ଆମେ କାହିଁକି ଦୁଃଖୀ ହେଇଥାଉ! ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ -Krishna Vani

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ । ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ । ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି ।

ଏଠି ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । କେତେକ ମନୁଷ୍ୟ ବେଳେବେଳେ ଉଦାସ ରହୁଥିବା ଦେଖା ଯାଇଥାଏ । ତେବେ ତାଙ୍କର ଉଦାସୀନତା ର କାରଣ କଣ ହୋଇଥାଏ ତାହା କେହି ଜାଣି ନ ଥାନ୍ତି । ଏହି ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତା ରେ ମନୁଷ୍ୟ ର ଉଦାସ ର କାରଣ ସମ୍ପ୍ରଦାୟର ଅନେକ କଥା କହିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ବିଷୟ ରେ ଅନେକ କଥା ଜଣାଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଷୟରେ ।

ବନ୍ଧୁଗଣ ଯେତେବେଳେ କୌଣସି ମନୁଷ୍ୟ ମନ ରେ ଉଦାସୀନତା ଘର କରିଯାଏ ସେତେବେଳେ ସେ ବହୁତ ଭାଙ୍ଗି ପଡିଥାଏ । ମନ ଉଦାସ ରହିଲେ କୌଣସି କାର୍ଯ୍ୟ ରେ ମନ ଲାଗି ନ ଥାଏ । ଯାହା ଦ୍ୱାରା ଆପଣଂକର କୌଣସି କାର୍ଯ୍ୟ ସଫଳ ହୋଇ ନ ଥାଏ । ମନୁଷ୍ୟ ମନ ରେ ଉଦାସ ଭାବ ରହିଲେ ସେ ବଂଚିବା ଅପେକ୍ଷା ମରିବା କୁ ବହୁତ ପସନ୍ଦ କରିଥାଏ । ଆମ ସମସ୍ତ ଙ୍କ ଜୀବନ ରେ ଅତି କମ ରେ ଥରେ ଏହି ପରି ଉଦାସ ଭାବ ଦେଖା ଦେଇଥାଏ । ଯାହା ଦ୍ୱାରା ଆମେ କୌଣସି କାର୍ଯ୍ୟ କରି ନ ଥାଉ ।

ଏହା ଦ୍ବାରା ଆମର ବହୁତ କ୍ଷତି ହୋଇଥାଏ । ଆମ ଜୀବନ ରେ ବହୁତ କମ ସମୟ ପାଇଁ ଉଦାସୀନତା ଦେଖା ଯାଉଥିବାରୁ ଆମେ ତାହାକୁ ଜାଣିପାରି ନ ଥାଉ ଓ ଏହା ମଧ୍ୟ ଜାଣି ପାରି ନ ଥାଉ କି ଏହା ଦ୍ୱାରା ଆମର କଣ ସବୁ କ୍ଷତି ହୋଇଛି । କିନ୍ତୁ ରହି ପରି ଧୀରେ ଧୀରେ ଆମ ଜୀବନ ରେ ଉଦାସୀନତା ର ଅଭ୍ୟାସ ହୋଇ ଯାଇଥାଏ ଯାହା ଦ୍ୱାରା ଆମେ ସବୁ କାର୍ଯ୍ୟ କୁ ଅଧାରୁ ହିଁ ଛାଡି ଦେଇଥାଉ । କିନ୍ତୁ ଆମେ କେବେ ଜାଣି ନ ଥାଉ ଆମ ଉଦାସ ର କାରଣ କଣ ହୋଇଥାଏ ।

ଉଦାସ ଏକ ଏପରି ଜିନିଷ ଯାହା ଆମ ମନ ଭିତରେ ଥିବା ଦୁଃଖ କଷ୍ଟ ଓ କଠିନତା କୁ ବାହାରକୁ ଆଣିଥାଏ । ଏହା ଦ୍ୱାରା ଆମ ମୁଖ ରେ ଏକ ଉଦାସ ଭାବ ଦେଖା ଦେଇଥାଏ । ଆମେ ଯେତେବେଳେ ଉଦାସ ଥାଉ ସବୁବେଳେ କହିଥାଉ କି ଆମର ଭାଗ୍ୟ ଖରାପ ଅଛି କିମ୍ବା ସମୟ ଆମର ସାଥ ଦେଉନାହିଁ ଏହି ପରି ଅନେକ କିଛି । କିନ୍ତୁ ଯେତେବେଳେ ଦୁଃଖ ର ସତ୍ୟତା ଆମ ମୁଖ ରେ ଆସିଯାଏ ସତେବେଳେ ତାକୁ ବଦଳାଇବା ପାଇଁ ଆମ ପାଖରେ କୌଣସି ରାସ୍ତା ନ ଥାଏ ।

ଆମେ କେବେ ମଧ୍ୟ ସମୟ କୁ ବଦଳାଇପାରିବା ନାହିଁ । ଏହି ସମୟ କୁ ଦୋଷ ଦେଇ ଆମେ ଯେଉଁ କାର୍ଯ୍ୟ ରେ ଅସଫଳ ହୋଇଥାଉ ସେଥିରୁ ହିଁ ଉଦାସୀନତା ଭାବ ଆସିଥାଏ । ରହି ଉଦାସୀନତା ର କାରଣ କିଏ ହୋଇଥାଏ ଏହିପରି ପ୍ରଶ୍ନ ମନ କୁ ଆସିଥାଏ । ଏବଂ ଆମେ ନିଜେ ହିଁ ଆମର ଉଦାସୀନତା ର କାରଣ ହୋଇଥାଉ ଏହା ଆମର ଜାଣି ରଖିବା ଉଚିତ । ତେଣୁ ସବୁବେଳେ ନିଜ ଉପରେ ନିଜର ଆତ୍ମ ବିଶ୍ୱାସ ରଖନ୍ତୁ ଓ ସମୟ ସହିତ ତାଳ ଦେଇ ସମସ୍ତ କାର୍ଯ୍ୟ କରନ୍ତୁ । ଏହା ଦ୍ବାରା ଆପଣଙ୍କ ମନ ରେ କେବେ ମଧ୍ୟ ଉଦାସୀନତା ଭାବ ଦେଖା ଯିବ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।