ବନ୍ଧୁଗଣ ମହାଦେବ ଏହି ସମସ୍ତ ସଂସାରର କୋଣ ଅନୁକୋଣରେ ରହିଛନ୍ତି । ଭଗବାନ ଶିବ ଅସୀମ ଊର୍ଜାରେ ଭରପୁର ଅଟନ୍ତି, ଶିବ ନିରାକାର ଅଟନ୍ତି । ଦୁନିଆ ସାରା ଭଗବାନ ଶିବଙ୍କ ଅସୀମ ଭକ୍ତ ରହିଛନ୍ତି । ଭଗବାନ ମହାଦେବ ମଧ୍ୟ ଭକ୍ତଙ୍କ ଉପରେ ଅସୀମ କୃପା ରଖିଥାନ୍ତି । ଆମେ ଆମ ଘରେ ମଧ୍ୟ ଭଗବାନ ମହାଦେବଙ୍କ ଫୋଟୋ, ମୂର୍ତ୍ତି ସବୁ ରଖି ପୂଜା କରିଥାଉ । ଆମ ଶାସ୍ତ୍ରରେ ଭଗବାନ ଶିବଙ୍କ ମୂର୍ତ୍ତି ଆଉ ଶିବ ଲିଙ୍ଗକୁ ଘରେ ରଖିବାର କିଛି ନିୟମ ରହିଛି । ଯାହାର ବହୁତ ନୀତିନିୟମ ମାନି ପୁରା ବିଧିବିଧାନ ପୂର୍ବକ ପୂଜା କରିବାକୁ ପଡିଥାଏ ।
ନହେଲେ ଏହାର ବିପରୀତ ପରିଣାମ ଆମ ଉପରେ ପଡିପାରେ । ଆସନ୍ତୁ ଜାଣିବା କ’ଣ ସବୁ ସେହି ନିୟମ ଅଟେ । ଶିବ ଲିଙ୍ଗ ବହୁତ ପ୍ରକାରର ହୋଇଥାଏ ମାଟିର, ଧାତୁ, କାଚ,ପାରଦ, ସ୍ପଟିକ , ଏହା ଭିତରୁ ସ୍ପଟିକ ଓ ପାରଦର ଶିବଲିଙ୍ଗକୁ ଶ୍ରେଷ୍ଠ ବୋଲି ମାନାଯାଇଥାଏ । ଶିବ ଲିଙ୍ଗ ଯେଉଁ ପଦାର୍ଥରୁ ବନାଯାଇଥାଇ ନା କାହିଁକି ହେଲେ ତା’ ର ଉଚ୍ଚତା ତିନି ଇଞ୍ଚ ବା ହାତ ଆଙ୍ଗୁଠିରୁ ଅଧିକ ଉଚା ହେବା ଉଚିତ ନୁହେଁ ।
ଏହାର କାରଣ ଅଟେ ବଡ ଶିବ ଲିଙ୍ଗ ପୂଜା କରୁଥିବା ସମୟରେ ବହୁତ ସାରା ନିୟମର ପାଳନ କରିବାକୁ ପଡିଥାଏ । ଘର ମନ୍ଦିରରେ ଶିବ ଲିଙ୍ଗ ସ୍ଥାପିତ କରିବା ସମୟରେ ତାଙ୍କର ପ୍ରାଣ ପ୍ରତିଷ୍ଠା କରନ୍ତୁ ନହିଁ । କେବଳ ବିଧି ବିଧାନରେ ପୂଜା କରନ୍ତୁ ଆଉ ଜଳ ଅଭିଷେକ କରନ୍ତୁ । ଶିବ ଲିଙ୍ଗର ପ୍ରାଣ ପତିଷ୍ଠା କେବଳ ବଡ ବଡ ମନ୍ଦିରରେ କରାଯାଇଥାଏ ।
ଘରେ ରଖିଥିବା ଶିବ ଲିଙ୍ଗ ବା ଶିବଙ୍କ ପିଣ୍ଡି ଉପରେ ନଗ ଦେବତା ରହିବା ଉଚିତ ନୁହେଁ । ଏହା ସହିତ ନନ୍ଦୀ ମଧ୍ୟ ରହିବା ଉଚିତ ନୁହେଁ । ମନୁଷ୍ୟଙ୍କୁ ଶିବ ପୁରାଣ ଅନୁଯାଇ ଶିବଙ୍କୁ ପିଣ୍ଡି ରୂପରେ ସ୍ଥାପିତ କରିବା ପାଇଁ କୁହାଯାଇଛି । ସେଥିପାଇଁ ଘର ମନ୍ଦିରରେ ଶିବଙ୍କୁ ପିଣ୍ଡି ରୂପରେ ହିଁ ସ୍ଥାପିତ କରନ୍ତୁ ।
ତାଙ୍କ ଫଟୋ ଆଉ ମୂର୍ତ୍ତି ରଖନ୍ତୁ ନାହିଁ । ଶିବ ଲିଙ୍ଗକୁ ଘରେ ସ୍ଥାପିତ କରିବା ପୂର୍ବରୁ ମହାଦେବଙ୍କ ନିୟମିତ ପୂଜାବିଧି ସମ୍ପର୍କରେ ଭଲ ଭାବେ ବୁଝି ପୂଜା କରନ୍ତୁ ।
ଆଶା କରୁଛୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ