ଗାଧୋଇ ସାରିବା ପରେ କରିବା କଥା ନୁହେଁ ଏହି ସବୁ କାମ, ପଡିବେ ବଡ ଅସୁବିଧାରେ

ଶାସ୍ତ୍ର ଅନୁସାରେ ସବୁ ଜିନିଷକୁ କରିବାର ଏକ ସଠିକ ନିୟମ ଓ ସମୟ ଥାଏ । ଆମକୁ ସେହି ନିୟମ ଓ ସମୟକୁ ଆଧାର କରି ସମସ୍ତ କାମ କରିବା ଉଚିତ । ଯେମିତି କି ଗାଧୋଇବା ପରେ ଏମିତି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ । ଏହା ଦ୍ଵାରା ଭବିଷ୍ୟତ ଜୀବନ ଉପରେ କୁ ପ୍ରଭାବ ପଡିଥାଏ । ସମସ୍ତେ ଗାଧୋଇ ସାରିବା ପରେ ତର ବର ହୋଇ ସକାଳର ଜଳଖିଆ ଖାଇ କାମକୁ ବାହାରି ଯାଉ । ପୁରୁଷ ହେଉ କିମ୍ବା ମହିଳା ହେଉ ଗାଧୋଇବା ପରେ ଏହି ସବୁ ଭୁଲ କେବେ ବି କରିବା ଅନୁଚିତ । ଏହି ଛୋଟ ଭୁଲ ପାଇଁ ଆମ ଜୀବନରେ ଆର୍ଥିକ ସମସ୍ୟା ଛଡା ସ୍ୱାସ୍ଥ୍ୟ ଗତ ସମସ୍ୟାର ବି ସମ୍ମୁଖୀନ ହୋଇ ପାରନ୍ତି । ଆସନ୍ତୁ ଜାଣିବା ଏପରି କିଛି ନିୟମ ବିଷୟରେ ।

ପ୍ରଥମେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ କାରଣ ଏହି ଦିଗକୁ ୟମରାଜଙ୍କୁ ସମର୍ପିତ ଅଟେ । ଯେତେବେଳେ ଆମେ କୌଣସି ଅଶୁଭ କାର୍ଯ୍ୟ କରିଥାଉ ଯେମିତି କି ମୂର୍ତ୍ତ ବ୍ୟକ୍ତିମାନଙ୍କ କ୍ରିୟା କର୍ମ କରିବା ବେଳେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରିଥାଉ । ସେଥିପାଇଁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରନ୍ତୁ । ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଶୁଭ ହୋଇଥାଏ । ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ନିଶ୍ଚିତ ରୂପରେ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦିନଟି ଭଲରେ କଟିବ ।

ସ୍ନାନ ସରିବା ପରେ ବାଲ୍ଟିରେ ଗାଧୋଇବା ପାଣି ରଖନ୍ତୁ ନାହିଁ । ଆପଣ ବାଲ୍ଟିରେ ସଫା ପାଣି ରଖନ୍ତୁ । ଏହା ଛଡା କିଛି ଲୋକ ଅଛନ୍ତି ଗାଧୋଇବା ପରେ ବାଲ୍ଟିକୁ ଓଲଟାଇ ରଖି ଦିଅନ୍ତି, ଯାହାକି ଭୁଲ ଅଟେ । ଏହିଭଳି କରିବା ଦ୍ୱାରା ଆପଣଙ୍କ ଧନ ସଞ୍ଚୟରେ ବାଧା ଆସିଥାଏ। ସେଥିପାଇଁ ଗାଧୁଆ ଘରେ ବାଲ୍ଟିରେ ପାଣି ଫୁଲ କରି ରଖନ୍ତୁ ।

କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଗାଧୋଇବା ପରେ ଓଦା ଲୁଗାକୁ ବାଥରୁମରେ ରଖି ଦେଇ ଚାଲି ଆସନ୍ତି । ଯାହାକୁ ଏକ ଖରାପ ଅଭ୍ୟାସ ଅଟେ । ଯେଉଁ ଲୋକମାନଙ୍କ ଜାତକରେ ରାହୁ ଦୋଷ ଅଛି ସେମାନଙ୍କ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ଗାଧୋଇ ସରିବା ପରେ ଓଦା ଲୁଗା କିମ୍ବା ପାଲଟା ଲୁଗାକୁ ସୁଖାଇ ଦେବା ଉଚିତ ।

ଗାଧୋଇବା ସମୟରେ ଚପଲ ପିନ୍ଧି ଗାଧୋଇବା ଅଶୁଭ ହୋଇଥାଏ । ଏହା ଦ୍ୱାରା ଧନ ହାନି ହୋଇଥାଏ । ଗାଧୋଇବା ସମୟରେ ପ୍ରଥମ ପାଣି ପାଦରେ ପକାଇ ଗାଧୋଇବା ଶୁଭ ଅଟେ । କିନ୍ତୁ ଗାଧୋଇବା ପରେ ପାଦରେ ପାଣି ପକାଇବା ଅନୁଚିତ ।

ଗାଧୋଇବା ବେଳେ କେବେ ବି ଚୁପଚାପ ସ୍ନାନ କରନ୍ତୁ ନାହିଁ । ଗାଧୋଇବା ବେଳେ କୌଣସି ମନ୍ତ୍ର କିମ୍ବା ଗୀତ ଗାଇ ଗାଧୋଇବା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ । ପୁରା ଦିନଟି ଭଲରେ ବି କଟିଥାଏ । ଗାଧୋଇ ସାରିବା ପରେ ନଖ କାଟିବା କିମ୍ବା ସେଭିଙ୍ଗ ହେବା ଅନୁଚିତ । ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାର ହୋଇଥାଏ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ ।

ଗାଧୋଇ ସାରିବା ପରେ ଓଦା ଲୁଗାରେ ଠାକୁର ପୂଜା କରିବା ଅନୁଚିତ । ଏହା ଦ୍ଵାରା ଆମର ସମସ୍ତ ପୁଣ୍ୟ କର୍ମ ପାପ କର୍ମରେ ପରିଣତ ହୋଇଯାଏ । କିନ୍ତୁ ଓଦା ଲୁଗାରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଶୁଭ ଅଟେ ।

ଗାଧୋଇ ସାରିବା ପରେ ସଂଗେ ସଂଗେ ସିନ୍ଦୁର ଲଗାଇବା କିମ୍ବା ସଜବାଜ ହେବା ଅଶୁଭ ଅଟେ । ନାରୀମାନେ ଗାଧୋଇସାରି ଖାଲି ପେଟରେ ସିନ୍ଦୁର ଲଗାଇବା କିମ୍ବା ସଜ ବାଜ ହେବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଉପରେ କୁ ପ୍ରଭାବ ପଡିଥାଏ । ସେଥିପାଇଁ ଗାଧୋଇବା ପରେ ପୂଜା କରନ୍ତୁ । ଏହା ପରେ ପାଟିରେ ଲୁଣ କିମ୍ବା କିଛି ଶୁଖିଲା ଖାଦ୍ୟ ଖାଇ ସିନ୍ଦୁର ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଆୟୁଷ ବଢିଥାଏ ।

କିନ୍ତୁ ମନେ ରଖନ୍ତୁ ଗାଧୋଇବା ପରେ ସଙ୍ଗେ ସ୍ନାଗେ ମୁଢି ଖାଆନ୍ତୁ ନାହିଁ । ଏହା ଅଶୁଭ ଅଟେ । ଗାଧୋଇବା ପରେ ଅଗ୍ନି ସ୍ପର୍ଶ ବା ରୋଷେଇ କରନ୍ତୁ ନାହିଁ । ଯଦି କରୁଛନ୍ତି ତେବେ ପାଟିରେ ଟିକେ ଲୁଣ ଖାଇ କରନ୍ତୁ । ଏହା ଦ୍ୱାରା ଗୃହରେ ଖାଦ୍ୟର ଅଭାବ ଦେଖାଯିବ ନାହିଁ । ସୂର୍ଯ୍ୟ ଅସ୍ତ ସମୟରେ ଗାଧୋଇବା ବହୁତ ବଡ଼ ଭୁଲ ହୋଇଥାଏ । କିନ୍ତୁ ସୂର୍ଯ୍ୟ ଅସ୍ତ ହୋଇ ସାରିବା ପରେ ଗାଧୋଇ ପାରିବେ । ଗାଧୋଇ ସାରିବା ପରେ ଏହି ସବୁ ନିୟମ ମାନିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।