ଆପଣଙ୍କ ବ୍ଲଡ଼ଗୃପ କହିବ ଆପଣଙ୍କର ସଂପୂର୍ଣ୍ଣ ବ୍ୟକ୍ତିତ୍ବ ! ଜାଣନ୍ତୁ ଆପଣଙ୍କ ବ୍ଲଡ଼ଗୃପ ଆପଣଙ୍କ ବିଷୟରେ କ’ଣ କହୁଛି…

ବନ୍ଧୁଗଣ ବ୍ୟକ୍ତିର ବ୍ଲଡ଼ଗୃପରୁ ତାହାର ସ୍ଵଭାବ ସମ୍ପର୍କରେ ଜାଣିବାକୁ ପାଇବା । ଏହାକୁ ପଢିକି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ହଁ ଆଜ୍ଞା ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । ତେବେ ଆପଣ ମାନେ ତ ଜ୍ଯୋତିଷ ଶାସ୍ତ୍ରକୁ ଆପଣାଇ ହେଉ ବା ବ୍ୟକ୍ତି ସହ ମିଳାମିଶି କରିବା ପରେ ଯାଇ ତାହାର ବ୍ୟକ୍ତିତ୍ଵର ପତା ଲାଗାଇପାରୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଯେକୌଣସି ବ୍ୟକ୍ତିର ବ୍ଲଡ଼ଗୃପରୁ କିଭଳି ଭାବେ ତାହାର ସ୍ଵଭାବ ସମ୍ପର୍କରେ ଆପଣ ମାନେ ଜାଣିପାରିବେ ସେ ବିଷୟରେ କହିବୁ ।

A, B, AB, O ଆଦି ବ୍ଲଡ଼ ଗ୍ରୁପ ରହିଛି । ତେବେ ସର୍ବ ପ୍ରଥମେ ଆମେ ଆପଣଙ୍କୁ A ବ୍ଲଡ଼ ଗ୍ରୁପ ଥିବା ଲୋକଙ୍କର ସ୍ଵଭାବ ସମ୍ପର୍କରେ କହିବୁ ।

A; – ଏମାନେ କୌଣସି କାର୍ଯ୍ୟ କରିବା ଆଗରୁ ବହୁତ ଭାବି ଚିନ୍ତି କାର୍ଯ୍ୟ କରିଥାନ୍ତି । ଏମାନେ ବହୁତ ଜଲ୍ଦି ସବୁ କଥାକୁ ଗୁରୁତ୍ୱର ସହ ନେଇଥାନ୍ତି । ଏମାନେ ଥଟା ମଜା ପସନ୍ଦ କରନ୍ତି ନାହିଁ । ଏମାନେ ପ୍ରତେକ ଜିନିଷରେ ବହୁତ ଜଲ୍ଦି ଷ୍ଟ୍ରେସ ନେଇଥାନ୍ତି । ଏମାନେ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ କେବେବି କାହାର ସାଥ ଛାଡ଼ନ୍ତି ନାହିଁ । ଏମାନେ ନିଜର ମନରେ ସବୁ କଥା ରଖିଥାନ୍ତି । କେବେବି କାହା ଆଗରେ କିଛି କଥା ଶେୟାର କରନ୍ତି ନାହିଁ । ତେଣୁ ଏମାନଙ୍କ ମନ କଥା ବୁଝିବା କଷ୍ଟ କର ହୋଇଥାଏ ।

B; – B ବ୍ଲଡ଼ ଗ୍ରୁପ ଲୋକମାନେ A ବ୍ଲଡ଼ ଗ୍ରୁପ ଲୋକଙ୍କର ବିପରୀତ ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟ କରିବା ଆଗରୁ କିଛି ବି ଭାବି ନ ଥାନ୍ତି । ଏମାନେ ଖୋଲା ହୃଦୟର ହୋଇଥାନ୍ତି । ଯାହା ଏମାନଙ୍କୁ ଭଲ ଲାଗେ ବା ନ ଲାଗେ ଏମାନେ ମୁହଁରେ କହିଥାନ୍ତି। ଏମାନେ ବହୁତ ଜଲ୍ଦି ରାଗିଯାଇଥାନ୍ତି । ଏମାନେ ଯାହାକୁ ବି ନିଜର ପାର୍ଟନର ଭାବିଥାନ୍ତି ତାଙ୍କ ସହ ଜୀବନସାରା ରହିଥାନ୍ତି ।

AB; – ଏହି ବ୍ଲଡ଼ ଗ୍ରୁପ ଲୋକମାନେ A ଓ B ବ୍ଲଡ଼ ଗ୍ରୁପ ଲୋକଙ୍କର ମିଶ୍ରିତ ହୋଇଥାନ୍ତି । ତେଣୁ ଦୂରରୁ ଏମାନଙ୍କୁ କେହି ବି ବୁଝିପାରନ୍ତି ନାହିଁ। ଏମାନଙ୍କର ନିକଟବର୍ତ୍ତୀ ଲୋକ ହିଁ ଏମାନଙ୍କୁ ଠିକରେ ବୁଝିଥାନ୍ତି । ଏମାନେ କିଛି କଥା ସ୍ପଷ୍ଟ କରିଥାନ୍ତି କିଛି କଥା ମନରେ ରଖିଥାନ୍ତି ।

O; – ଏହି ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ଦୁନିଆରେ ନିଜେ ଖୁସିରେ ରହିଥାନ୍ତି । କାହା କଥାରେ ମୁଣ୍ଡ ପୁରେଇବାକୁ ଏମାନେ ଅଯଥା ପସନ୍ଦ କରନ୍ତି ନାହିଁ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଜଣେ ଭଲ ପାର୍ଟନର ହୋଇଥାନ୍ତି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ