ମିଥୁନ ରାଶିଫଳ ୨୦୧୯: ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୧୯ର ରାଶିଫଳ, ଜାଣନ୍ତୁ କଣ କହୁଛି ନୂଆ ବର୍ଷର ନୂଆ ଗ୍ରହ ଚଳନ

ରାଶିଚକ୍ରରେ ମିଥୁନ ରାଶି ତୃତୀୟ ନମ୍ବରରେ ଆସିଥାଏ । ଏହି ରାଶିର ଜାତକ ବହୁତ ଚାଲାକ ଏବଂ ସବୁକାମରେ ଉତ୍ସାହୀ ଅଟନ୍ତି । ଏମାନେ ଯେଉଁ ବ୍ୟକ୍ତି ସହ ଦେଖା କରନ୍ତି ତାଙ୍କ ସହିତ ବହୁତ ଜଲ୍ଦି ମିଶି ଯାଆନ୍ତି ।ଏମାନେ ନିଜର ବନ୍ଧୁ ଏବଂ ପରିବାର ଲୋକମାନଙ୍କ ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ମିଥୁନ ରାଶିର ଲୋକମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ହୋଇଥାଏ ଏବଂ ଏମାନେ ପଢା – ଲେଖାରେ ରୁଚି ରଖନ୍ତି । ଏମାନେ ନିଜର ଘରକୁ ସଜେଇ ରଖନ୍ତି ।

ମିଥୁନ ରାଶି ୨୦୧୯ର ରାଶିଫଳ

ମିଥୁନ ରାଶିରେ ଅନ୍ତର୍ଗତ କା, କୀ, କୂ, ଘ, ଙ, ଛ, କେ, କୋ, ହ ଅକ୍ଷରରେ ଆରମ୍ଭ ହେଉଥିବା ନାମ ଆସିଥାଏ । ଯଦି ଆପଣଙ୍କ ରାଶି ମିଥୁନ ଅଟେ ଏବଂ ଆପଣଙ୍କର ହୃଦୟ ଏବଂ ମୁଣ୍ଡରେ ଏହି ପ୍ରଶ୍ନ ବୁଲୁଥିବ କି ବର୍ଷ ୨୦୧୯ରେ ଆପଣଙ୍କର ଆର୍ଥିକ, ପାରିବାରିକ, ସ୍ୱାସ୍ଥ୍ୟ, କ୍ୟାରିୟର ଏବଂ ପ୍ରେମ ଜୀବନ କେମିତି ରହିବ ? ତେବେ ଚିନ୍ତା କରନ୍ତୁ ନାହିଁ ବୈଦିକ ଜ୍ୟୋତିଷ ଉପରେ ଆଧାରିତ ‘ବୃଷ ରାଶିଫଳ ୨୦୧୯’ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବ ।

୨୦୧୯ରେ ମିଥୁନ ରାଶିର ଆର୍ଥିକ ସ୍ଥିତି

ମାର୍ଚ ମାସରେ ଟଙ୍କାର ଅସୁବିଧା ଥିବାରୁ ନିଜର କାମରେ ସମସ୍ୟା ଆସିପାରେ । ବର୍ଷର ଆରମ୍ଭରେ କର୍ମ କ୍ଷେତ୍ରରେ  ଅସାନ୍ତି ଏବଂ ମତଭେଦ ହୋଇ ପାରେ । ଆପଣଙ୍କୁ ଆପଣଙ୍କର ଭାଗ୍ୟ ର ଭରପୁର ସହଯୋଗ ମିଳିବ । ଏହି ବର୍ଷ ଆପଣଙ୍କର ଆର୍ଥିକ ସ୍ଥିତିରେ ସମସ୍ୟା ରହିବ ।

୨୦୧୯ରେ ମିଥୁନ ରାଶିର ସ୍ୱାସ୍ଥ୍ୟ

ଏହି ବର୍ଷ ୨୦୧୯ରେ ଅଗଷ୍ଟ ଏବଂ ସେପଟେମ୍ବର  ମାସରେ ଆପଣ ଆପଣଙ୍କର ଶାରୀରିକ ବଳ ବଢାଇବାରେ ସକ୍ଷମ ରହିବେ । ଛାତ୍ରଙ୍କ ପାଇଁ ନଭେମ୍ବର – ଡିସେମ୍ବର ର ମାସ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ ନାହିଁ । ଜାନୁୟାରୀ ଏବଂ ଫ୍ରେବୃଆରୀ ମାସରେ ଶରୀର ଏବଂ ମୁଣ୍ଡ ବ୍ୟଥା ଭଳି ସମସ୍ୟା ରହିବ ।

୨୦୧୯ରେ ମିଥୁନ ରାଶିର ପାରିବାରିକ ଜୀବନ

ପରିବାର ମଧ୍ୟରେ ପ୍ରେମ ବଢିବ କିନ୍ତୁ କୌଣସି କାରଣରୁ ପାରିବାରିକ ମତଭେଦ ହେବା କାରଣରୁ ଅଶାନ୍ତି ବି ଉତ୍ପନ୍ନ ହୋଇ ପାରେ । ସନ୍ତାନ ପକ୍ଷରୁ ପ୍ରସନ୍ନତା ମିଳିବ । ବିବାହିତ ଜୀବନରେ ସେମିତି କିଛି ଭଲ ରହିବ ନାହିଁ ।

୨୦୧୯ରେ ମିଥୁନ ରାଶିର ପ୍ରେମ ଜୀବନ

ନଭେମ୍ବର ମାସରେ ନିଜର ଜୀବନ ସାଥି ସହିତ ଭଲ ସମୟ ବିତାଇବେ । ଫେବ୍ରୁୟାରୀରେ ନିଜର ଲାଇଫ ପାର୍ଟନର ସହିତ କୌଣସି ଭଲ ଜାଗାରେ ବୁଲିବାକୁ ଯାଇ ପାରନ୍ତି ।

୨୦୧୯ରେ ମିଥୁନ ରାଶିର କ୍ୟାରିୟର

ମାର୍ଚ ମାସରେ ନିଜକୁ କୌଣସି ଇଣ୍ଟରଭିୟୁ ପାଇଁ ପ୍ରସ୍ତୁତି କରିବାକୁ ପଡିବ । ଡାକ୍ତର ଏବଂ ଇଞ୍ଜିନିୟର ଭଳି ଆଦି ବିଶେଷ ଉପଲବ୍ଧି ପାଇବେ । ୨୦୧୯ରେ କ୍ୟାରିୟର ବିଜନେସରେ ଲାଭ ମିଳି ପାରେ ।

୨୦୧୯ରେ ମିଥୁନ ରାଶିର ବୈଦିକ ଉପାୟ

ଶନିବାର ଦିନ ଚଣା ଏବଂ ଗୁଡ ଦାନ କରନ୍ତୁ । ଗରିବ ଲୋକମାନଙ୍କୁ କପଡା ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରିବେ ।

୨୦୧୯ରେ ମିଥୁନ ରାଶିର ଶୁଭ ମାସ ଏବଂ ଶୁଭ ରଙ୍ଗ

ମିଥୁନ ରାଶିଙ୍କ ପାଇଁ ଅକ୍ଟୋବର ମାସ ବହୁତ ଶୁଭ ରହିବ ଏବଂ ହଳଦିଆ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ ।