ଏଣିକି ସ୍କୁଲରେ ପିଲା ପଢ଼ିବେ ପ୍ରେମ ପାଠ, ଦେଖନ୍ତୁ ପୁରା ଘଟଣା

ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପ୍ରେମ ପାଠ ପଢିବେ । ଏଥିପାଇଁ ତାଙ୍କୁ ସ୍କୁଲରେ ଉଚିତ ଶିକ୍ଷା ବି ଦିଆଯିବ । ଏହିଭଳି ଏକ ବିଚିତ୍ର ଖବର ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କିନ୍ତୁ ଏହା ବିଲକୁଲ ସତ୍ୟ ଅଟେ । କହିବାକୁ ଗଲେ ଲଭ ଗୁରୁ ମୋଟୁକନାଥ ପ୍ରେମ ବିଶ୍ଵ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ପ୍ରେମ ବିଷୟରେ ଗୋଟିଏ ସମୟରେ ପୁରା ବିଶ୍ଵରେ ସମସ୍ତେ ଚର୍ଚା କରୁଥିଲେ ଓ ବର୍ତ୍ତମାନ ସେହି ବ୍ୟକ୍ତି ଜଣକ ପ୍ରେମ ବିଶ୍ଵ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି ।

ଏହା ସହିତ ଆଜି ଆମେ ତାଙ୍କର ପ୍ରେମ କାହାଣୀ ବିଷୟରେ ଜାଣିବା ଓ ସେ କେଉଁଠି ପ୍ରେମ ବିଶ୍ଵ ବିଦ୍ୟାଳୟ ଖୋଲିବେ ଚାଳନ୍ତୁ ଜାଣିବା । ଆପଣମାନେ ପ୍ରାୟତଃ ଏହା ଶୁଣିଥିବେ କି ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ଶିକ୍ଷା ପାଇଁ ବଡ ବଡ ବିଶ୍ଵ ବିଦ୍ୟାଳୟ ଗୁଡିକ ଖୋଲାଯାଏ ।

କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଛାତ୍ରଛାତ୍ରୀମାନଙ୍କୁ ପ୍ରେମ ପାଠ ପଢାଇବା ପାଇଁ ପ୍ରେମ ବିଶ୍ଵବିଦ୍ୟାଳୟ ଖୋଲାଯିବ । କହିବାକୁ ଗଲେ ଭାରତର ବିହାର ରାଜ୍ୟରେ ଏହିଭଳି କିଛି ଦେଖିବାକୁ ମିଳିବ । ଲଭ ଗୁରୁ ମୋଟୁକନାଥ ଭାଗଲପୁରରେ ପ୍ରେମ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି । ଏହି ବିଦ୍ୟାଳୟରେ ମୋଟୁକନାଥ ଛାତ୍ରଛାତ୍ରୀମାନଙ୍କୁ ପ୍ରେମ ଶିକ୍ଷା ଦେବେ । କିନ୍ତୁ ଏମିତି ବି ଗୋଟିଏ ସମୟ ଥିଲା ଯେତେବେଳେ ବିହାରର ପାଟନାରେ ମୋଟୁକନାଥଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚାର ବିଷୟ ଥିଲା ।

କାରଣ ମୋଟୁକନାଥ ଯାହାକୁ ଭଲ ପାଉଥିଲ ସେ ଆଉ କେହି ନ ଥିଲେ ସେ ତାଙ୍କର ଛାତ୍ରୀ ଥିଲେ ଓ ସେ ତାଙ୍କ ଠାରୁ ଅଧା ବୟସରେ ଥିଲେ । ସେହି ଛାତ୍ରୀଙ୍କ ନାମ ହେଉଛି ଜୁଲି । ୨୦୦୬ରେ ମୋଟୁକନାଥ ପାଟନା ବିଶ୍ଵ ବିଦ୍ୟାଳୟରେ ହିନ୍ଦୀ ପ୍ରୋଫେସର ଥିଲେ ଓ ସେହି ସମୟରେ ଜୁଲି ଜଣେ ଛାତ୍ରୀ ଥିଲେ । ଏହି ସମୟରେ ଦୁଇ ଜଣ ପ୍ରେମରେ ପଡି ଯାଇଥିଲେ ଓ ଜୁଲି ନିଜର ପରିବାର ଓ ସମାଜ  ବିରୁଦ୍ଧରେ ଯାଇ ମୋଟୁକନାଥଙ୍କୁ ବିବାହ କରିଥିଲେ ।

ପାଟନା ବିଶ୍ଵ ବିଦ୍ୟାଳରେ ଦୁଇ ଜଣଙ୍କର ପ୍ରେମ କାହାଣୀ ଓ ବିବାହକୁ ନେଇ ବହୁତ ହଙ୍ଗାମା ମଧ୍ୟ ହୋଇଥିଲା । ମୋଟୁକନାଥଙ୍କ ମୁହଁରେ ଛାତ୍ରଛାତ୍ରୀମାନେ କାଲୀ ବୋଲି ଦେଇଥିଲେ । ଏହା ସହିତ ବିଶ୍ଵ ବିଦ୍ୟାଳୟରୁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ମୋଟୁକନାଥ ଜୁଲିଙ୍କ ସହ ରହୁ ନାହାନ୍ତି । ତଥାପି ସେ ନିଜର ପ୍ରେମ କାହାଣୀକୁ ଅଧୁରା ମାନନ୍ତି ନାହିଁ । ଲଭ ଗୁରୁ ନାମରେ ପ୍ରସିଦ୍ଧ ପାଟନା ବିଶ୍ଵ ବିଦ୍ୟାଳୟର ପ୍ରୋଫେସର ମୋଟୁକନାଥ ଅବସର ନେବା ପରେ ନିଜ ଗ୍ରାମରେ ରହୁଛନ୍ତି ।

କିନ୍ତୁ ଆଜି ବି ସେ କିଛି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କାରଣରୁ ସେ ଭାଗଲପୁର ଜିଲ୍ଲାର ନିଜ ଗ୍ରାମରେ ଏକ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି । ଏଠି ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେମ ଶିକ୍ଷା ଦେବେ ।ଚଳିତ ବର୍ଷ ଏପ୍ରିଲ ମାସରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଯିବ ବୋଲି ମୋଟୁକାଥ କହିଛନ୍ତି । ମୋଟୁକନାଥ କହିଛନ୍ତି କି ଏହି ବିଶ୍ଵ ବିଦ୍ୟାଳୟରେ ଭୌତିକ, ଆଧ୍ୟାତ୍ମିକ, ଆତ୍ମିକ, ବିକାଶର ଶିକ୍ଷା ଦିଆଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।