ନବରାତ୍ରିରେ କୌଣସି ବି ଦିନ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ, ଦରିଦ୍ରତା ଭୁଲି ଯିବ ଆପଣଙ୍କ ଘରର ରାସ୍ତା, ଛପରଫାଡି ଆସିବ ପଇସା

ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହାର ସମ୍ବନ୍ଧ କୌଣସି ବିଶେଷ ଦିନ, ବାର କିମ୍ବା ଦେବୀ ଦେବତାଙ୍କ ସହ ଜଡିତ ହୋଇଥାଏ । ଏମିତିରେ ବର୍ତ୍ତମାନ ନବରାତ୍ରି ଚାଲିଛି । ଯଦି ଆପଣ ମାତାଙ୍କ ବିଶେଷ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରିର କୌଣସି ବି ଦିନରେ ଏହା ମଧ୍ୟରୁ କୌଣସି ଗୋଟିଏ ଜିନିଷକୁ ଘରକୁ ନେଇ ଆସନ୍ତୁ ।

ଏହା ଦ୍ଵାରା କେବଳ ମାତା ଦୂର୍ଗା ପ୍ରସନ୍ନ ହେବ ନାହିଁ ଏହା ସହିତ ଘରର ସମସ୍ତ ନକାରତ୍ମକ ଶକ୍ତି ବି ଦୂରେଇ ଯିବ ଓ ଅନ୍ନ ଧନର ବି ଅଭାବ ରହିବ ନାହିଁ । ଏମିତିରେ ଆମେ ଆପଣଙ୍କୁ ଆଜି ସେହି ସମସ୍ତ ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ଯଦି ନବରାତ୍ରି ସମୟରେ ଘରକୁ ନେଇ ଆସୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ହିନ୍ଦୁ ଧର୍ମରେ ନବରାତ୍ରିକୁ ସବୁଠୁ ପବିତ୍ର ଦିନ କୁହାଯାଇଛି । ଏହି ଦିନ ଗୁଡିକରେ ଘରେ ଶାନ୍ତି ରହିବା ଦ୍ଵାରା ମାତା ପ୍ରସନ୍ନ ବି ରହିଥାନ୍ତି । କିନ୍ତୁ ଯେଉଁଠି ସବୁବେଳେ ଝଗଡା ହୋଇଥାଏ ସେଠି କେବେ ବି ଉନ୍ନତି ହୋଇ ନ ଥାଏ । କହିବାକୁ ଗଲେ ନବରାତ୍ରି ବର୍ଷକୁ ଦୁଇଥର ଆସିଥାଏ । ଏମିତିରେ ଏହି ଦିନ ଗୁଡିକରେ କିଛି ଖାସ ଉପାୟ କରି ମାତା ଦୂର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତୁ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ନବରାତ୍ରି ଦିନରେ କଳା କପଡା ଓ ଚମଡା ଦ୍ଵାରା ତିଆରି ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହା ସହିତ ଦାଢି, ନଖ କେସ କାଟିବା ଉଚିତ ନୁହେଁ ।

ପଦ୍ମ ଫୁଲ

ଆମର ହିନ୍ଦୁ ଶାସ୍ତ୍ର ଗୁଡିକରେ ପଦ୍ମ ଫୁଲକୁ ବହୁତ ମହତ୍ଵ ଦିଆଯାଇଛି । ଧନର ଦେବୀ ମାତା ଲକ୍ଷ୍ମୀ ବି ପଦ୍ମ ଫୁଲରେ ବିରଜାମାନ ଅଛନ୍ତି । ଏମିତିରେ ନବରାତ୍ରି ସମୟରେ ଯଦି ଘରେ ପଦ୍ମ ଫୁଲର କୌଣସି ଚିତ୍ର ଲଗାଯାଏ ତେବେ ଧନର କେବେ ବି ଅଭାବ ରହିବ ନାହିଁ । ଏହା ସହିତ ଶୁକ୍ରବାରକୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ କରନ୍ତି ।

ସୁନା କିମ୍ବା ଚାନ୍ଦିର ମୁଦ୍ରା

ନବରାତ୍ରିର କୌଣସି ବି ଦିନରେ ଘରେ ସୁନା କିମ୍ବା ଚାନ୍ଦିର ମୁଦ୍ରା ଯଦି ଆଣଛନ୍ତି, କିନ୍ତୁ ସେଥିରେ ଦେବୀ ଲକ୍ଷ୍ମୀ ଓ ଶ୍ରୀ ଗଣେଶଙ୍କର ଚିତ୍ର ଥିବ ଦରକାର । ପୁଣି ଏହାକୁ ନିଜର ତିଜୋରିରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ମିଳିବ ଓ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ ।

ମହାଲକ୍ଷ୍ମୀଙ୍କ ଚିତ୍ର

ନବରାତ୍ରି ସମୟରେ ଘରେ ପଦ୍ମ ଫୁଲରେ ବସିଥିବା ମାତା ଲକ୍ଷ୍ମୀଙ୍କର ଫଟୋ ଆଣନ୍ତୁ ଓ ତାଙ୍କ ହାତରୁ ଧନ ବର୍ଷା ହେଉଥିବା ଭଲୋ ଫଟୋ ଘରେ ରଖିବା ଦ୍ଵାରା ଆପଣଙ୍କ ଘର ବି ସବୁବେଳେ ଧନ ବୁଦ୍ଧି ହେଉଥିବ ।

ମୟୂର ପର

ନବରାତ୍ରି ସମୟରେ ଘରର ପୂଜା ଘରେ ମୟୂର ପର ରଖିବା ଦ୍ଵାରା ସବୁ ଶୁଭ ହୋଇଥାଏ । ଏହା ସହିତ ନକାରତ୍ମକ ଶକ୍ତି ବି ଦୂର ହୋଇଯାଏ ।

୧୬ ଶୃଙ୍ଗାର

ଘରର ମନ୍ଦିରରେ ନବ ଦୂର୍ଗାଙ୍କୁ ୧୬ ଶୃଙ୍ଗାର ଜିନିଷ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଘରେ ଧନ ଓ ସୁଖରେ ବୁଦ୍ଧି ହୋଇଥାଏ । କୌଣସି ବିବାହିତ ମହିଳାକୁ ୧୬ ଶୃଙ୍ଗାର ଜିନିଷ ନବରାତ୍ରିରେ ଦେବା ଦ୍ଵାରା ଆପଣଙ୍କର ସୋଭାଗ୍ୟରେ ବୁଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।