ଆଜି ଥାନାକୁ ଯିବେ Humane Sagar, ପତ୍ନୀ Shriya ଯଦି ଏତଲା ପ୍ରତ୍ୟାହାର ନ କରନ୍ତି ତେବେ…

ଆଜି ଥାନାକୁ ଯିବେ ଓଲିଉଡ ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ମଦ ପିଇ ଡେରିରେ ଘରକୁ ଫେରି ସ୍ତ୍ରୀ ଙ୍କ ଉପରେ ଲଗାତାର ଅତ୍ୟାଚାର କରି ଆସୁଥିଲେ । ସେନେଇ ମହିଳା ଥାନା ପୋଲିସ ଆଜି ହ୍ୟୁମାନ ସାଗରଙ୍କୁ ଅଟକ ରଖି ପଚରାଉଚରା କରିବ । କାରଣ ହ୍ୟୁମାନଙ୍କ ନାଁରେ ଅଭିଯୋଗ ଆସିଛି କି, ସେ ନିଜ ସ୍ତ୍ରୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପ୍ରତି ରାତିରେ ମଦ ପିଇ ଆସି ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କୁ ମାଡ ମାରୁଥିଲେ ହ୍ୟୁମାନ ।

ଏଭଳି କିଛି ଅଭିଯୋଗ ଆଣିଛନ୍ତି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା । ସେ କହିଛନ୍ତି କି, ହ୍ୟୁମାନ ଜଣେ ଭଲ ଗାୟକ ହୋଇ ଥାଇପାରନ୍ତି କିନ୍ତୁ କେବେବି ଭଲ ସ୍ଵାମୀ ହୋଇପାରିଲେ ନାହିଁ । ହ୍ୟୁମାନ ସାଗର 2012 ରେ ସିଙ୍ଗିଙ୍ଗ ରିୟାଲିଟି ଶୋ’ “ଭଏସ ଅଫ ଓଡିଶା” ର ବିଜେତା ହୋଇଥିଲେ । ସେହି ରିୟାଲିଟି ଶୋ’ ରେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ମଧ୍ୟ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ।

ସେହିଠାରୁ ହିଁ ଉଭୟଙ୍କ ବନ୍ଧୁତା ହେବା ପରେ ସେମାନେ ପ୍ରେମରେ ପଡିଥିଲେ ଏବଂ 2017 ରେ ବିବାହ କରିଥିଲେ । କିନ୍ତୁ ବାହାଘର ପରେ ପୁଅଟିଏ ଜନ୍ମ ହେବା ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇ ଯାଇଥିଲା । ହ୍ୟୁମାନ ଦିନକୁ ଦିନ ନୃଶଂସ ହୋଇ ଯାଉଥିଲେ । ଶ୍ରୀୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ଯେଉଁଥି ପାଇଁ କିଛି ମାସ ହେବ ହ୍ୟୁମାନଙ୍କ କଟକ ସିଡିଏ ସେକ୍ଟର-6 ସ୍ଥିତ ଘର ଛାଡି ବାଲେଶ୍ଵର ସ୍ଥିତ ନିଜ ବାପଘରକୁ ଚାଲି ଯାଇଥିଲେ ଶ୍ରୀୟା । ଏହାପରେ ମଧ୍ୟ ପରିସ୍ଥିତି ନ ସୁଧୁରିବାରୁ ଗତ ଦୁଇଦିନ ତଳେ କଟକ ଡିସିପିଙ୍କ ପାଖରେ ଆସି ଅଭିଯୋଗ କରିଛନ୍ତି ଶ୍ରୀୟା । କଟକ ଡିସିପି ପିନାକୀ ମିଶ୍ର ଏନେଇ ମହିଳା ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ହ୍ୟୁମାନ ଆଜି ମହିଳା ଥାନାରେ ହାଜର ହେବେ । ଥାନାକୁ ଯିବା ପରେ ଉଭୟଙ୍କୁ କାଉନସେଲିଂ କରାଯିବ ।

ଯଦି ଏହି କାଉନସେଲିଂ ସେମାନଙ୍କ ବିବାଦ ସମାଧାନ ନ ହୁଏ ଏବଂ ଶ୍ରୀୟା ଏତଲା ପ୍ରତ୍ୟାହାର କରିବାକୁ ରାଜି ନ ହୁଅନ୍ତି ତେବେ ହ୍ୟୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ ପୋଲିସ । ତେବେ ଦେଖାଯାଉ ଏନେଇ ହ୍ୟୁମାନ ଆଗକୁ କଣ ପ୍ରତିକ୍ରିୟା ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।