ସଧାରଣ ଭାବରେ ଆମ ଜୀବନରେ ଆମେ ବହୁତ ପ୍ରକାରର ଖାଦ୍ୟ ଖାଇଥାଉ କିନ୍ତୁ ସବୁ ବ୍ୟକ୍ତି ଏହି ଖାଦ୍ୟକୁ ଠିକ ଭାବରେ ଓ ଠିକ ସମୟରେ ଏବଂ ଠିକ ଖାଦ୍ୟ ଖାଇ ନଥାନ୍ତି । କିଛି ଲୋକ ଖାଲି ପେଟରେ ଏପରି କିଛି ଖାଦ୍ୟ ଖାଇଥାନ୍ତି ଯାହାଫଳରେ କି ତାଙ୍କୁ ବହୁତ ପ୍ରକାରର ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥାନ୍ତି । ଏଥିପାଇଁ ଆଜି ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଯାହାକି ଶରୀର ପକ୍ଷରେ ହିତ ହୋଇଥିଲେ ମଧ୍ୟ କ୍ଷତିକାର ହୋଇଥାଏ ।
୧ – କନ୍ଦମୂଳ ସ୍ଵାଦିଷ୍ଟ ଖାଦ୍ୟ ହୋଇଥିଲେ ମଧ୍ୟ ଖାଲି ପେଟରେ ଖାଇବା ଦ୍ଵାରା ଶରୀରରେ ବିସକ୍ରିୟା ହୋଇଥାଏ । ୨ – କନ୍ଦମୂଳ ସକାଳୁ ଖାଲି ପେଟରେ ଖାଇବା ଉଚିତ ନୁହେଁ ଏହା ଦ୍ଵାର ଛାତିରେ ଯନ୍ତ୍ରଣା ଏବଂ ପେଟରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ । ୩ – ସକାଳୁ ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ କାହିଁକି ନା କଦଳୀରେ ମାଗ୍ନେସିୟମ ଅଧିକ ଥାଏ ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ ।

୪ – ଗ୍ୟାସ ଔଷଧ ଛଡା ଅନ୍ୟ ଔଷଧ ଖାଲି ପେଟରେ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଔଷଧର ଖରାପ ପ୍ରଭାବ ପଡିଥାଏ ।
୫ – ଖାଲି ପେଟରେ ଚା କିମ୍ବା କଫି ପିଇବା ଉଚିତ ନୁହେଁ ଏହା ଦ୍ଵାରା ଗ୍ୟାସ ସମସ୍ୟା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।
୬ – ସକାଳୁ ଖାଲି ପେଟରେ କଞ୍ଚା ବିଲାତି ବାଇଗଣ ଖାଇବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଗ୍ୟାସ ସମସ୍ୟା , ପେଟ ଯନ୍ତ୍ରଣା ଛାତିପୋଡା ଆଦି ସମସ୍ୟା ଦେଖାଯାଇଥାଏ ।

୭ – ଖାଲି ପେଟରେ ସୋଢା ପିଇବା ଉଚିତ ନୁହେଁ ଏହା ଦ୍ଵାରା ପେଟରେ ଯନ୍ତ୍ରଣା , ଅନ୍ତନଳି ସମସ୍ୟା ଦେଖା ଦେଇଥାଏ ।
୮ – ଖାଲି ପେଟରେ ଆଲକହଲ ଜାତୀୟ ଦ୍ରବ୍ୟ ସେବନ କରିବା ଅନୁଚିତ । ଏହାଦ୍ଵାରା ଅନ୍ତନାଳି ସମସ୍ୟା ସହିତ ଅନ୍ୟ ଗୁରୁତର ରୋଗ ଦେଖା ଦେଇଥାଏ ।

୯ – ଖାଲି ପେଟରେ ଦହି ଖାଇବା ଦ୍ଵାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
୧୦ – ଖାଲି ପେଟରେ ଖଟା ଫଳ ଖାଇବା ଦ୍ଵାରା ହଜମ ଶକ୍ତିରେ ବାଧା ସୃଷ୍ଟି ହୋଇଥାଏ ।
୧୧ – ଖାଲି ପେଟରେ ବହୁତ ଥଣ୍ଡା ପାନୀୟ ପିଇବା ଦ୍ଵାରା ହଜମ ଶକ୍ତି କମିଥାଏ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

୧୨ – ଖାଲି ପେଟରେ କଞ୍ଚା ପନିପରିବା ଖାଇବା ଉଚିତ ନୁହେଁ ଏହାଦ୍ବାରା ପେଟରେ ଯନ୍ତ୍ରଣା ଏବଂ ଅନ୍ୟ ପେଟ ଜନିତ ସମସ୍ୟା ଦେଖାଦେଇଥାଏ ।
୧୩ – ଖାଲି ପେଟରେ ମସଲା ଯୁକ୍ତ ଏବଂ ଅତ୍ୟଧିକ ରାଗ ଜିନିଷ ଖାଇବା ଉଚିତ ନୁହେଁ ଏହା ଦ୍ଵାରା ଗ୍ୟାସ ସମସ୍ୟା ଏବଂ ଅନ୍ୟ ପେଟ ଜନିତ ସମସ୍ୟା ଦେଖାଯାଇଥାଏ ।
୧୪ – ପେଟ ଖାଲି ଥିବା ବେଳେ କେବେବି ଚୁଇଙ୍ଗମ ଚୋବାଇବା ଉଚିତ ନୁହେଁ ଏହା ଦ୍ଵାରା ପାଚକ ରସ ଅଧିକ ଝଋ ଅନ୍ତନାଳୀ କ୍ଷତି ପହଞ୍ଚାଇଥାଏ ।
୧୫ – ସକାଳୁ ଖାଲି ପେଟରେ ତରଭୁଜ ଖାଇବା ଉଚିତ ନୁହେଁ ଏହା ଦ୍ଵାରା ହଜମ ଶକ୍ତି କମଜୋର ହୋଇଥାଏ ।

୧୬ – ସକାଳୁ ଖାଲି ପେଟରେ ଆମ୍ବ ଖାଇବା ଉଚିତ ନୁହେଁ ଏହା ଦ୍ଵାରା ଓଜନ ବୃଦ୍ଧି ହେବାର ସମ୍ଭାବନା ହୋଇଥାଏ ।
୧୭ – ସକାଳୁ ଖାଲି ପେଟରେ ଅଙ୍ଗୁର ଖାଇବା ଉଚିତ ନୁହେଁ ଏହା ଦ୍ଵାରା ଗ୍ୟାସ ସମସ୍ୟା ଏବଂ ଅନ୍ୟ ପିତ ଜନିତ ସମସ୍ୟା ଦେଖା ଦେଇଥାଏ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।