କେବଳ ୭ ଦିନରେ ହିଁ ପୁରୁଣାରୁ ପୁରୁଣା ରିଙ୍କଲ୍ସ ହୋଇଯିବ ଗାୟବ, ପ୍ରୟୋଗ କରନ୍ତୁ ଏହି ଉପାୟ

ସାଧାରଣତଃ ଚେହେରାର ରିଙ୍କଲ୍ସ ଓ ଦାଗର ସମସ୍ୟା ଚେହେରାକୁ ଅସୁନ୍ଦର କରିଥାଏ । ସେଥିପାଇଁ ଲୋକମାନେ ଏହାକୁ ଦୂର କରିବା ପାଇଁ ମାର୍କେଟରେ ମିଳୁଥିବା ବିଭିନ୍ନ କ୍ରିମ ଓ ଫେସୱାସର ବ୍ୟବହାର କରିଥାନ୍ତି । ହେଲେ ଏହି ସବୁ କ୍ରିମ ବା ଫେସ ୱାସ ରେ କେତେକ କେମିକାଲ ଥାଏ, ଯାହା ଚେହେରାରେ ସାଇଡ ଇଫେକ୍ଟ ପକାଇଥାଏ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ସଠିକ ଭାବରେ ପ୍ରୟୋଗ କଲେ, ଆପଣଙ୍କ ଚେହେରାରେ ଥିବା ଦାଗ ଓ ରିଙ୍କଲ୍ସ ଦୂର ହୋଇଯିବ ଓ ଚେହେରା ସଫା ଓ ସତେଜ ଦେଖାଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହି ମିଶ୍ରଣକୁ ତିଆରି କରିବା ପାଇଁ ସର୍ବ ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ, ଏହି ବାଉଲରେ ଦୁଇ ଚାମଚ ଦହି ପକାନ୍ତୁ । ବାଉଲରେ ଏକ ଚାମଚ ଆଲୋବେରା ଜେଲ ପକାନ୍ତୁ, ଏହାପରେ ଆପଣ ଦୁଇ ଚାମଚ ପାନ ମଧୁରୀକୁ ଭଲ ଭାବରେ ପେଶି ଦିଅନ୍ତୁ ଓ ଏହାକୁ ବାଉଲରେ ମିଶାନ୍ତୁ । ଏହା ଚେହେରାର ରୂଖାପଣ ଆଦିକୁ ଦୂର କରିଥାଏ । ଗୋଲାପଜଳ ଚେହେରାକୁ ବହୁତ ସଫା ଓ ସତେଜ କରିଥାଏ । ତେଣୁ ଏହି ମିଶ୍ରଣରେ ଦୁଇ ଚାମଚ ଗୋଲାପ ଜଳ ମିଶାନ୍ତୁ । ଏହା ପରେ ଏହି ପେଷ୍ଟକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ମିଶ୍ରଣ  ତିଆରି ହେବା ପରେ ନିଜ ଚେହେରାକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ତା’ପରେ ଏହି ମିଶ୍ରଣକୁ ନେଇ ନିଜ ଚେହେରାରେ ଲଗାନ୍ତୁ ଓ ଧୀରେ ଧୀରେ ମସାଜ କରନ୍ତୁ । କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ, ମସାଜ କରିଲା ପରେ ପୁରା ରାତି ଏହାକୁ ଖୋଲାରେ ଛାଡିଦିଅନ୍ତୁ ।

ଏହାପରେ ସକାଳେ ଉଠିବା ପରେ ଥଣ୍ଡା ପାଣିରେ ନିଜ ଚେହରାକୁ ଧୋଇ ଦିଅନ୍ତୁ । ଯଦି ଏହି ଉପାୟକୁ ଆପଣ ସଠିକ ଭାବରେ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିବେ, ତେବେ ଆପଣଙ୍କ ଚେହେରା ସଫା ଓ ସତେଜ ଦେଖାଯିବ ଓ ଏହା ସବୁଦିନ ପାଇଁ ରହିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।