ଏହି 10 ଟି ଅଭ୍ୟାସ ଥିବା ମହିଳାମାନଙ୍କ ଉପରେ ମାଲଷ୍ମୀ ଢାଳନ୍ତି ( ଟଙ୍କା ପଇସା )

ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଇଥାଏ । ମାତା ଲକ୍ଷ୍ମୀ କେବଳ ସେହି ବ୍ୟକ୍ତି ମାନଙ୍କ ମନସ୍କାମନା ପୁରଣ କରିଥାନ୍ତି ଯାହାଙ୍କ ମଧ୍ୟରେ କିଛି ଖାସ ଅଭ୍ୟାସ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ୧୦ ଟି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହାକୁ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡ଼ିକ ବିଷୟରେ ।

୧:- ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ଭାବରେ ପୂଜା କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରିଥାନ୍ତି । ଏହି ମହିଳା ମାନେ ବାକି ମହିଳା ମାନଙ୍କ ତୁଳନାରେ ବହୁତ ସକରାତ୍ମକ ଚିନ୍ତାଧାରାର ହୋଇଥାନ୍ତି । ନିୟମିତ ପୂଜା କରିବା ହେତୁ ଏହି ମହିଳା ମାନଙ୍କ ମନ ପବିତ୍ର ହୋଇଥାଏ ।

୨:- ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ବ୍ରତ ପାଳନ କରୁଥିବା ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସଦା ସର୍ବଦା ରହିଥାଏ । ଏହି ମହିଳାମାନେ ମାତା ଲକ୍ଷ୍ମୀ ଙ୍କ ପାଇଁ ଭୋଗବିଳାସ ତ୍ୟାଗ କରିଥାନ୍ତି । ଏମାନଙ୍କ ବଳିଦାନ ଦେଖି ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୩:- ଘରେ ଥିବା କନ୍ୟା ସନ୍ତାନକୁ ବହୁତ ଗେହ୍ଲା କରୁଥିବା ମହିଳାମାନଙ୍କୁ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି । କାରଣ ଶିଶୁ କନ୍ୟାଙ୍କ ଭିତରେ ସ୍ଵୟଂ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

୪:- ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ନାମରେ ଘିଅ ର ଦୀପ ଲଗାଇଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କ ସବୁ ମନସ୍କାମନା ପୂରଣ କରିଥାନ୍ତି ।

୫:- ଯେଉଁ ମହିଳାମାନେ ଗୁରୁବାର ଦିନ ଆମିଷ ଖାନ୍ତି ନାହିଁ ଏବଂ ଘରେ ରୋଷେଇ କରନ୍ତି ନାହିଁ ତାଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ ।

୬:- ଗୁରୁବାର ଦିନ ଦାନ ଧର୍ମ କରିବା ଶୁଭ ହୋଇଥାଏ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଙ୍କ ଦୃଷ୍ଟି ରହିଥାଏ । ଏବଂ ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ।

୭:- ବୟସ୍କ ବୃଦ୍ଧା ଙ୍କୁ ସମ୍ମାନିତ କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ସବୁବେଳେ ଖୁସିରେ ରଖିଥାନ୍ତି ।

୮:- ଘରର ସଦସ୍ୟ ମାନଙ୍କ ଯତ୍ନ ନେଉଥିବା ଏବଂ ଘରର ଉନ୍ନତି କରୁଥିବା ମହିଳାମାନେ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇଥାନ୍ତି । ଏପରି ମହିଳା ମାନଙ୍କ ଜୀବନରେ ମାତା ଲକ୍ଷ୍ମୀ ଧନର ଅଭାବ କେବେ ବି କରନ୍ତି ନାହିଁ ।

୯:- ପରିବାର ସହିତ ବାନ୍ଧିହୋଇ ରହୁଥିବା ମହିଳା ମାନେ ମାତା ଲକ୍ଷ୍ମୀ ଙ୍କ ବହୁତ ପ୍ରିୟ ହୋଇଥାନ୍ତି ।

୧୦:- ମାତା ଲକ୍ଷ୍ମୀ ଙ୍କ ପୂଜା ପାଠ କରୁଥିବା ମହିଳାମାନଙ୍କ ଉପରେ ସଦା ସର୍ବଦା ମାତା ଲକ୍ଷ୍ମୀ ନିଜର କୃପା ବର୍ଷା କରିଥାନ୍ତି । ଏବଂ ତାଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୁର କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।