ଓଲିଉଡରେ ଆସିଲା ପୁଣି ଏକ ଦୁଃଖଦ ଖବର, କରୋନାରେ ଏହି ଫେମସ ଓଡିଆ ଅଭିନେତାଙ୍କର ହେଲା ଦେହାନ୍ତ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ ତ ଜାଣନ୍ତି 2020 ବର୍ଷ ଯେମିତି ବଲିଉଡ ର ଅନେକ କଳାକାରଙ୍କ ପାଇଁ ଦୁଃଖଦ ପ୍ରମାଣିତ ହୋଇଛି ଠିକ ସେହିପରି ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ । ଚଳିତ ବସ ଗୋଟିଏ ପରେ ଗୋଟିଏ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଟ ଅଭିନେତାଙ୍କର ଦେହାନ୍ତ ହୋଇ ଗଲାଣି । ବର୍ତ୍ତମାନ ଅଲିଉଡ ରୁ ଆଉ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ଓଲିଉଡ ର ଜଣେ ଫେମସ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକ ଗତକାଲି ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ଏବଂ ସୂଚନା ଅନୁସାରେ ସେ କରୋନା ରେ ମୃତ୍ୟୁ ବରଣ କରିଛନ୍ତି ।

ନିଜ ଅଭିନୟ କ୍ଯାରିୟରେ ଜୀମୂତ ଅନେକ ଫିଲ୍ମ ଓ ଧାରାବାହିକ ରେ ଅଭିନୟ କରିଛନ୍ତି । ତାଙ୍କ ଆକଟିଂ କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଜୀମୂତ ଅଧିକ ଫିଲ୍ମ ରେ ନଜର ଆସୁ ନଥିଲେ ମଧ୍ୟ କିଛି ଦିନ ପୂର୍ବରୁ ନୂଆ କରି ପ୍ରସାରିତ ହେଉଥିବା ମହାଦେବୀ ଧାରାବାହିକ ରେ ନଜର ଆସୁଥିଲେ ।

ସେ ହଠାତ କରୋନା ରେ ଆକ୍ରାନ୍ତ ହେବା କାରଣରୁ ତାଙ୍କୁ ହସ୍ପିଟଲ ରେ ଭର୍ତ୍ତି କରା ଯାଇଥିଲା । ଖବର ଅନୁସାରେ ଗତକାଲି ତାଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କର ଦେହାନ୍ତ ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଶୋକର ବାଦଲ ଖେଳି ଯାଇଛି । ଓଡିଶାର ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ଶୋକ ପ୍ରକାଶ କରିଛନ୍ତି ।

ଜୀମୂତ ପୂର୍ବରୁ ଖଳନାୟକ ଓ ହାସ୍ୟ ଅଭିନେତା ଭାବେ ଅଭିନୟ କରି ସାରିଛନ୍ତି । ଜୀମୂତ ଙ୍କ ଆକଟିଂ ଯେତିକି ସୁନ୍ଦର ସେ ମଧ୍ୟ ଲୋକ ହିସାବରେ ବହୁତ ଭଲ ମଣିଷ ବୋଲି ସମସ୍ତେ କୁହନ୍ତି । ଏମିତିରେ ଜୀମୂତ ଙ୍କର ହଠାତ ବିୟୋଗ ଓଲିଉଡ ଜଗତ ପାଇଁ ଏକ ଶୂନ୍ୟାସ୍ଥାନ ସୃଷ୍ଟି କରିଛି । ତେବେ ଭଗବାନଙ୍କ ନିକଟରେ ଆମର କେବଳ ଏତିକି ପ୍ରାର୍ଥନା ସେ ଜୀମୂତ ଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ।