ବିରେନ୍ଦ୍ର ସେହୱାଗ କହିଲେ, ଧୋନୀ ମତେ ଆଉ ସଚିନଙ୍କୁ ଟିମରୁ ବାହାରେ ବସାଇଥିଲେ, କାହିଁକି ନା ଆମେ…

ଭାରତୀୟ କ୍ରିକେଟ ଟିମର ପୂର୍ବ ଓପନର ବିରେନ୍ଦ୍ର ସେହୱାଗ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଏକ ଆରୋପ ଲଗାଇଛନ୍ତି । ସେହୱାଗ କହିଛନ୍ତି କି, ଯେବେ ତାଙ୍କୁ ଟିମରୁ ବାହାରେ ବସାଯାଇଥିଲା, ସେତେବେଳେ ଏହାର କାରଣ ରୋଟେସନ ପଲିଶିର ଉଦାହରଣ ଦିଆଯାଇଥିଲା କିନ୍ତୁ ଏମିତି ନଥିଲା । ବିରୁଙ୍କ ମତରେ ଧୋନୀ ଟିମ ମିଟିଙ୍ଗରେ କେବେ ବି ସେହି କଥାର ଆଲୋଚନା କରୁ ନଥିଲେ ଯାହା ସେ ମିଡିଆ ସାମ୍ନାରେ କହୁଥିଲେ ।

ପୂର୍ବ ଓପନର ଇଙ୍ଗ୍ଲିସ କ୍ରିକେଟ ୱେବସାଇଡ Cricbuzzର ଏକ ସୋ ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କ୍ୟାପଟେନଶିପ ରେ ଫରକ ବିଷୟରେ କହିଲେ କି, ରୋହିତ ତାଙ୍କ ଟିମର ଖେଳାଳି ମାନଙ୍କ ସହ ସବୁ କଥା ସେୟାର କରନ୍ତି । ହେଲେ କୋହଲି ଏମିତି କରନ୍ତି କି ନାହିଁ, ଏଥିରେ ତାଙ୍କର ସନ୍ଦେହ ଅଛି ।

ମହେନ୍ଦ୍ର ସିଂହ ଧୋନୀଙ୍କ ଉଦାହରଣ ଦେଇ ସେ କହିଲେ କି, ଯେମିତି ତାଙ୍କ ସମୟରେ ମିଡିଆ ଠାରୁ ସବୁ କଥା ଖେଳାଳିମାନଙ୍କୁ ଜଣା ପଡୁଥିଲା, ଆସା କରୁଛି କୋହଲିଙ୍କ କ୍ୟାପଟେନସିପ ରେ ସେମିତି ହେଉ ନଥିବ । “ଯେବେ ମହେନ୍ଦ୍ର ସିଂହ ଧୋନୀ ଅଷ୍ଟ୍ରେଲିଆରେ କହିଥିଲେ ୩ଟି ଟପ୍ ଖେଳାଳି ୱିକ ଫିଲଡର ଅଟନ୍ତି, ଆମକୁ ଏହା ବିଷୟରେ କିଛି ବି କୁହାଯାଇ ନଥିଲା ଓ ନା କୌଣସି ସମ୍ପର୍କ କରାଯାଇଥିଲା ।

ଏହି କଥା ଆମକୁ ମିଡିଆ ଠାରୁ ଜଣା ପଡିଥିଲା । ଧୋନୀ ଏହି କଥା ପ୍ରେସ କଂଫରେନ୍ସ ରେ କହିଥିଲେ, ହେଲେ ଟିମ ମିଟିଙ୍ଗରେ କହିନଥିଲେ ଯେ ଆମେ ହେଉଛୁ ସ୍ଲୋ ଫିଲ୍ଡର୍ସ” ।

ସେହୱାଗ କହିଲେ କି ପୂର୍ବ କ୍ୟାପଟେନ ୨୦୧୨ରେ ତାଙ୍କୁ, ସଚିନ ତେନ୍ଦୁଲକରଙ୍କୁ ଓ ଗୌତମ ଗମ୍ଭୀରଙ୍କୁ ଟପ୍ ଅର୍ଡରରେ ରୋଟେସନ ତରଫରୁ ଖେଳାଇ ଥିଲେ ଓ କହିଥିଲେ କି ଏହା ଏଥିପାଇଁ କାରଣ ଏହି ତିନି ଜଣ ହେଉଛନ୍ତି ସ୍ଲୋ ଫିଲ୍ଡର୍ସ । ସେହୱାଗ କହିଲେ କି “ଟିମ ମିଟିଙ୍ଗରେ ସେ କହିଥିଲେ ଆମକୁ ରୋହିତ ଶର୍ମାଙ୍କୁ ଖେଳାଇବା ଉଚିତ, କାରଣ ସେ ନୂଆ ଅଟନ୍ତି ଓ ଏହା ସବୁ ରୋଟେସନ ପଲିଶି ଦ୍ଵାରା ହେଉଛି । ବର୍ତ୍ତମାନ ମଧ୍ୟ ଯଦି ଏମତି କିଛି ହେଉଛି ତେବେ ଏହା ବହୁତ ଭୁଲ ଅଟେ” ।