ଜାନୁଆରୀ 1 ରୁ ବଦଳିଯିବ ଏହି 8 ନିୟମ, ଜାଣି ନିଅନ୍ତୁ ନହେଲେ ପଡି ପାରନ୍ତି ଅସୁବିଧାରେ

ନୂଆ ବର୍ଷ ଆଗମନ ସହ କିଛି ନୂଆ ନିୟମ ବି ଆଗମନ କରୁଛି । କହିବାକୁ ଗଲେ ନୂଆ ବର୍ଷରେ କିଛି ନିୟମକୁ ପରିବର୍ତ୍ତନ କରାଯାଉଛି ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଚେକ ପେମେଣ୍ଟ, ଫାସ୍ଟ ଟ୍ୟାଗ, ୟୁପିଆଇ ପେମେଣ୍ଟ ଓ ଜିଏସଟି ରିଟର୍ନର କେତେକ ନିୟମରେ ବହୁତ କିଛି ପରିବର୍ତ୍ତନ ହେବ । ସେଥିପାଇଁ ଜାନୁଆରୀ ପୂର୍ବରୁ ଆପଣ ଏହି ସମସ୍ତ ନିୟମ ବିଷୟରେ ଜାଣି ନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କୁ କୌଣସି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଚେକ ପେମେଣ୍ଟ ସିଷ୍ଟମ

୧ ଜାନୁୟାରୀ ୨୦୨୧ରୁ ଚେକ ପେମେଣ୍ଟ ସହ ଜଡିତ ସବୁ ନିୟମ ବଦଳିଯିବ । ଚେକ ଜରିଆରେ ଯଦି ଆପଣ ୫୦,୦୦୦ ଟଙ୍କା କିମ୍ବା ଏହା ଠାରୁ ଅଧିକ ଟଙ୍କା କାହାକୁ ପେମେଣ୍ଟ କରୁଛନ୍ତି ତେବେ ଏହା ସହିତ କିଛି ଜରୁରୀ ସୂଚନା ବି ଆପଣଙ୍କୁ ଦେବାକୁ ପଡିବ ।

କଣ୍ଟାକଲେନ୍ସ କାର୍ଡରେ ଟ୍ରାଞ୍ଜାକ୍ସନ

କହିଦେଉଛୁ କି ଭାରତୀୟ ରିଜର୍ବ ବ୍ୟାଙ୍କ କଣ୍ଟାକଲେନ୍ସ କାର୍ଡରେ ପେମେଣ୍ଟର ସୀମା ୨,୦୦୦ରୁ ବୃଦ୍ଧି କରି ୫,୦୦୦ ଟଙ୍କା କରି ଦେଇଛନ୍ତି । ଏହା ୧ ଜାନୁଆରୀ ୨୦୨୧ରୁ ଏହି ନିୟମ ଲାଗୁ କରାଯିବ । ଡେବିଟ ଓ କ୍ରେଡିଟ କାର୍ଡରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ପିନ ଦେବାକୁ ପଡିବ ନାହିଁ ।

ବଢି ଯିବ କାର ଦାମ

ଅଟୋମୋବାଇଲ କମ୍ପାନୀମାନେ ୨୦୨୧ରୁ ନିଜ ନିଜ କମ୍ପାନୀର କିଛି ମଡେଲ ଗୁଡିକର ଦାମ ବୃଦ୍ଧି କରିବାକୁ ଯାଉଛନ୍ତି । ଏମିତିରେ ୨୦୨୧ରୁ କାରର ଦାମ ଆଗ ଅପେକ୍ଷା ଆହୁରି ବଢିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ମାରୁତି, ମହିନ୍ଦ୍ରା, ରେନୋ ଓ ଏମଜି ମୋଟର ନିଜର କାରର ଦାମ ବଢାଇବା ପାଇଁ କହିସାରିଛନ୍ତି ।

ଫ୍ୟାଷ୍ଟଟ୍ୟାଗ ଲଗାଇବା ବାଧ୍ୟତାମୂଳକ

କହିଦେଉଛୁ କି ୧ ଜାନୁଆରୀ ୨୦୨୧ରୁ ସମସ୍ତ କାରରେ ଫ୍ୟାଷ୍ଟଟ୍ୟାଗ ଲଗାଇବା ନିୟମକୁ ବାଧ୍ୟତାମୂଳକ କରି ଦିଆଯାଇଛି । ବିନା ଫ୍ୟାଷ୍ଟଟ୍ୟାଗରେ ଯଦି କୌଣସି ଗାଡି ଟୋଲ ଗେଟ ପାର କରୁଛି ତେବେ ଗାଡିର ଡ୍ରାଇଭରକୁ ଦୁଇ ଗୁଣା ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ସମସ୍ତ ଟୋଲ ପ୍ଲାଜାରେ ୮୦ % ଲାଇନରେ ଫ୍ୟାଷ୍ଟଟ୍ୟାଗ ଓ ୨୦ % ଲାଇନରେ ଟଙ୍କା ବ୍ୟବହାର କରାଯାଉଛି ।

ଲ୍ୟାଣ୍ଡଲାଇନରୁ ମୋବାଇଲଲୁ ଫୋନ କରିଲେ ଲଗାଇବାକୁ ପଡିବ ୦

୧ ଜାନୁଆରୀ ପର ଠାରୁ ଯଦି ଆପଣ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ୦ ବ୍ୟବହାର କରିବାକୁ ପଡିବ । ବିନା ୦ରେ ଫୋନ ଲାଗିବ ନାହିଁ ।

ମ୍ୟୁଚାଆଲ ଫଣ୍ଡରେ ନିବେଶ କରିବାର ନିୟମରେ କରାଯାଇଛି କିଛି ପରିବର୍ତ୍ତନ

SEBI ମଲ୍ଟିକ୍ୟାପ ମ୍ୟୁଚୁଆଲ ଫଣ୍ଡର ଆସେଟ ଆଲୋକେସନର ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ବର୍ତ୍ତମାନ ଫଣ୍ଡର ୭୫ %ଭାଗ ଇକ୍ବିଟିରେ ନିବେଶ କରିବା ପାଇଁ ବାଧ୍ୟ ଅଟନ୍ତି । ଯାହାକି ସର୍ବନିମ୍ନ ୬୫ ପ୍ରତିଶତ ଅଟେ । SEBI ନୂଆ ନିୟମ ଅନୁସାରେ ମଲ୍ଟିକ୍ୟାପ ଫଣ୍ଡର ଷ୍ଟ୍ରକରେ ପରିବର୍ତ୍ତନ ହେବ ।

ୟୁପିଆଇ ପେମେଣ୍ଟରେ ହେବ ପରିବର୍ତ୍ତନ

୧ ଜାନୁଆରୀରୁ ଯଦି ଆପଣ ୟୁପିଆଇ ଜରିଆରେ ପେମେଣ୍ଟ କରୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ମହଙ୍ଗା ହୋଇଯିବ । ଥାର୍ଡ ପାର୍ଟି ତରଫରୁ ବ୍ୟବହାର କରାଯାଉଥିବା ଆପ୍ସ ଉପରେ ଏକ୍ସଟ୍ରା ଚାର୍ଜ ଲଗାଇବା ପାଇଁ ଘୋଷଣା କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ତରଫରୁ ଏହି ନିଷ୍ପତି ନିଆଯାଇଛି ।

ଜିଏସଟି ରିଟର୍ନ ନିୟମରେ ବି ପରିବର୍ତ୍ତନ

କହିଦେଉଛୁ କି ଛୋଟ ବ୍ୟବସାୟୀଙ୍କୁ ସରଲ, ତ୍ରୈମାସିକ ଗୁଡ୍ସ ଓ ସର୍ଭିସ ଟ୍ୟାକ୍ସ ରିଟର୍ନ ଫାଇଲିଂର ସୁବିଧା ମିଳିବ । ନୂଆ ନିୟମ ଅନୁସାରେ ଯେଉଁ ବ୍ୟବସାୟଙ୍କ ଟର୍ନଓଭର ୫ କୋଟି ଟଙ୍କାରୁ ବି କମ ଅଟେ ସେମାନଙ୍କୁ ପ୍ରତି ମାସରେ ରିଟର୍ନ ଦାଖଲ କରିବାକୁ ପଡିବ ନାହିଁ । ନୂଆ ନିୟମ ଅନୁସାରେ ଟ୍ୟାକ୍ସଦେଉଥିବା ବ୍ୟକ୍ତିମାନଙ୍କୁ ମାତ୍ର ୮ ରିଟର୍ନ ଦେବାକୁ ପଡିବ । ଏହା ଅମଧ୍ୟରେ ୪ ଜିଏସଟିଆର ୩ ବି ଓ ୪  ଜିଏସଟିଆର ୧ ପରିବର୍ତ୍ତନ କରିବାକୁ ପଡିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।