କାର୍ତ୍ତିକ ମାସରେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ? କାର୍ତ୍ତିକ ମାସର ସଂପୂର୍ଣ୍ଣ ବିଧି ଜାଣନ୍ତୁ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇଥାଏ । 12 ଗୋଟି ମାସ ମଧ୍ୟରୁ କାର୍ତ୍ତିକ ମାସକୁ ସବୁଠାରୁ ପବିତ୍ର ତଥା ଶ୍ରେଷ୍ଠ ମାସ ବୋଲି ବିବେଚନା କରାଯାଇଥାଏ । ଏହି ପୂଣ୍ୟର କାର୍ତ୍ତିକ ମାସରେ ଲୋକମାନଙ୍କୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ଓ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ସେ ବିଷୟରେ ଚାଲନ୍ତୁ ଏଠାରେ ଆଲୋଚନା କରି ଜାଣିବା । ଏହି ମାସରେ କେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ଆସନ୍ତୁ ଜାଣିବା ।

ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ବା ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପୂଣ୍ୟର ମାସ କାର୍ତ୍ତିକ ମାସ ରହିଥାଏ । ତେବେ ଏହି କାର୍ତ୍ତିକ ମାସରେ 10 ଗୋଟି କାର୍ଯ୍ୟ ଆପଣଙ୍କୁ ନିହାତି ଭାବେ କରିବା ଉଚିତ । ଯାହାର ପୂଣ୍ୟଫଳ ଆପଣଙ୍କୁ ପ୍ରାପ୍ତ ହୋଇପାରିବ ।

1-କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ କରିବା ଦ୍ଵାରା କୋଟିପୂଣ୍ୟ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିଥାଏ ।

2- କାର୍ତ୍ତିକ ମାସରେ ଆପଣ ଯଦି ସମ୍ଭବ ନିହାତି ନିଷ୍ଠାର ସହ କାର୍ତ୍ତିକ ବ୍ରତ ରଖନ୍ତୁ । ଏହାଦ୍ବାରା ବହୁ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ ।

3-କାର୍ତ୍ତିକ ମାସରେ ସକାଳୁ ସ୍ନାନ କରି ସୂର୍ଯ୍ୟଦେବ, ମା’ ବୃନ୍ଦାବତୀଙ୍କ ନିକଟରେ ଓ ମନ୍ଦିରରେ ଦୀପ ପ୍ରଜ୍ଵଳନ କରନ୍ତୁ ।

4-କାର୍ତ୍ତିକ ମାସରେ ଖଟ, ତକିଆ, ଗଦିରେ ନଶୋଇ ଭୂମୀରେ ଶୋଇବାକୁ ଶ୍ରେଷ୍ଠ ମାନାଯାଇଥାଏ ।

5-କାର୍ତ୍ତିକ ମାସରେ ନିହାତି ଭାବେ ମା’ ବୃନ୍ଦାବତୀଙ୍କର ପୂଜନ ତଥା ତୁଳସୀ ପୂଜନ କରନ୍ତୁ ।

6-କାର୍ତ୍ତିକ ମାସରେ ଅଁଳା ଗଛର ପୂଜନ ସହ ସେଠାରେ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇବା ବହୁତ ଶୁଭ ଅଟେ ।

7-କାର୍ତ୍ତିକ ମାସରେ ନିଜ ଶରୀରରେ ତୈଳ ଲଗାଇବା ଅନୁଚିତ । ତେଣୁ ଯଦି ସମ୍ଭବ କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାନ୍ତୁ ନାହିଁ ।

8-କାର୍ତ୍ତିକ ମାସରେ ଗାଜର, ସଲଗମ, ପିଆଜ, ରଶୁଣ, ମୂଳା, ହେଙ୍ଗୁ, ସଜନା, ବାଇଗଣ, ପାଣିକଖାରୁ, ପଣଷ, ତରଭୁଜ ଓ କଇଥ ଆଦି ଖାଇବା ଅନୁଚିତ । ଏହା ଛଡା ଆମିଷ ଦ୍ରବ୍ୟ ଏହି ମାସରେ ଭୁଲରେ ମଧ୍ୟ ଖାଆନ୍ତୁ ନହିଁ । କାରଣ ଏହା ଏକ ପୂଣ୍ୟର ମାସ ହୋଇଥାଏ ।

9-ଏହି ମାସରେ ଲୋଭ, କ୍ରୋଧ, ଆଦି କାମନାରୁ ନିଜକୁ ଦୂରେଇ ରଖି ନିଜ ଇନ୍ଦ୍ରିୟ ଉପରେ ସଂଯମତା ରକ୍ଷା କରିବା ଉଚିତ ।

10- କାର୍ତ୍ତିକ ମାସରେ ଭଗବାନ ଶ୍ରୀହରୀଙ୍କର ନିଷ୍ଠା ସହକାରେ ପୂଜାଅର୍ଚନା କରିବା ସହ ଦାନଦକ୍ଷିଣା କରନ୍ତୁ । ଏଥିରୁ ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ