Vastu Shastra- କେଉଁବି ଗୁରୁବାର ଦିନ କରି ଦିଅନ୍ତୁ ଏହି ଉପାୟ, ତାପରେ ଦେଖନ୍ତୁ କେମିତି ହେଉଛି ବିଜିନେସ, ଚାକିରି, ବର୍ଷିବ ଧନ

ଆମର ଭାରତ ବର୍ଷରେ ବାର ମାସରେ ୧୩ର ପର୍ବ ପଡିଥାଏ । ସେହି ସମସ୍ତ ପର୍ବ ପର୍ବାଣିରେ ଆମକୁ ବହୁତ ପ୍ରକାର ନୀତି ନିୟମ ମଧ୍ୟ କରିବାକୁ ପଡିଥାଏ । ଯଦି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା କିଛି ନୀତି ନିୟମ ବିଷୟରେ କହିବୁ ତେବେ ଏହା ଦ୍ଵାରା ଆମ ଜୀବନରେ ଉନ୍ନତି ପରିଲିକ୍ଷିତ ହୋଇଥାଏ । ସେହିଭଲି ଜୀବନରେ କିଛି ଦାନ ଧର୍ମ କରିଥିଲେ ମଧ୍ୟ ମନକୁ ବହୁତ ଶାନ୍ତି ମିଳିଥାଏ । କହିବାକୁ ଗଲେ ଗୁରୁବାର ଦିନ ଗୁରୁ ବୃହସ୍ପତିଙ୍କର ଦିନ ଅଟେ ।

ଏହି ଦିନରେ ଯଦି ଆପଣ କଦଳୀ ଦ୍ଵାରା କିଛି ଉପାୟ କରୁଛନ୍ତି ତେବେ ଏହି ଦିନ ଆପଣଙ୍କ ପାଇଁ ଚମତ୍କାରୀ ଦିନ ହୋଇପାରେ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କ ବୈବାହିକ ଜୀବନରେ ଝଗଡା ସୃଷ୍ଟି ହେଉଛି ତେବେ ଆପଣ କଦଳୀ ଖାଆନ୍ତୁ ନାହିଁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।

ଗୁରୁବାର ଦିନ କଦଳୀ ଖାଇବା ଉଚିତ ନୁହେଁ ତଥା ଓଷା କରିଥିଲେ ମଧ୍ୟ ସେବନ କରିବା ଉଚିତ ନୁହେଁ । ବୈବାହିକ ଜୀବନ ଓ ଭାଗ୍ୟର ସ୍ୱାମୀ ବୃହସ୍ପତି ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ କଦଳୀ ଗ୍ରହଣ କରନ୍ତୁ ନାହିଁ । ଏହା ସହିତ ଯଦି ଆପଣଙ୍କର ଜୀବନରେ ବହୁତ ସମସ୍ୟା ଚାଲିଛି ତେବେ ଗୁରୁବାର ଦିନ କଦଳୀର ଦାନ କରନ୍ତୁ  । କିନ୍ତୁ ପ୍ରଥମେ ଆପଣଙ୍କ ବୃହସ୍ପତି କିପରି ଅଛି ପ୍ରଥମେ ଦେଖିବାକୁ ପଡିବ ନଚେତ ବିନା କାରଣରେ କଦଳୀ ଦାନ କରିବା ଦ୍ୱାରା ଗୁରୁ ମଜବୁତ ଥିଲେ କମଜୋର ହୋଇଯିବାର ସମ୍ଭାବନା ଅଛି ।

କୌଣସି ଗୁରୁବାର ଦିନ ହଳଦିଆ ଜିନିଷ କାହା ଠାରୁ ଦାନ ଆକାରରେ ଗ୍ରହଣ କରନ୍ତୁ ନାହିଁ । ଏହା ସହିତ ଗୁରୁବାର ଦିନ କାହା ଠାରୁ ହଳଦୀ ଉଧାର ଆଣନ୍ତୁ ନାହିଁ କି ଦାନ ବି କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କଦଳୀର କିପରି ପ୍ରୟୋଗ କରିବା ଦ୍ୱାରା ଲାଭ ହୋଇଥାଏ । ପ୍ରଥମେ ଆପଣ ଦୁଇଟି କଦଳୀ ନିଅନ୍ତୁ । ଆପଣ ଯେତେବେଳେ ବି ପୂଜା ପାଠ କରୁଛନ୍ତି ତେବେ ଯୋଡ଼ା ସଂଖ୍ୟକ କଦଳୀ ବ୍ୟବହାର କରନ୍ତୁ । ଏହା ସହିତ ଆମେ ଧନ ଉପାର୍ଜନ ପାଇଁ ବହୁତ ପରିଶ୍ରମ କରନ୍ତୁ ।

ଏହା ସହିତ ଧନ ଲାଭ ପାଇଁ ଗୁରୁବାର ଦିନ ସକାଳୁ ଉଠି ଗାଧୋଇ ସାରି ଦୁଇଟି ହଳଦିଆ କଦଳୀ ହିଁ ନିଅନ୍ତୁ । ଗୋଟିଏ କଦଳୀ ଉପରେ ସିନ୍ଦୁର ସାହାଯ୍ୟରେ ସ୍ୱସ୍ତିକ ଚିହ୍ନ କରନ୍ତୁ ଓ ଅନ୍ୟ କଦଳୀ ଉପରେ ଆପଣଙ୍କ ନାଁ ଲେଖନ୍ତୁ । ଏହା ପରେ ଘରର ପୂଜା ଘରେ ଗୋଟିଏ ମାଟିର ଦୀପ ଜାଳି ସେଥିରେ ଦୁଇଟି ଲବଙ୍ଗ ପକାନ୍ତୁ । ତେଲରେ ଲବଙ୍ଗ ଏମିତି ପକେଇବେ ଯେମିତି ତାହା ନ ଜଳିଯିବ । ଏହା ପରେ ଭଗବାନ ବିଷ୍ଣୁଙ୍କ ପ୍ରସନ୍ନ କରିବା ପାଇଁ ‘ଓଁ ନମଃ ଭାଗବତେ ବାସୁଦେବାୟ’ ମନ୍ତ୍ରର ଜପ କରନ୍ତୁ ଓ ନିଜର ଯାହା ବି ମନସ୍କାମନା ଅଛି ତାହା କୁହନ୍ତୁ ।

ଆପଣ ଶୋଇ ଯାଅନ୍ତୁ ତାପର ଦିନ ସକାଳୁ ଉଠି ପୂଜା ଘରେ ରଖିଥିବା କଦଳୀକୁ ଆଣି ନିଜ ଚାରି ପଟେ ୭ ଥର ବୁଲାଇ ଦିଅନ୍ତୁ । ଏହା ପରେ ଦୁଇଟି କଦଳୀକୁ ଅଲଗା କରି ଦିଅନ୍ତୁ । ସ୍ୱସ୍ତିକ ଲେଖା ହୋଇଥିବା କଦଳୀକୁ କୌଣସି ଗାଈକୁ ଖାଇବାକୁ ଦେଇ ନିଜ ମନସ୍କାମନା କୁହନ୍ତୁ ଓ ଅନ୍ୟ କଦଳୀ ଯାହା ଉପରେ ନିଜ ନାଁ ଲେଖିଥିଲେ ତାକୁ ଖାଇ ଦିଅନ୍ତୁ । ଏହି ପରି ପାଞ୍ଚ ଗୁରୁବାର କରନ୍ତୁ ଦେଖିବେ ନିଶ୍ଚିତ ରୂପରେ ଶୁଭ ଫଳ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।