ଆହୁରି 4 ଦିନ ପ୍ରବଳ ବର୍ଷିବ ! ପାଣିପାଗ ବିଭାଗ ଦେଲା ସତର୍କ ସୂଚନା… ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷାର ସମ୍ଭାବନା ରହିଛି

ଗତ ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଛି । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ ବର୍ଷା ହେଉଥିବା ବେଳେ ପାଣିପାଗ ବିଭାଗ ଏନେଇ ଅଧିକ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ, ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ବର୍ଷା ଓ ପବନ ଆହୁରି 4 ଦିନ ଯାଏଁ ରହିବ । ତେବେ ଅଧିକ ବର୍ଷା ସମ୍ଭାବନା ନଥିଲେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଓଡିଶାର ଉପକୂଳବର୍ତ୍ତୀ ସ୍ଥାନ ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଗତକାଲି ରାଜ୍ୟରେ ଅନେକ ସ୍ଥାନରେ ଖୁବ ଜୋରରେ ବର୍ଷା ହୋଇଥିଲା । ଖାଲି ସେତିକି ନୁହେଁ ବରଂ ବର୍ଷା ସହ କୁଆପଥରର ବଡ ବଡ ଖଣ୍ଡ ପଡିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏକ ସ୍ଥାନରେ ପ୍ରାୟ ଏକ କିଲୋ ଓଜନର କୁଆପଥର ଦେଖିବାକୁ ମିଳିଛି । ଖୋର୍ଦ୍ଧା, କଟକ, ବାଲେଶ୍ଵର ଓ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାର ଆହୁରି ଅନେକ ସ୍ଥାନରେ କୁଆପଥର ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

ତେବେ ବର୍ଷା ଲାଗି ରହିଥିବା ବେଳେ ଆନତା ମାର୍ଚ୍ଚ 24 ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ଆସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସୁଥିବା ଝଡର ପ୍ରଭାବ 24 ତାରିଖରୁ ନେଇ 28 ତାରିଖ ପର୍ଯ୍ୟନ୍ତ ରହିବାରେ ବୋଲି କୁହାଯାଉଛି ।

ପାଣିପାଗ ବିଜ୍ଞାନୀ ଡକ୍ଟର ସନ୍ଦୀପ ପଟ୍ଟନାୟକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଡକ୍ଟର ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଖାସ କରି ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲା ମାନଙ୍କରେ ବେଶୀ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ମଧ୍ୟ ଉପକୂଳବର୍ତ୍ତୀ ଓଡିଶାରେ ବର୍ଷା ଲାଗି ରହିବ ଏବଂ ଦକ୍ଷିଣ ଓଡିଶାର କିଛିଟା ସ୍ଥାନରେ ବର୍ଷା ହେବ । 23 ଓ 24 ତାରିଖ ବେଳକୁ ପାଗ ସାମାନ୍ଯ ଶୁଖିଲା ରହିପାରେ । କିନ୍ତୁ ଏହା ପରେ ଆହୁରି 4 ଦିନ ପଶ୍ଚିମା ଝଡର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।