ପିଲାବେଳରୁ ବଡ ହେବା ପର୍ଯ୍ୟନ୍ତ ଆପଣ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ପରୀକ୍ଷା ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ଏହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ।
ଅନେକ ସମୟରେ ଇଣ୍ଟରଭିୟୁରେ ସାଧାରଣ ଜ୍ଞାନର ପ୍ରଶ୍ନ ସବୁ ପଚରା ଯାଏ ଯାହା କି ଆମ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସେହିଭଳି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ନେଇ ଆସିଛୁ । ଯାହା କି ଆଇଏସ ପରୀକ୍ଷାରେ ମଧ୍ୟ ଅନେକ ସମୟରେ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।
1. ଟ୍ରେନର ଶୌଚାଳୟରେ ପାଣି କେଉଁଠୁ ଆସେ? – ଟ୍ରେନ୍ କମ୍ପାର୍ଟମେଣ୍ଟ ବଗି ଉପରେ ଏକ ଟ୍ୟାଙ୍କ ଥାଏ
2. ଟେଷ୍ଟରେ ତ୍ରି ଶତକ ହାସଲ କରିଥିବା ଭାରତର ଏକମାତ୍ର କ୍ରିକେଟର କିଏ? – ବିରେନ୍ଦ୍ର ସେହୱାଗ
3. ଭାରତ ଦ୍ବାରା ଆରମ୍ଭ ହୋଇଥିବା ପ୍ରଥମ ସମ୍ପୂର୍ଣ୍ଣ ଶିକ୍ଷାଗତ ଉପଗ୍ରହ କେଉଁଟି? – ଏଡୁସାଟ
4. କେବେଠାରୁ SAARC ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (SAFTA) ଲାଗୁ ହୋଇଛି? – 1 ଜାନୁଆରୀ 2006
5. ଭାରତର ଜାତୀୟ ଫୁଲ କେଉଁଟି? – ପଦ୍ମ ଯାହାର ଇଂରାଜୀ ନାମ ଲୋଟସ୍ ଅଟେ
6. ଆଫ୍ରିକାର କେଉଁ ରାଷ୍ଟ୍ର ପ୍ରଥମେ ସ୍ୱାଧୀନତା ପାଇଲା? – ଘାନା
7. ଡିଏଗୋ ମାରାଡୋନାଙ୍କ ନାମ କେଉଁ ଖେଳ ସହିତ ଜଡିତ? – ଫୁଟବଲ୍
8. ଭାରତ କେଉଁଠାରେ ଏବଂ କେବେ ଏହାର ପ୍ରଥମ ‘ପରମାଣୁର ପରୀକ୍ଷା କରିଥିଲା ?
– ପୋଖରାନ୍, 1974
9. କେଉଁ କ୍ଷେପଣାସ୍ତ୍ର ପ୍ରଥମେ ଭାରତ ଦ୍ୱାରା ପରୀକ୍ଷଣ କରାଯାଇଥିଲା ? – ପୃଥିବୀ ମିସାଇଲ
10. ଜାତୀୟ ସଂଗୀତର ସମୟ ସୀମା କ’ଣ ? – 52 ସେକେଣ୍ଡ
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।