟ ଧରି ରହିପାରିଲେ ନାହିଁ । ସିଧା ହସ୍ପିଟାଲ ଦୌଡି ଆସିଥିଲେ ସ୍ଵାମୀ ବାବୁଶାନଙ୍କ ପାଖକୁ ।

ଆଉ ଅଚେତ ଅବସ୍ଥାରେ ବାବୁଶାନଙ୍କୁ ଦେଖି ତୃପ୍ତିଙ୍କ ଆଖିରେ ଲୁହ ଆସି ଯାଇଥିଲା । ନିଜ ସ୍ଵାମୀକୁ ଏଭଳି ଅବସ୍ଥାରେ ଦେଖି ସେ କାନ୍ଦି ପକାଇଥିଲେ । ଯେପର୍ଯ୍ୟନ୍ତ ବାବୁଶାନଙ୍କୁ ହୋସ୍ ଆସି ନଥିଲା ସେ ତାଙ୍କ ପାଖରେ ବସି ରହିଥିଲେ । ବାବୁଶାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାସହ ହୋସ୍ ଆସିବା ପରେ ତୃପ୍ତି ବାବୁଙ୍କ ସହ ଅନେକ କଥା ହୋଇଥିବେ । ତାଙ୍କୁ ସେ କେତେ ଭଲପାଆନ୍ତି ଓ ତାଙ୍କୁ ଛାଡିବେ ନାହିଁ ବୋଲି ମଧ୍ୟ କହିଥିବେ ।

ତେବେ ଗତ କିଛି ବର୍ଷ ଧରି ବାବୁଶାନ ଓ ତୃପ୍ତିଙ୍କ ବୈବାହିକ ଜୀବନରେ ଯେଉଁ ଫାଟ ଦେଖା ଦେଇଥିଲା ତାହା ଏବେ ସମାଧାନ ଯେଉଥିବାର ନଜର ଆସୁଛି । ଉଭୟଙ୍କ ମନ ଭିତରେ ଯେଉଁ ଦୂରତା ଦ୍ରୁଷ୍ଟି ହୋଇଥିଲା ହସ୍ପିଟାଲରେ ତାହା ମିଶିଗଲା ବୋଲି ସମସ୍ତେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।