ଆଜି ଜୁନ 1 ଠାରୁ କେଉଁ କେଉଁ କ୍ଷେତ୍ରରେ ହେବାକୁ ଯାଉଛି ବଡ ପରିବର୍ତ୍ତନ ଜାଣି ରଖନ୍ତୁ…. ଆପଣଙ୍କ ପକେଟରେ କେଏନ ପଡିବ ଅସର

ଆଜି ହେଉଛି ଜୁନ ମାସ 1 ତରାଇଖ । ଆଉ ଆଜି ଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବଦଳିବ ଏହି ସବୁ ନିୟମ । ଜୁନ ମାସ ଆରମ୍ଭରୁ ଗ୍ଯାସ ଦର ଠାରୁ ଆରମ୍ଭ କରି ଇ-ସ୍କୁଟର ସବୁ କିଛି ମହଙ୍ଗା ହେବାକୁ ଯାଉଛି । ଖାଉଟିଙ୍କ ପକେଟକୁ ହେବ ମହଙ୍ଗା ମାଡ ।

ରୋଷେଇ ଘର ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିବ ବଡ ଚେଞ୍ଜେସ । ହଁ ଦର୍ଶକ ବନ୍ଧୁ ପ୍ରତି ମାସ ଆରମ୍ଭରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ହେବାକୁ ଯାଉଛି ପରିବର୍ତ୍ତନ ।

୧- ଗ୍ଯାସ ସିଲିଣ୍ଡର ଦରରେ ହେବ ପରିବର୍ତ୍ତନ : ପ୍ରତି ମାସ ଆରମ୍ଭରେ ଦେଖିବାକୁ ମିଳିଥାଏ ବଡ ପରିବର୍ତ୍ତନ । ଗ୍ଯାସ ଦର ବଢୁଥିବା ବେଳେ ହ୍ରାସ ମଧ୍ୟ ପାଇଥାଏ । ଦେଶର ପ୍ରମୁଖ କମ୍ପାନୀ ଗୁଡିକ ନିଜ ନିଜ ଗ୍ଯାସ ଦରରେ କମ ବା ବୃଦ୍ଧି କରିଥାନ୍ତି । ଗତ ଏପ୍ରିଲ ଓ ମେ ମାସର ଆରମ୍ଭରେ ୧୯ କିଲୋଗ୍ରାମ LPGମୂଲ୍ଯରେ ହ୍ରାସ କରାଯାଇଥିବା ବେଳେ ୧୪ କିଲୋ LPGସିଲିଣ୍ଡରେ କିଛି ପରିବର୍ତ୍ତନ ହୋଇ ନାହିଁ ।

୨- ବଦଳିବ CNG ଓ PNGଦର : ପ୍ରତି ମାସ ଆରମ୍ଭରୁ ବଦଲୁଥିବା ଏହି CNG ଓ PNG ଦରର ମୂଲ୍ଯରେ ପେଟ୍ରୋଲିୟମ କମ୍ପାନୀ ଗୁଡିକ ଦିଲ୍ଲୀ, ମୁମ୍ବାଇ ଭଳି ସାହରେରେ ଏହାର ମୂଲ୍ଯରେ ଚେଞ୍ଜ କରିଥାନ୍ତି । ଗତ ଏପ୍ରିଲରେ ଦିଲ୍ଲୀ ଓ ମୁମ୍ବାଇରେ CNG ଓ PNG ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ମେ ମାସର ଆରମ୍ଭରେ ଅଧିକ ପରିବର୍ତ୍ତନ କରାଯାଇ ନ ଥିଲା । ତେବେ ଜୁନ ମାସରେ କଣ ପରିବର୍ତ୍ତନ ହେବ ସେ ନେଇ ଲୋକଙ୍କ ମନରେ ନୂଆ ଉଦବେଗ ରହିଛି ।

୩- ଆଜିଠାରୁ ମହଙ୍ଗା ହେବ ଇ-ସ୍କୁଟର : ଆଜି ଠାରୁ ମହଙ୍ଗା ହେବାକୁ ଯାଉଛି ଦୁଇ ଚକିଆ ଇଲେକ୍ଟ୍ରି  ଯାନ । ଆପଣ ଯଦି ଜୁନ ମାସରେ ଇଲେକ୍ଟ୍ରି ବାଇକ ବା ସ୍କୁଟି କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମୂଲ୍ୟ ଦେବାକୁ ହେବ । ମେ ୨୧ରେ MHIi ଦ୍ୱ୍ରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ସେମ-୨ ର ସବସିତି ରାଶି ସଂଶୋଧନ କରାଯାଇ ଏହାକୁ କିଲୋ-୧ ପ୍ରତି ୧୦ ହଜାର ଟଙ୍କାକୁ ହ୍ରାସ କରାଯିଛି । ପୂର୍ବରୁ ଏହି ପରିମାଣ କିଲୋ-୧ ପ୍ରତି ୧୫ ହଜାର ଟଙ୍କା ଥିଲା । ଏହି କାରଣରୁ ଯାନବାହାନ ୨୫ରୁ ୩୫ ହଜାର ଯାଏଁ ମହଙ୍ଗା ହୋଇପାରେ ।

୪- RBI ଅଭିଯାନ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ଏକ ବଡ ଅଭିଯାନ । RBI ପକ୍ଷରୁ ଜମା ହୋଇଥିବା ଅନାବଶ୍ୟକ ରାଶି ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି ଯାହାର ନାମ ୧୦୦ ଦିନ ଶହେ ଦେଓ ରଖାଯାଇଛି । RBI ତରଫରୁ ସବୁ ବ୍ଯାଙ୍କ ମନାଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ତେବେ ଏଭଳି ସବୁ ନିୟମ ଆଜି ଠାରୁ ବଦଳିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ପରିବର୍ତ୍ତନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।