ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ ଓ ଏମାନଙ୍କୁ ଉଚିତ ଟ୍ରୀଟମେଣ୍ଟ ଦେବା ଆବଶ୍ୟକ ଓ ଯେଉଁମାନେ ଏହାକୁ ଲୁଚାଇ ଅନ୍ୟମାନଙ୍କୁ ବି ସଂକ୍ରମିତ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବା ଦରକାର । ଯାହା ଦ୍ଵାରା ଲୋକମାନେ ଏହାକୁ ଲୁଚାଇବାକୁ ସାହସ କରିବେ ନାହିଁ ଓ ସଚେତନ ହୋଇ ପାରିବେ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।
୨୫ ମାର୍ଚ୍ଚ ସକାଳ ୧୨:୨୦ ପର୍ଯ୍ୟନ୍ତ ଅପଡେଟ
କରୋନାଭାଇରସ ସଂକ୍ରମଣ: ୪,୨୩,୩୩୦ (ୱାର୍ଲ୍ଡ ୱାଇଡ)
ମୃତ୍ୟୁ: ୧୮,୯୦୬
ସୁସ୍ଥ ହେଇ ସାରିଲେଣି: ୧୦୯,୧୪୬
ଟୋଟାଲ ଆକ୍ଟିଭ କେସ: ୨,୯୫,୩୧୨
ନର୍ମାଲ କଣ୍ଡିସନ: ୨,୮୨,୨୧୩ ସିରିଅସ ବା କ୍ରିଟିକଲ: ୧୩,୦୯୯
ଭାରତ ଅପଡେଟ –
କରୋନାଭାଇରସ ସଂକ୍ରମଣ: ୫୬୨
ମୃତ୍ୟୁ: ୧୦
କ୍ରମିକ ସଂଖ୍ୟା | ଦେଶ | ସଂକ୍ରମିତ ରୋଗୀ ସଂଖ୍ୟା | ମୃତ | ସୁସ୍ଥ ହେଇ ସାରିଲେଣି |
୧ | ଚିନ୍ | ୮୧୨୧୮ | ୩୨୮୧ | ୭୩୬୫୦ |
୨ | ଇଟାଲୀ | ୬୯୧୭୬ | ୬୮୨୦ | ୮୩୨୬ |
୩ | ଆମେରିକା | ୫୪୯୧୬ | ୭୮୪ | ୩୭୯ |
୪ | ସ୍ପେନ | ୪୨୦୫୮ | ୨୯୯୧ | ୩୭୯୪ |
୫ | ଜର୍ମାନୀ | ୩୨୯୯୧ | ୧୫୯ | ୩୨୯୦ |
୬ | ଇରାନ | ୨୪୮୧୧ | ୧୯୩୪ | ୮୯୧୩ |
୭ | ଫ୍ରାନ୍ସ | ୨୨୩୦୪ | ୧୧୦୦ | ୩୨୮୧ |
୮ | ଦକ୍ଷିଣ କୋରିଆ | ୯୧୩୭ | ୧୨୬ | ୩୭୩୦ |
୯ | ସୁଇଜରଲ୍ୟାଣ୍ଡ | ୯୮୭୭ | ୧୨୨ | ୧୩୧ |
୧୦ | ବ୍ରିଟେନ | ୮୦୭୭ | ୪୨୨ | ୧୩୫ |
୧୧ | ନେଦରଲ୍ୟାଣ୍ଡ | ୫୫୬୦ | ୨୭୬ | ୨ |
୨୮ | ପାକିସ୍ତାନ | ୧୦୦୦ | ୭ | ୧୯ |
୩୮ | ଭାରତ | ୫୬୨ | ୧୦ | ୪୦ |
COVID-19 ବିଶ୍ୱ ମାନଚିତ୍ର ଟ୍ରାକର୍