ଆପଣ ଯଦି ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବ୍ୟତୀତ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ କାରଣ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ବିଷୟରେ ଜାଣିବା ପରେ ଆପଣଙ୍କୁ ଆଇନା ସାମ୍ନାରେ ବସିବାକୁ ଡର ଲାଗିବ । କହିବାକୁ ଗଲେ ଆଇନା ଗୋଟିଏ ବ୍ୟକ୍ତିକୁ ସୁନ୍ଦରତାର ପରିଚୟ ଦେଇଥାଏ । ଏହା ସହିତ ବ୍ୟକ୍ତିକୁ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । କହିବାକୁ ଗଲେ ସମସ୍ତଙ୍କ ଘରେ ଆଇନା ଅଛି କାରଣ ଆଇନା ଘରର ସୁନ୍ଦରତାକୁ ବଢାଇଥାଏ ।
କହିବାକୁ ଗଲେ ଲୋକମାନେ ଆଇନାକୁ ଦେଖି ସଜବାଜ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଅତ୍ୟଧିକ ଆଇନାର ବ୍ୟବହାର ହିଁ ଆପଣଙ୍କୁ ପାଇଁ ନକାରାତ୍ମକ ଓ ଦୁର୍ଘଟଣା ଭଳି ବିଭିନ୍ନ ସମସ୍ୟା ଆଣି ଦେଇଥାଏ ।
- ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଟିଏ ଦିନରେ ଆଇନା ସାମ୍ନାରେ ନିଜ ଚେହେରାକୁ ବାରମ୍ବାର ଦେଖିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ନକାରାତ୍ମକ ଊର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ । ଏହା ଦ୍ଵାରା ଆପଣ ଧୀରେ ଧୀରେ ବର୍ବାକୁ ଚାଲି ଯାଆନ୍ତି ।
- ରାତିରେ ଏକୁଟିଆ ଆଇନା ଦେଖିବା ଉଚିତ ନୁହେଁ । କାରଣ ରାତିରେ ଆଇନାର ରୂପ କିଛି ଭିନ୍ନ ପ୍ରକାରର ଥାଏ । କାରଣ ଆଇନା ଆପଣଙ୍କୁ ଆପଣଙ୍କର ସୁନ୍ଦରତା ଦେଖାଇବା ସହିତ ନକାରାତ୍ମକ ଊର୍ଜାର ସଙ୍କେତ ବି ଦେଇଥାଏ । ଯାହା ଆପଣଙ୍କ ପାଇଁ ଭଲ ହୋଇ ନ ଥାଏ ।
- ଶୋଇବା ଘରେ କେବେ ବି ଆଇନା ରଖନ୍ତୁ ନାହିଁ । କିନ୍ତୁ ଯଦି କୌଣସି କାରଣ ବଶତଃ ଆପଣ ଆଇନା ରଖୁଛନ୍ତି ତେବେ ଏହିଭଳି ସ୍ଥାନରେ ରଖନ୍ତୁ ଯେମିତି କି ସକାଳେ ଉଠିବା ମାତ୍ରେ ଆପଣ ନିଜ ମୁହଁକୁ ଆଇନାରେ ଦେଖି ପାରିବେ ନାହିଁ । କାରଣ ଏହା ବହୁତ ଅଶୁଭ ହୋଇଥାଏ । ଏମିତିରେ ଆପଣ ରାତି ସମୟରେ ଆଇନା ଉପରେ ଏକ କପଡା ଘୋଡାଇ ରଖନ୍ତୁ ।
- ଭୁଲରେ କେବେ ବି ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ । ନଚେତ ଏହା ଆପଣଙ୍କର ବର୍ବାଦିର କାରଣ ବି ହୋଇପାରେ । କାରଣ ଭଙ୍ଗା ଆଇନା ରଖିବା ଦ୍ଵାରା ଆପଣଙ୍କର ଦୁର୍ଘଟଣା ହୋଇପାରେ ।
- ସକାଳ ସମୟରେ କେବେ ଆଇନା ଦେଖନ୍ତୁ ନାହିଁ । ସର୍ବଦା ସକାଳ ସମୟରେ ଭଗବାନଙ୍କୁ ମନେ ପକାଇ ନିଜର ଦିନ ଆରମ୍ଭ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ସକାରତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ସୁନ୍ଦରତା ଠିକ କରିବା ସହ ଭାଗ୍ୟକୁ ବି ଠିକ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଦିଗ, ପୂର୍ବ ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ କୋଣରେ ଆଇନା ରଖିବା ଦ୍ଵାରା ସକାରତ୍ମକ ଊର୍ଜାର ସଂଚାର ହୋଇଥାଏ । ଦକ୍ଷିଣ ପଶ୍ଚିମ ଦିଗରେ କେବେ ବି ଆଇନା ରଖନ୍ତୁ ନାହିଁ । ଏହା ସହିତ ଆଇନାକୁ ସର୍ବଦା ସଫା ରଖନ୍ତୁ ।ଶାସ୍ତ୍ର ଅନୁସାରେ ଗୋଲାକାର ଆଇନା ଅଶୁଭ ମଧ୍ୟ ହୋଇଥାଏ । ସେଥିପାଇଁ ଆୟତକାର ଓ ବର୍ଗାକାର ଆଇନା ଅତ୍ୟନ୍ତ ଶୁଭ ହୋଇଥାଏ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।