Unlock-4 Odisha: ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ, କରିଲେ ଏହି ବଡ ପରିବର୍ତ୍ତନ, ଏବେ ରହିବ ନାହିଁ…

ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କର ଗାଇଡଲାଇନ ଆସିସାଋଛି । ସେପ୍ଟେମ୍ବର କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଣ ଗାଇଡଲାଇଆନ ଜାରି କରିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ପ୍ରଥମେ ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିବ ଲକଡାଉନ । ଏହା ପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ ଆଣି ସାରିଛନ୍ତି । ତେବେ ବର୍ତ୍ତମାନ ଯେଉଁ ଖର ମିଳିଛି ସେଥିରେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇଆନ ଜାରି କରିଛନ୍ତି ।

ସମସ୍ତଙ୍କ ନଜର ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଆଜି ରାଜ୍ୟ ସରକାର କଣ ଗାଇଡଲାଇନ ଜାରି କରୁଛନ୍ତି ଆସନ୍ତୁ ଜାଣିବା ।

୧ ସେପ୍ଟେମ୍ବର ୨୦୨୦ ରୁ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଏହି ଗାଇଡଲାଇନ ରହିଛି । ତେବେ ଏହି ଗାଇଡଲାଇନ ରେ ସବୁଠୁ ବଡ କଥା ସାମ୍ନାକୁ ଆସିଛି ଯାହା କେନ୍ଦ୍ର ସରକାର ମଧ୍ୟ ତାଙ୍କ ଗାଇଡଲାଇନରେ କହିଥିଲେ କି, କୌଣସି ସ୍ଥାନୀୟ ଅଧିକାରୀ ବା ପ୍ରଶାସନ ଲକଡାଉନ ଜାରି କରିପାରିବେ ନାହିଁ । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ, ସିନେମା ହଲ, ସୁଇମିଂପୁଲ, ଥିୟେଟର ଓ ଅଡିଟୋରିଅମ ।

ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ନିୟମ ବଳବତ୍ତର ରହିବ । ତେବେ ସପ୍ତାହନ୍ତ ସଟଡାଉନ ଏବେ ଉଠି ଯାଇଛି । ଏହି ନୂଆ ଗାଇଡଲାଇନ ରେ ନାଇଟ କର୍ଫ୍ଯୁ ମଧ୍ୟ ଉଠିଛି ବୋଲି କୁହା ଯାଇଛି ।

ରାତ୍ରି କାଳୀନ କର୍ଫ୍ଯୁ ଉପରେ କୌଣସି ତଥ୍ୟ ଦେଇ ନାହାନ୍ତି ରାଜ୍ୟ ସରକାର । ତେବେ ୪ଟି ଜିଲ୍ଲାରେ ଥିବା ଶନିବାର ଓ ରବିବାର ସଟଡାଉନ ହଟିଲା । ସ୍କୁଲ କଲେଜ ଆଦି ବନ୍ଦ ରହିବ କିନ୍ତୁ ପରୀକ୍ଷା ଖାତା ଦେଖା ଚାଲିବ । ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକର୍ମ ବନ୍ଦ ରହିବ ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ଆପଣଙ୍କ ମତ କଣ ନିଶ୍ଚୟ କହିବେ । ବର୍ତ୍ତମାନ ସମୟରେ ସରକାର କଣ ପଦକ୍ଷପ ନେବା ଦରକାର ନିଜର ମନ୍ତବ୍ୟ ଦେବାକୁ ପଛାଇବେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।