ଡ୍ୟାନ୍ସ କରୁଥିବା ସମୟରେ Nora Fatehi କଲେ କିଛି ଏମିତି କି ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ

ବଲିଉଡ ର ଡ୍ୟାନ୍ସ କୁଇନ ନୋରା ଫତେହି ଆଜିକାଲି ବହୁତ ଚର୍ଚ୍ଚା ରେ ରହୁଛନ୍ତି । ନିକଟରେ ନୋରା ଫତେହି ସୋନି ଟିଭି ର ଡାନ୍ସ ରିଆଲିଟି ଶୋ ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର୍ କୁ ଜଜ କରୁଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ତାଙ୍କର ଲୋକପ୍ରିୟତା ଆହୁରି ବଢି ଯାଇଛି । ଏବେ ନୁରା ଫତେହିଙ୍କ ଏକ ଭିଡିଓ ମଧ୍ୟ ଇଣ୍ଟରନେଟରେ ତୀବ୍ର ବେଗରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ ହାର୍ଡ଼ି ସନ୍ଧୁ ଙ୍କ ଗୀତ ନାଃ ରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଏଥିରେ ନୋରା ଙ୍କ ଅନ୍ଦାଜ ଦେଖିବା ଭଳି ହୋଇଛି ଓ ତାଙ୍କ ଡାନ୍ସ ର ସମସ୍ତେ ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ନୋରା ଫତେହିଙ୍କ ଏହି ଡାନ୍ସ ଭିଡିଓ କୁ ମୁମ୍ବାଇ ଡ୍ୟାନ୍ସର ର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରାଯାଇଛି । ନୋରା ଙ୍କ ଡାନ୍ସ ମୁଭ୍ ଗୁଡିକ ଭିଡିଓ ରେ ବହୁତ ଜବରଦସ୍ତ ଲାଗୁଛି ଓ ତାଙ୍କର ଏହି ଡାନ୍ସ କୁ ଅନେକ ଥର ଲୋକ ଦେଖି ମଧ୍ୟ ସାରିଲେଣ । ଭିଡିଓରେ ତାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେବା ସହ କମେଣ୍ଟ ମଧ୍ୟ କରୁଛନ୍ତି । ନୋରା ଙ୍କ ଇନଷ୍ଟାଗ୍ରାମ ରେ ୭.୫ ମିଲିୟନ ଫଲୋଅର୍ସ ଅଛନ୍ତି ।

ବଲିଉଡ ର ଏହି ଫେମସ ବେଲି ଡ୍ୟାନ୍ସର ନିକଟରେ ବିଚ ରେ ଡ୍ୟାନ୍ସ କରୁଥିବାର ଆଉ ଏକ ଭିଡିଓ ମଧ୍ୟ ଭାଇରଲ ହୋଇଥିଲା । ଏହି ଭିଡିଓରେ ନୋରା ସମୁଦ୍ର ଉପକୂଳରେ ଡାନ୍ସ କରୁଥିବାର ଦେଖିବାକୁ ପାଇବେ । ଏହି ଭିଡିଓରେ ମଧ୍ୟ ସେ ଜବରଦସ୍ତ ଡାନ୍ସ କରୁଥିବାର ଦେଖି ପାରିବେ । ସେଥିରେ ସେ ନିଜ ବନ୍ଧୁ ଙ୍କୁ ମଧ୍ୟ ଡାନ୍ସ ଶିଖାଉଛନ୍ତି ।

 

View this post on Instagram

 

Teaching Marce some moves on the beach 🏝😍💃🏾😄 @marcepedrozo

A post shared by Nora Fatehi (@norafatehi) on

ଏହିପରି ନୋରା ଙ୍କ ଡାନ୍ସ ଭିଡିଓ ସମୟ ସମୟରେ ଭାଇରଲ ହେଉଥିବାର ଦେଖି ପାରୁଥିବେ । ଆଉ ଏକ ଭାଇରଲ୍ ଭିଡିଓ ରେ ନୋରା , ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କୁ ମଧ୍ୟ ଡାନ୍ସ ଶିଖାଉଥିବାର ଦେଖିବାକୁ ପାଇ ପାରିବେ । ଭିଡିଓରେ ଦୁହିଁଙ୍କର ଅଣ୍ଟା ଭଙ୍ଗୀ ଶୈଳୀ ବହୁତ ମଜାଦାର ଓ ମସ୍ତିଭରା ଲାଗୁଥିଲା । ଭିଡିଓ ଟି ରେ ନୋରା ତାଙ୍କ ନିଜ ଗୀତ ଦିଲବର୍ ର ଡାନ୍ସ ଶ୍ରଦ୍ଧା ଙ୍କୁ ଶିଖାଉଥିବାର ଦେଖିବାକୁ ମିଳିଥିଲା ।

ତାଙ୍କ ପ୍ରଶଂସକ ମାନେ ମଧ୍ୟ ଦୁଇ ଜଣଙ୍କର ମନଭରି ପ୍ରଶଂସା କରିଥିଲେ । ଆଗକୁ ନୋରା ଅଜୟ ଦେବଗନ୍ ଓ ସଞ୍ଜୟ ଦତ୍ତ ଙ୍କ ଫିଲ୍ମ “ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ” ରେ ନଜର ଆସିବେ । କହି ରଖୁଛୁ ଯେ ଏହି ଫିଲ୍ମ ରେ ମଧ୍ୟ ଆପଣ ଅଭିନେତ୍ରୀ ନୋରା ଫତେହି ଙ୍କୁ ଏକ ଜବରଦସ୍ତ ଆଇଟମ ଗୀତ ରେ ଡାନ୍ସ କରୁଥିବାର ଦେଖିବାକୁ ପାଇବେ । ଶୁଣିବାକୁ ମିଳୁଛି ଯେ ଏଥର ନୋରା, ମାଧୁରୀ ଦୀକ୍ଷିତ ଙ୍କ ଏକ ଗୀତକୁ ପୁନଃନିର୍ମାଣ କରୁଛନ୍ତି ।

 

View this post on Instagram

 

Aaaayyyy issa vibe 🔥 🔥 #livingmybestlife @marcepedrozo 😄😄 @myaraaindia 👒

A post shared by Nora Fatehi (@norafatehi) on

ଏହା ପୂର୍ବରୁ ନୋରା , ଅଭିନେତ୍ରୀ କୋଏନା ମିତ୍ର ଙ୍କ ଗୀତ ସାକି ସାକି ଓ ସୁସ୍ମିତା ସେନ୍ ଙ୍କ ଗୀତ ଦିଲବର୍ କୁ ମଧ୍ୟ ପୁନଃନିର୍ମାଣ କରି ସାରିଛନ୍ତି । ତା’ ସହ ଏହି ଗୀତ ଗୁଡିକରେ ନୁରା ଙ୍କ ଡ୍ୟାନ୍ସ କରିବାର ଅନ୍ଦାଜ ଓ ତାଙ୍କ ମୁଭ୍ ଗୁଡିକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରି ସାରିଛନ୍ତି । ଏହାଛଡା ସେ ଫିଲ୍ମ “ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି” ରେ ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏଥିରେ ମଧ୍ୟ ତାଙ୍କ ଡ୍ୟାନ୍ସ ମୁଭ୍ କୁ ବହୁତ ପସନ୍ଦ କରିଥିଲେ ଦର୍ଶକ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।