ଆପଣଙ୍କ ଚରିତ୍ର ସବୁଠୁ ଅଧିକ କେତେବେଳେ ଚମକି ଥାଏ, ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ- Krishna Vani

ଆପଣ ମାନେ ଜାଣିଛନ୍ତି କି ପରିଶ୍ରମ କରିବା ଫଳରେ ଆମକୁ ବହୁତ ସଫଳତା ମିଳିବା ସହିତ ଆମକୁ ସମାଜରେ ମାନ ଓ ସଂମ୍ମାନ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପରିଶ୍ରମ ସହିତ କାର୍ଯ୍ୟରେ ବା ନିଜ ଜୀବନରେ ଧାର୍ଯ୍ୟ ମଧ୍ୟ ନିହାତି ରହିବା ଦରକାର । କାରଣ ଏହି ଧାର୍ଯ୍ୟ ମଧ୍ୟ ଆପଣଙ୍କୁ ବହୁତ ଆଗ ପର୍ଯ୍ୟନ୍ତ ନେଇଥାଏ । ଅର୍ଥାତ ଆପଣ ମାନେ ଜାଣିଛନ୍ତି କି ଏହି ସବୁଜ ମେହେନ୍ଦିର ରଙ୍ଗ ଲାଲୀ କିପରି ହୋଇଥାଏ ।ଏହା କେବଳ ସମ୍ଭବ ହୋଇଥାଏ ଆମେ ଯେଉଁ ସମୟରେ ତାକୁ ଅଧିକା ସମୟ ବାଟିଥାଉ ସେ ସେତେ ଲାଲୀ ହୋଇଥାଏ ।

ଏହାକୁ ଆମେ ବାଟି ସାରିଲା ପରେ ପାଣିରେ ମିସାଇ ଥାଉ । ଏହାପରେ ଯାଇ ମହିଳା ମାନଙ୍କ ଲଗାଇବା ପାଇଁ ଏହି ମେହେନ୍ଦି ଉପଯୁକ୍ତ ହୋଇଥାଏ । ଅର୍ଥାତ ସେ ଯେତେ କଷ୍ଟ ସହୁଛି ସେତେ ସିଏ ଲାଲୀ ହେଉଛି । ଆଉ ଏକ ଜିନିଷ ହେଉଛି ସୁନା । ସୁନାକୁ ଆମେ ଯେତେ ତତାଇ ଥାଉ ସେ ସେତେ ଚକ ଚକ କରିଥାଏ ଓ ଏହାପରେ ଯାଇ ଆମକୁ ବହୁତ ଭଲ ଲାରିଥାଏ ।

ହୀରାକୁ ମଧ୍ୟ ଏହି ଭଳି କଷ୍ଟ ସହି ତାକୁ କାରଗରୀ ଏକ ରୂପ ଦେଇଥାଏ । ସେ ବହୁତ ବର୍ଷ ଧରି ଧରା ତଳେ ରହି ବହୁତ ଉତପ୍ତ ହୋଇ ରହିଥିବା କଷ୍ଟକୁ ସହିଥାଏ ଓ ତାର ଚାପ ମଧ୍ୟ ସହିଥାଏ । ଏହିପରି ବହୁତ ଦିନ ଧରି କଷ୍ଟ ସହିଲା ପରେ ସେ ହୀରାରେ ପରିବର୍ତନ ହୋଇଥାଏ । ଆମେ ଆପଣଙ୍କୁ ଆଉ ଏକ କାହାଣୀ କହୁଛୁ । ଗୋଟିଏ ଜାଗାରେ ବହୁତ ଗୁଡିଏ ପଥର ପଡିଥିଲା । ଗୋଟିଏ ଦିନ ପଥୁରିଆ ଆସି ସେହି ପଥର ଗୁଡିକୁ ନେଇ ଗଲା ଓ ଏହାକୁ ସେ ବିଭିନ୍ନ କଳା କୃତି କରି ସେ ବିଭନ୍ନ ରୂପ ଦେଇଥିଲା ।

କିନ୍ତୁ ଗୋଟିଏ ପଥର ବହୁତ କଷ୍ଟ ସହି ଦେବତାଙ୍କ ରୂପରେ ଗଢିଥିଲା ଏହା ଯାଇ ମନ୍ଦିରରେ ପୂଜା ହେଉଥିଲା ଓ ଆଉ ଏକ ପଥରକୁ ସେ ଭଲ ଭାବରେ ଗଢି ପାରି ନଥିଲା । କାରଣ ସେ ତାର ମାଡ ସହି ପରି ନଥିଲା ସେଥି ଯୋଗୁ ସେ ଏକ ସାମାନ୍ୟ ପଥରରେ ପରିଣତ ହୋଇଥିଲା ।

ଯେହେତୁ ଅନ୍ୟ ପଥର କଷ୍ଟ ସହିପାରି ନଥିଲା ସେ ମନ୍ଦିରର ପାହାଚ ହୋଇଥିଲା ଯାହା ଫଳରେ ଲୋକେ ତାଙ୍କୁ ମାଡି ଚାଲୁଥିଲେ । କହିବାକୁ ଗଲେ ଦୁହେଁ ପଥର ଥିଲେ କିନ୍ତୁ ଯେହେତୁ ପ୍ରଥମ ପଥରଟି ଅଧିକା କଷ୍ଟ ସହି ଅଧିକା ମାଡ ଖାଇ ବହୁତ ଦେବତାଙ୍କ ରୂପ ନେଇଥିଲା । ଅନ୍ୟଟି ପାହାଚ ହୋଇଥିଲା ।

ସେହି ଭଳି ଆପଣ ନିରୂପଣ କରିବେ କି ଆପଣ କଷ୍ଟ ସହି ବହୁତ ଆଗକୁ ଯିବେ ନା ସେହି ପରି ଅନାବଶ୍ୟକ ପଥର ଭାବରେ ପଡି ରହିବେ । ଆପଣ ଯେତେ କଠିନ ଅସୁବିଧା ଲଢେଇ କରିବେ ସେତେ ଆପଣଙ୍କର ବ୍ୟକ୍ତିତ୍ୟ ମଧ୍ୟ ସେତେ ଅଧିକ ଭଲ ରହିବ । ଆପଣ ଯେତେ ସେହି କଷ୍ଟରେ ରହି ତାର ମାଡକୁ ସହିବେ ସେତେ ସୁନ୍ଦର ହେବେ ଓ ନିଜର ଚରିତ୍ର ମଧ୍ୟ ସେହି ପରି ଝଲସିବ ।

ତେବେ ଆପଣଙ୍କ ସାମ୍ନାକୁ ଯେବେ ଏହି ପରି କଠିନ ସମସ୍ୟା ଆସେ ସେହି ସମୟରେ ଆପଣ ଡରି ନଯାଇ ତାର ସହିତ ଲଢେଇ କରି ଜିତିବାକୁ ଚେଷ୍ଟା କରନ୍ତୁ । ଆଉ ଏକ କଥା ହେଉଛି ସବୁ ସମୟରେ ଆସୁଥିବା କିଛି ସମସ୍ୟା ଆମକୁ କିଛି ନୂଆ ଶିକ୍ଷା ଗ୍ରହଣ କରିବାକୁ ମିଳିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।