ଭାରତର ପୂର୍ବ ଉତ୍ତର ରାଜ୍ୟ ମିଜୋରାମରେ ଦୁନିଆର ସବୁଠୁ ବଡ ପରିବାର ରହିଥାଏ । ୭୪ ବର୍ଷର ଜିୟୋନାଙ୍କ ଏହି ପରିବାରକୁ ଆପଣ ଏକ ସ୍ଵତନ୍ତ୍ର ସମୁଦାୟ ବୋଲି ବି କହି ପାରିବେ । ତାଙ୍କର ୩୯ ପତ୍ନୀ ଓ ୯୪ ସନ୍ତାନ ଅଛି । ମୋଟ ପରିବାରରେ ୧୮୧ ଜଣ ସଦସ୍ୟ ଅଛନ୍ତି । ସମସ୍ତେ ଏକ ବିଶାଳକାୟ ଘରେ ରୁହନ୍ତି । ଏହି ପରିବାର ଏହି ଦୁନିଆର ସବୁଠୁ ବଡ ପରିବାର ଅଟେ । ମିଜୋରାମର ଏକ ଗ୍ରାମରେ ଗୋଟିଏ ହିଁ ଛାତ ତଳେ ଏହି ପରିବାରର ସମସ୍ତ ସଦସ୍ୟଙ୍କ ବସବାସ କରିଥାଏ ।
ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସମୟରେ ଏହି ପରିବାରର ସମସ୍ତ ସଦସ୍ୟ କରୋନା ଭାଇରସ ଠାରୁ ସୁରକ୍ଷିତ ଅଛନ୍ତି । କହିବାକୁ ଗଲେ ମିଜୋରାମରେ କେବଳ ଗୋଟିଏ ହିଁ ବ୍ୟକ୍ତି କରୋନା ଭାଇରସରେ ପଜିଟିବ ମିଳିଛି । ଏମିତିରେ ସେଠି କରୋନାର କୌଣସି ଭୟ ନାହିଁ । ଏହା ସହିତ କରୋନା ଭାଇରସର କୌଣସି ପ୍ରକାରର ପ୍ରଭାବ ଏହି ପରିବାର ଉପରେ ବି ପଡି ନାହିଁ ।
ସେମାନେ ସବୁଦିନ ଭଳି ସାଧରାଣ ଜୀବନ ବ୍ୟତୀତ କରୁଛନ୍ତି ଓ ନିଜର କାମ କାର୍ଯ୍ୟରେ ଲାଗିଛନ୍ତି । କିନ୍ତୁ ଅନ୍ୟ ପଟେ ପୁରା ଦେଶର ଲୋକମାନେ କରୋନାକୁ ନେଇ ସାବଧାନ ଅଛନ୍ତି । ଏହି ପୁରା ପରିବାର ଜିୟୋନା ଚାନାର ଅଟେ । ଏଥିରେ ମୋଟ ୧୮୧ ଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ୧୦୦ ରୁମ ବିଶିଷ୍ଟ ଗୋଟିଏ ଘରେ ରୁହନ୍ତି ଓ ସମସ୍ତେ ଏକତ୍ରିତ ହୋଇ ଅଛନ୍ତି ।
ଘରର ମୁଖିଆ ଜିୟୋନା ଚାନାଙ୍କ ୩୯ ଜଣ ପତ୍ନୀ ଅଛନ୍ତି ଓ ୯୪ ଜଣ ସନ୍ତାନ ଅଛି । କିନ୍ତୁ ଏହି ପରିବାର ଏତିକି ପର୍ଯ୍ୟନ୍ତ ବି ଅଟକି ନାହିଁ । ଏଥିରେ ୧୪ ଜଣ ବୋହୁ ଓ ୩୩ ଜଣ ନାତି ନାତୁଣୀ ବି ଅଛନ୍ତି । ଏହି ପରିବାର ମିଜୋରାମର ସୁନ୍ଦର ପାହାଡ ଗୁଡିକ ମଧ୍ୟରେ ବଟୱଂଗ ଗ୍ରାମରେ ଗୋଟିଏ ବଡ ଘରେ ରୁହନ୍ତି । ଏଠି କାରୋନାର କୌଣସି ପ୍ରଭାବ ନାହିଁ ।
କହିବାକୁ ଗଲେ ଏହି ଜୀବନ ସାମାନ୍ୟ ଅଛି । ଜିୟୋନା ଚାନା ସାଧାରଣତଃ ବଢେଇ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ପରିବାର କୌଣସି ସମୁଦାୟ ଠାରୁ କମ ନୁହେଁ । ପରିବାରର କାମରେ ଆସୁଥିବା ସମସ୍ତ ଜିନିଷକୁ ସେ ନିଜେ ହିଁ ତିଆରି କରି ଦିଅନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।