ସହର ରେ ରହୁଥିବା ଅଧିକାଂଶ ଲୋକ ଖାଇବା ପିଇବା ପାଇଁ ଚାମଚ ବ୍ୟବହାର କରୁଛନ୍ତି । କିନ୍ତୁ ହାତରେ ଖାଇଲେ ବହୁତ୍ ଲାଭ ମିଳି ଥାଏ । ଅଧ୍ୟୟନ ମୁତାବକ ହାତରେ ଖାଇଲେ ଖାଦ୍ୟ ର ସ୍ଵାଦ ଅଧିକ ବଢିଯାଏ । କିନ୍ତୁ ଏ ଅଧ୍ୟୟନ ର କହିବା କଥା ହେଉଚି ଏଥିରେ ଓଜନ ବଢ଼ିବାର ସମ୍ଭାବନା ମଧ୍ୟ ରହିଥାଏ, କାରଣ ହାତରେ ଖାଇଲେ ଅଧିକ ଖାଇହେଇଯାଏ । ଏ ଅଧ୍ୟୟନ ରିଟେଲିଂ ନାମକ ଜର୍ଣଲ୍ ରେ ପ୍ରକାଶିତ ହୋଇଛି ।
ମତିଷ୍କ ର ସମ୍ବେଦୀ ସ୍ନାୟୁ ସକ୍ରିୟ ହୋଇଯାଏ –
ବୈଜ୍ଞାନିକ ଅନୁସାରେ, ଯେବେ ଖାଦ୍ୟ କୁ ହାତ ରେ ଖାଇବା ଯାଏ, ସେଥିରେ ମତିଷ୍କ ର ସମ୍ବେଦୀ ସ୍ନାୟୁ ସକ୍ରିୟ ହୋଇଯାଏ ଓ ଖାଇବା ପରେ ଆମକୁ ଆରାମ ମିଳିଥାଏ ।
ପନିର ର ଅଂଶ ଉପରେ ପରୀକ୍ଷଣ କରାଯାଇଛି –
ଏ ପରୀକ୍ଷା ର ଅନ୍ତର୍ଗତ ବୈଜ୍ଞାନିକ ମାନେ କିଛି ଲୋକ ଙ୍କୁ ପନିର ହାତରେ ଖାଇବାକୁ କହିଛନ୍ତି ଓ କିଛି ଲୋକ ଚାମଚରେ । ପରେ ଫଳାଫଳ ଆସିଲା ଯେ ଜଉ ମାନେ ପନିର କୁ ହାତ ରେ ଖାଇଲେ ସେମାନଙ୍କୁ । ବେଶୀ ସ୍ଵାଦିଷ୍ଟ ଲାଗିଥିଲା ।
ଖାଲି ସ୍ଵାଦ ନୁହେଁ ଓଜନ ଭି ବଢାଇ ଏ ଆଦତ୍ –
ରିଟେଲିଂ ନାମକ ଜର୍ଣଲ୍ ରେ ପ୍ରକାଶିତ ହୋଇଥବା ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ହାତରେ ଖାଇଲେ ଖାଲି ସ୍ଵାଦ ନୁହେଁ ଏମିତି କି ଓଜନ ମଧ୍ୟ ବଢ଼ିଥାଏ କାରଣ ହାତରେ ଖାଇଲେ ଚାମଚ୍ ଠୁ ଅଧିକ ଖାଇ ହେଇଯାଏ । ତେଣୁ ସ୍ଵାଦ ସହ ଓଜନ ବି ବଢେଇଥାଏ ।